Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଓଡିଆ ଉତ୍ତରୀୟ ପକାଇ କହିଲେ ଜୟ ଜଗନ୍ନାଥ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ଓଡିଆ ଉତ୍ତରୀୟ ପକାଇ କହିଲେ ଜୟ ଜଗନ୍ନାଥ

Key Points

  • ଓଡିଆ ଉତ୍ତରୀୟ ପକାଇ କହିଲେ ଜୟ ଜଗନ୍ନାଥ
  • ମୋଦି ପୁଟିନ୍ ସାଥ ସାଥ
  • ଲେଖିଲେ ପୁରୁଣା ବନ୍ଧୁତ୍ବର ନୂଆ  କାହାଣୀ
  • ଦ୍ବିପାକ୍ଷିକ ଆଲୋଚନାରେ ଦୁଇ ଦେଶର ଭବିଷ୍ୟତ
  • ଯୁଦ୍ଧ ନୁହେଁ  ଶାନ୍ତି ଆଲୋଚନାରେ ମିଳିବ ସମାଧାନ

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁହଁରେ ଓଡିଶା ଓ ଓଡିଶାର ସମୃଦ୍ଧ ସଂସ୍କୃତିର ଜୟ ଜୟକାର । ଓଡିଶାର ସାଂସ୍କୃତିକ ଐତିହ୍ୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଋଷିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମସ୍କୋରେ ପ୍ରବାସୀ ଭାରତୀୟଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡିଆ ସଂସ୍କୃତିର ଗୁଣଗାନ କରିଛନ୍ତି । ଏକ ଓଡିଆ ଉତ୍ତରୀୟ ପକାଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ । ଜୟ ଜଗନ୍ନାଥ ଧ୍ୱନି ଉଚ୍ଚାରଣ କରି ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଥିଲେ । 

ଦୁଇ ପାକ୍ଷିକ ଆଲୋଚନାରେ ପୁଣି ଥରେ ମୋଦି ଦେଲେ ଶାନ୍ତିର ବାର୍ତା । ୟୁକ୍ରେନ ସହ ରୁଷ୍ ର ଜୁଦ୍ଧକୁ ନେଇ ସାମାଧାନର ରାସ୍ତା କାଢିବାକୁ ପରାମର୍ଶ ଦେଲେ । ଭାରତ ରୁଷ ର ସଂପର୍କ ପୁରା ବିଶ୍ବାସକୁ ମାନବିକତାର ବିକାଶ ଦିଗରେ ଏକ ମନ୍ତ୍ର ଦେଉ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଭାରତର ସୁଖ ଦୁଖର ସାଥୀ ରୁଷ । ରୁଷ ଏବଂ ଭାରତର ଦୋସ୍ତି ବର୍ଷ ବର୍ଷର ।ସରପେ ଲାଲ ଟୋପି..ଦିଲ ହେ ହିନ୍ଦୁସ୍ଥାନୀ ଏପରି କିଛି କହି । ରୁଷରେ ଭାରତୀଯ ପ୍ରବାସୀ ଙ୍କୁ ମୋଦିଙ୍କର ହୃଦୟରୁ ସମ୍ବୋଧନ ।କୋଟି କୋଟି ଭାରତୀଯ ରୁଷ ର ନା ଶୁଣିଲେ ଆନନ୍ଦିତ ହୋଇଥାଆନ୍ତି । ଆଜି ଅର୍ଥନୈତିକ , ଶିକ୍ଷା, ବୈଦେଶିକ, ପ୍ରତିରକ୍ଷା , କ୍ଷେତ୍ରରେ ନୂଆ ଇଚ୍ଚତାକୁ ଛୁଇଁ ପାରିଛି । 
ଭାରତ ରୁଷ୍ କି ଦୋସ୍ତି କି କାହାନୀ ଦୋହରାଇଲେ ମୋଦିପୁଟିନ୍ । ନିଜ ବାସଭବନରେ ପ୍ରିଯ ବନ୍ଧୁଙ୍କୁ ଆଦର ସତ୍କାର  କଲେ ପୁଟିନ୍ ।ଯୁକ୍ରେନ ସହିତ ରୁଷ୍ ର ଯୁଦ୍ଧରେ ରୁଷ  ସୈନ୍ୟବାହିନୀରେ କାମ କରୁଥିବା ସମସ୍ତ  ଭାରତୀୟଙ୍କୁ ମୁକ୍ତ କରିବାର  ରାଷ୍ଟ୍ରପତି ପୁଟିନ୍ ଦେଲେ ପ୍ରତିଶୃତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ସହିତ ଦୁଇ ଦେଶର ସଂପର୍କକୁ ଆହୁରି ମଜବୁତ୍ କରିବା ଦିଗରେ ଦୁଇ ବନ୍ଧୁ ପରସ୍ପରକୁ ଦେଲେ ପ୍ରତିଶୃତି.ତୃତୀୟ ପାଳି ଜିତିବା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ରୁଷିଆ ଗସ୍ତ। ଫେବୃଆରୀ ୨୦୨୨ରେ ରୁଷିଆ-ୟୁକ୍ରେନ ଯୁଦ୍ଧ ପରଠାରୁ ଏହା ମୋଦିଙ୍କ ପ୍ରଥମ ରୁଷିଆ ଗସ୍ତ । ଶେଷ ଥର ପାଇଁ ୨୦୧୯ରେ ରୁଷିଆ ଗସ୍ତ କରିଥିଲେ ମୋଦି। ୧୦ ବର୍ଷ ମଧ୍ୟରେ ରୁଷିଆ ଗସ୍ତରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କର ଷଷ୍ଠ ଗସ୍ତ । ଆଜି ସଂଧ୍ୟାରେ ମସ୍କୋରୁ ଅଷ୍ଟ୍ରିଆ ଅଭିମୂଖେ ଗସ୍ତ କରିବେ ପିଏମ ମୋଦି । 


 

Sponsored
Odisha and Odisha's rich culture is praised by Prime Minister Narendra Modi in russia | Argus News