ଓଡ଼ିଶାରେ ୪ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ, ଜାଣନ୍ତୁ କେଉଁ କେଉଁ ତାରିଖରେ

ଅର୍ଗସ ବ୍ୟୁରୋ : ଓଡ଼ିଶାରେ ୪ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ । ଏ ନେଇ ଘୋଷଣା କମିଶନ । ଦିଲ୍ଲୀର ବିଜ୍ଞାନ ଭବନରେ ପ୍ରେସମିଟ୍ ଜରିଆରେ ନିର୍ବାଚନ କମିଶନଙ୍କ ଏନେଇ ଘୋଷଣା କରିଛନ୍ତି । ଓଡ଼ିଶା ଲୋକସଭା ଓ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍ ୧ରେ ହେବ ଭୋଟ ଗ୍ରହଣ । ମେ’ ୧୩ରେ ୨୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ଏହା ବ୍ୟତୀତ ମେ’ ୨୦ରେ ୩୫ଟି ବିଧାନସଭା ଆସନ, ମେ’ ୨୫ରେ ୪୨ଟି ବିଧାନସଭା ଆସନ ଓ ଜୁନ୍ ୧ରେ ୪୨ଟି ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ କରାଯିବ ।
ଅଧିକ ପଢନ୍ତୁ : ସାଧାରଣ ନିର୍ବାଚନ ତାରିଖ ଘୋଷଣା
୨୦୨୪ର ସାଧାରଣ ନିର୍ବାଚନ ଲାଗି ଆଜି ବିଗୁଲ ବଜାଇଲେ ନିର୍ବାଚନ କମିଶନ । ଭୋଟ୍ ଗ୍ରହଣ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । ମୋଟ ୭ଟି ପର୍ଯ୍ୟାୟରେ ସାରା ଦେଶରେ ହେବ ଭୋଟ ଗ୍ରହଣ । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ୨ୟ ପର୍ଯ୍ୟାୟ- ଏପ୍ରିଲ ୨୬, ୩ୟ ପର୍ଯ୍ୟାୟ- ମେ’ ୭, ଚତୁର୍ଥ ପର୍ଯ୍ୟାୟ- ମେ’ ୧୩, ୫ମ ପର୍ଯ୍ୟାୟ- ମେ’ ୨୦, ଷଷ୍ଠ ପର୍ଯ୍ୟାୟ- ମେ’ ୨୫, ସପ୍ତମ ପର୍ଯ୍ୟାୟ- ଜୁନ୍ ୧ରେ ହେବ । ଜୁନ୍ ୪ ମଙ୍ଗଳବାର ଦିନ ସାରା ଦେଶରେ ଲୋକସଭା ଓ ବିଧାନସଭା ଭୋଟ ଗଣତି ହେବ ।
📱 Get Argus News App
✨ଅଧିକ ପଢନ୍ତୁ : ଘରେ ଥାଇ ଭୋଟ ଦେବେ ୮୫ ବର୍ଷରୁ ଅଧିକ ବୟସ୍କ ମତଦାତା
ଆହିରି ମଧ୍ୟ କହିଛନ୍ତି, ଦେଶରେ ମୋଟ ୯୭ କୋଟି ପଂଜୀକୃତ ଭୋଟର ରହିଛନ୍ତି । ୯୭ କୋଟି ଭୋଟରଙ୍କ ପାଇଁ ୧୦.୫ ଲକ୍ଷ ପୋଲିଂ ବୁଥ୍ ରହିବ । ଭୋଟ ଗ୍ରହଣ ପାଇଁ ଦେଢ଼ କୋଟି ପୋଲିଂ ଅଫିସର ପ୍ରସ୍ତୁତ ରହିବେ । ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତ ରହିଛି ୫୫ ଲକ୍ଷ ଇଭିଏମ୍ । ପ୍ରଥମ ଥର ପାଇଁ ଭୋଟ ଦେବେ ୧ କୋଟି ୮୨ ଲକ୍ଷ ନୂଆ ଭୋଟର । ୧୮ରୁ ୨୯ ବର୍ଷ ବର୍ଗର ଭୋଟର ସଂଖ୍ୟା ୨୧ କୋଟି । ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୮୨ ଲକ୍ଷ । ୧୦୦ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୨ ଲକ୍ଷ ୧୮ ହଜାର ରହିଛି । ଦେଶରେ ୪୯.୭ କୋଟି ପୁରୁଷ ଓ ୪୭.୧ କୋଟି ମହିଳା ଭୋଟର ରହିଛନ୍ତି ।
