Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କୋଲକାତାରୁ ଓଡ଼ିଶା ଆସୁଥିବା ଯାତ୍ରୀବାହୀ ବସରେ ଅଗ୍ନିକାଣ୍ଡ

Jitendra Dash
Browse all articles by Jitendra Dash
·2 years ago
କୋଲକାତାରୁ ଓଡ଼ିଶା ଆସୁଥିବା ଯାତ୍ରୀବାହୀ ବସରେ ଅଗ୍ନିକାଣ୍ଡ

ଅର୍ଗସ ବ୍ୟୁରୋ : ଜଳିଗଲା ଓଡ଼ିଶା ଆସୁଥିବା ବସ୍ । ଚଳନ୍ତା ବସରେ ଲାଗିଲା ନିଆଁ । ଅଧାବାଟରେ ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା ବସ୍ । ଅଗ୍ନିକାଣ୍ଡ ଘଟିଛି ଖଡ଼ଗପୁର ଗ୍ରାମୀଣ ଥାନା ମାଦପୁରରେ । ବସଟି କୋଲକାତାର ବାବୁଘାଟ ବସଷ୍ଟାଣ୍ଡରୁ ପାରାଦୀପ ଆସୁଥିଲା । ରାତି ପ୍ରାୟ ସାଢ଼େ ୯ରୁ ୧୦ଟା ମଧ୍ୟରେ ଏହି ଅଘଟଣ ଘଟିଥିବା ଆଶଙ୍କା କରାଯାଉଛି ।

ଅଧିକ ପଢନ୍ତୁ: ଅଗ୍ନିକାଣ୍ଡରେ ଚାଲିଗଲା ମହିଳାଙ୍କ ଜୀବନ

୩୧ ଜଣ ଆହତ ଯାତ୍ରୀଙ୍କୁ ବସରୁ ଉଦ୍ଧାର କରାଯାଇଥିବା ସୂଚନା । ତେବେ ବସରେ କେମିତି ନିଆଁ ଲାଗିଲା ? ସେନେଇ ସ୍ପଷ୍ଟ ସୂଚନା ମିଳିପାରୁନାହିଁ । ବସରେ କିଛି ବିସ୍ଫୋରକ ସାମଗ୍ରୀ ଥିବା କୁହାଯାଉଛି । ନିଆଁ ଲାଗିଥିବା ବସଟି କୋଲକାତାର ଶିବମ ଟ୍ରାଭେଲ୍ସର ସୂଚନା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତ ଖବର ଆହୁରି ପଢନ୍ତୁ

Sponsored
Odisha-bound bus catches fire in West Bengal, 36 passengers hospitalized | Argus News