Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୨୪ ନିର୍ବାଚନ ପାଇଁ ଦିଲ୍ଲୀରେ ପ୍ରସ୍ତୁତ ହେଉଛି ଋଣନୀତି

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
୨୪ ନିର୍ବାଚନ ପାଇଁ ଦିଲ୍ଲୀରେ ପ୍ରସ୍ତୁତ ହେଉଛି ଋଣନୀତି

ଅର୍ଗସ ବ୍ୟୁରୋ : ଓଡିଶାରେ ୨୪ ନିର୍ବାଚନକୁ ନେଇ ମାହୋଲ ଗରମ ହେବାକୁ ଲାଗିଲାଣି । ତେଲେଙ୍ଗାନାରରେ କଂଗ୍ରେସ ସରକାରଙ୍କ ବିଜୟ ପରେ ଏବେ ଏଆଇସିସି ଫୋକସରେ ଓଡିଶା। AICC (allindia congress committe) ଡାକରାରେ ଦିଲ୍ଲୀ ଯାଇଛନ୍ତି କଂଗ୍ରେସର ତୁଙ୍ଗ ନେତା । ୨୪ ନିର୍ବାଚନ ପାଇଁ ୨ ଘଣ୍ଟା ଧରି ହେବ ମାନସ ମନ୍ଥନ । ବୈଠକର ଅଧ୍ୟକ୍ଷତା କରିବେ ମଲ୍ଲିକାର୍ଜୁନ ଖଡ୍ଡଗେ । ଶରତ ପଟ୍ଟନାୟକ, ବିଜୟ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ମଧ୍ୟ ଦିଲ୍ଲୀ ଯାଇଛନ୍ତି । 

ସାଧାରଣ ନିର୍ବାଚନକୁ ଆଉ ମାତ୍ର ୧୦୦ ଦିନ ବାକିଥିବା ବେଳେ କଂଗ୍ରେସ ଡୋନେଟ ଫର ଦେଶ ପନ୍ଥା ଆପଣାଇଛି । ଜିଲ୍ଲା ସଭାପତିମାନେ ଭୋଟରଙ୍କ ପାଖକୁ ଯାଇ ପାଣ୍ଠି ସଂଗ୍ରହ କରିବା ସହ ସରକାର ବିରୋଧୀ ନାରା ଦେବେ ବୋଲି ଜଣାପଡିଛି । ସେପଟେ ମହମ୍ମଦ ମୋକିମଙ୍କ ଉପରୁ କଂଗ୍ରେସ ଖୁବଶୀଘ୍ର ନିଲମ୍ବନ ପ୍ରତ୍ୟାହାର କରିବ ବୋଲି ଚର୍ଚ୍ଚା ହେଉଛି । 

ଅଧିକ ପଢନ୍ତୁ : ରାଜ୍ୟ ନେତୃତ୍ଵଙ୍କୁ ଦିଲ୍ଲୀ ଡାକରା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ କର୍ଣ୍ଣାଟକ ଏବଂ ତେଲେଙ୍ଗାନାର କଂଗ୍ରେସ ବିଜୟ ପରେ ଏବେ ଏଆଇସିସି(AICC) ଫୋକସରେ ରହିଛି ଓଡିଶା । ଯାହାକୁ ନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବ ହାଇକମାଣ୍ଡ । ଏବେ ଆଗାମୀ ନିର୍ବାଚନ ପାଇଁ କେଉଁଭଳି ରଣନୀତି ତିଆରି ହେଉଛି , ଏବଂ କଂଗ୍ରେସର ପ୍ରଚାର ପ୍ରସାର କିପରି ରହୁଛି ତାହା ଦେଖିବା ବାକି ରହିଲା । 

Sponsored
Odisha Congress meeting will be held in Delhi today | Argus News