Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଯୁକ୍ତରାଷ୍ଟ୍ର ଆମେରିକାରେ ପାଳନ କରାଯିବ ଓଡ଼ିଶା ଦିବସ, ସରକାରୀ ଘୋଷଣାପତ୍ର ଜାରି 

Manini Pattanayak
Browse all articles by Manini Pattanayak
·2 years ago·1 min read
ଯୁକ୍ତରାଷ୍ଟ୍ର ଆମେରିକାରେ ପାଳନ କରାଯିବ ଓଡ଼ିଶା ଦିବସ, ସରକାରୀ ଘୋଷଣାପତ୍ର ଜାରି 

ୱାଶିଂଟନ /ଭୁବନେଶ୍ୱର: ଯୁକ୍ତରାଷ୍ଟ୍ର ଆମେରିକାର କିଙ୍ଗ କାଉଣ୍ଟି ପକ୍ଷରୁ ଆସନ୍ତା ଏପ୍ରିଲ ପହିଲାକୁ ଓଡ଼ିଶା ଦିବସ ଭାବରେ ପାଳନ କରିବା ପାଇଁ ସରକାରୀ ଘୋଷଣାପତ୍ର(ପ୍ରୋକ୍ଳାମେସନ୍‍) ଜାରି ହୋଇଛି । କିଙ୍ଗ କାଉଣ୍ଟିର ଏକଜିକ୍ୟୁଟିଭ ଡୋ କନ୍‍ଷ୍ଟାଣ୍ଟାଇନ୍‍ ଏହି ମର୍ମରେ ଜାରି କରିଥିବା ଏକ ଘୋଷଣାପତ୍ରରେ ଓଡ଼ିଶାର ଉତ୍କର୍ଷ କଳା, ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ମାଧ୍ୟମରେ ଦୁଇ ପ୍ରଦେଶ ମଧ୍ୟରେ ସଂହତି ସ୍ଥାପନରେ ଏହା ଅଧିକ ସହାୟକ ହେବ ବୋଲି ଉଲ୍ଲେଖ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ ଆମେରିକାର ବେଲଭ୍ୟୁ ଓ ସିଆଟେଲ ସହରରେ ଅଢ଼େଇ ହଜାରରୁ ଊର୍ଦ୍ଧ୍ୱ ଓଡ଼ିଆ ଭାଷାଭାଷୀ ବସବାସ କରୁଛନ୍ତି । ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କ ପ୍ରେରଣା ଓ ମାର୍ଗଦର୍ଶନରେ ସେମାନେ ଏକତ୍ରିତ ହୋଇ ଓଡ଼ିଆ ଭାଷା ଏବଂ ସଂସ୍କୃତିର ପ୍ରଚାର ଓ ପ୍ରସାର ନିମିତ୍ତ ବଳିଷ୍ଠ ଭୂମିକା ଗ୍ରହଣ କରିଆସୁଛନ୍ତି । ଗତବର୍ଷ ଜୁଲାଇ ମାସରେ କିଙ୍ଗ କାଉଣ୍ଟି ପକ୍ଷରୁ ସରକାରୀ ଭାବରେ ଶ୍ରୀଗୁରୁ ଭାଗବତ ଦିବସ ପାଳନ କରାଯାଇଥିଲା । ଆମେରିକାରେ ସରକାରୀ ସ୍ତରରେ ଓଡ଼ିଆ ଭାଷା, ସଂସ୍କୃତିର ଏପରି ଆଦର ଓ ସ୍ୱୀକୃତିକୁ ପ୍ରବାସୀ ଓଡ଼ିଆମାନେ ଉଚ୍ଚ ପ୍ରଶଂସା କରି କିଙ୍ଗ କାଉଣ୍ଟି କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହିତ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି । 
ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Day will be celebrated in USA, Official announcement | Argus News