Videos
|
National

୨୦୧୦ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ସାରା ଶର୍ମାଙ୍କୁ ସିବିଆଇର ଡିଆଇଜି ଭାବେ ନିଯୁକ୍ତି

Jitendra Dash
Browse all articles by Jitendra Dash
·2 years ago·1 min read
୨୦୧୦ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ସାରା ଶର୍ମାଙ୍କୁ ସିବିଆଇର ଡିଆଇଜି ଭାବେ ନିଯୁକ୍ତି

ଅର୍ଗସ ବ୍ୟୁରୋ : ବଦିଳିଲେ ସିବିଆଇ ଡିଆଇଜି । ନୂଆ କରି ନିଯୁକ୍ତି ପାଇଲେ ବରିଷ୍ଠ ଆଇପିଏସ ଅଫିସର ସାରା ଶର୍ମା । ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ସାରା ଶର୍ମାଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋରେ ଡେପୁଟି ଇନ୍ସପେକ୍ଟର ଜେନେରାଲ ଭାବେ ୫ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି । ଗୃହ ମନ୍ତ୍ରଣାଳୟ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ଏହି ଅନୁମୋଦନ ପ୍ରଦାନ କରି ସାରା ଶର୍ମାଙ୍କୁ କେନ୍ଦ୍ରରେ ନୂତନ ଦାୟିତ୍ୱ ଗ୍ରହଣ କରିବାକୁ ତୁରନ୍ତ ରିଲିଫ୍ ଦେବାକୁ ଅନୁରୋଧ କରିଛି  ।

ଅଧିକ ପଢନ୍ତୁ ଭାରତ ଖବର

ମାର୍ଚ୍ଚ ୧୨ ତାରିଖର ଏହି ସରକାରୀ ଚିଠିରେ ତାଙ୍କ କେନ୍ଦ୍ରୀୟ ଡେପୁଟେସନକୁ ଆନୁଷ୍ଠାନିକ ରୂପ ଦିଆଯାଇଛି । ମଣିପୁରରେ ଜାତିଗତ ହିଂସାର ସିବିଆଇ ତଦନ୍ତ ସମୟରେ ସାରା ଶର୍ମାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଟିମର ଏକ ଅଂଶ ଭାବରେ ସେ ତଦନ୍ତରେ ନିଜର ଦକ୍ଷତା ଏବଂ ବୁଦ୍ଧି ପ୍ରଦାନ କରିଥିଲେ । ଏହି ନିଯୁକ୍ତି ପୂର୍ବରୁ ସେ ସମ୍ବଲପୁରରେ ପୋଲିସ ଅଧୀକ୍ଷକ (ଭିଜିଲାନ୍ସ) ପଦବୀରେ ରହିଥିଲେ । ସୂଚନା ଅନୁଯାୟୀ ତାଙ୍କୁ ୫ ବର୍ଷ ପାଇଁ ଡିଆଇଜି ପଦବୀରେ ନିଯୁକ୍ତି ମିଳିଛି । ଏଥିସହିତ ଆଉ ଦୁଇଜଣ ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: