|
logo
Live

Argus News - ରାଜ୍ୟ ସରକାର ତୁଚ୍ଛାଟାରେ ମିଲେଟ୍‌ ଉତ୍ପାଦନରେ ନେଉଛନ୍ତି ବାଃ ବାଃ..

National

ରାଜ୍ୟ ସରକାର ତୁଚ୍ଛାଟାରେ ମିଲେଟ୍‌ ଉତ୍ପାଦନରେ ନେଉଛନ୍ତି ବାଃ ବାଃ..

Manini Pattanayak
Browse all articles by Manini Pattanayak
·2 years ago·2 min read
ରାଜ୍ୟ ସରକାର ତୁଚ୍ଛାଟାରେ ମିଲେଟ୍‌ ଉତ୍ପାଦନରେ ନେଉଛନ୍ତି ବାଃ ବାଃ..

ଭୁବନେଶ୍ୱର: ମିଲେଟର  ଅଗ୍ରଣୀ ଉତ୍ପାଦକ ଏବଂ ଯୋଗାଣକାରୀମାନଙ୍କ ମଧ୍ୟରୁ ଭାରତ ଅନ୍ୟତମ। ଏଥିସହିତ  ଦେଶରେ ଅନେକ ମିଲେଟ ସୋର୍ସିଂ ପଏଣ୍ଟ ଅଛି । ଭାରତରେ ମୁଖ୍ୟ ମିଲେଟ ଉତ୍ପାଦନ କରୁ ଥିବା ରାଜ୍ୟଗୁଡ଼ିକ ହେଉଛି ରାଜସ୍ଥାନ, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଏବଂ ମଧ୍ୟପ୍ରଦେଶ। ଏହି ରାଜ୍ୟଗୁଡ଼ିକରେ ବହୁ ସଂଖ୍ୟାରେ ମିଲେଟ ଚାଷୀ ଅଛନ୍ତି, ଯେଉଁମାନେ ଉଭୟ ଘରୋଇ ଏବଂ ଆନ୍ତର୍ଜାତୀୟ ବଜାର ପାଇଁ ଶସ୍ୟ ଉତ୍ପାଦନ କରିଥାନ୍ତି।  ପ୍ରମୁଖ ମିଲେଟ ଉତ୍ପାଦନକାରୀ ରାଜ୍ୟ ବ୍ୟତୀତ, ସମଗ୍ର ଭାରତରେ ମଧ୍ୟ ଅନେକ ଛୋଟ ଛୋଟ ମିଲେଟ ଉତ୍ପାଦନ କରୁଥିବା ଅଞ୍ଚଳ  ମଧ୍ୟ ରହିଛି । ଏହି ଅଞ୍ଚଳଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶର ନାଁ ଆଗକୁ ଆସିଥାଏ।  ତେବେ ରାଜ୍ୟର ବିଜେଡି ସରକାର ମିଲେଟ ମିଶନ ପାଇଁ ବେଶ ଚର୍ଚ୍ଚାରେ ଅଛନ୍ତି ।  ତେବେ ବିଶ୍ୱର ୧୯ ଶତକଡା ମାଣ୍ଡିଆ ଭାରତରେ ଉତ୍ପାଦିତ ହୋଇଥାଏ।  

ସେଥିମଧ୍ୟରୁ ସର୍ବାଧିକ ରାଜସ୍ଥାନରେ ୨୭%  ଓ ସର୍ବ ନିମ୍ନ ଉତ୍ତରାଖଣ୍ଡ ୧% ଏକକ ରାଜ୍ୟ ଭାବେ ଯୋଗଦାନ ରହିଛି। ତେବେ ଏଡି  ପ୍ରମୁଖ ରାଜ୍ୟ ମାନଙ୍କୁ  ବାଦ୍‌ ଦେଲେ  ବାକି ଭାରତର ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ର ଶାଶିତ ଅଞ୍ଚଳର ୨ ପ୍ରତିଶତ ଯୋଗଦାନ ରହିଛି ମିଲେଟ ଉତ୍ପାଦନ କ୍ଷେତ୍ରରେ।  ଆପେଡାର ତଥ୍ୟ ଅନୁଶାରେ ଓଡିଶା ଏହି ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ସ୍ଥାନ ପାଇଛି ।

 ତେବେ ରପ୍ତାନି କ୍ଷେତ୍ରରେ ଯଦି ନଜର ପକାଇବା ତେବେ  ଗୁଜୁରାଟ, ମହାରାଷ୍ଟ୍ର, ବିହାର, ଆନ୍ଧ୍ର ପ୍ରମୁଖ ରାଜ୍ୟ ଗୁଡିକ  ଆଗରେ ଅଛି।  ତେବେ ମାଣ୍ଡିଆ ଉତ୍ପାଦନ ରେ ଓଡ଼ିଶା ୬ଷ୍ଠ  ସ୍ଥାନରେ ରହିଛି।  ମାଣ୍ଡିଆକୁ ଛାଡିଦେଲେ ଓଡିଶା ଅନ୍ୟ କୋଣସି ମିଲେଟ ଜାତୀୟ ଉତ୍ପାଦରେ ପ୍ରଥମ ୧୦ ରାଜ୍ୟମାନଙ୍କ ଭିତରେ ଆସିବା ପ୍ରାୟତ ଦେଖା ଯାଇନାହିଁ।  ଯେଉଁ ଇଣ୍ଡିଆ ଟୁଡେ' ର ତଥ୍ୟ ନେଇ ବିଜେଡି ସବୁବେଳେ ନବୀନ ବାବୁଙ୍କ ଲୋକ ପ୍ରିୟତା କଥା କହିବୁଲେ  ସେହି ଇଣ୍ଡିଆ ଟୁଡେ' ର ତଥ୍ୟ ରେ ଓଡିଶାର ଅବସ୍ଥା କଣ  ଆପଣମାନେ ସ୍ପଷ୍ଟ ଦେଖିପାରୁଥିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆମ ଓଡିଶା ନବୀନ ଓଡିଶା  ବିଜେଡି ସରକାରର ନୂଆ ଯୋଜନା କିନ୍ତୁ ଓଡିଶା ମିଲେଟ ମିଶନ ଅନେକ ଦିନ ତଳର ଯୋଜନା ।  ରାଜ୍ୟରେ ମଧ୍ୟ ମିଲେଟ ସମ୍ମିଳନୀ ହୋଇଛି ,ବିଜେଡି ସରକାର ପ୍ରଚାର ପ୍ରସାର କରୁଛି କିନ୍ତୁ ଯାହା ତଥ୍ୟ କହୁଛି ଓଡିଶା ର ମିଲେଟ ଉତ୍ପାଦନ କ୍ଷେତ୍ର ରେ କିମ୍ବା ମିଲେଟ ରପ୍ତାନି କ୍ଷେତ୍ରରେ ବିଶେଷ କିଛି ଯୋଗଦାନ ନାହିଁ।

୨୦୧୭ ରୁ ଓଡିଶାରେ ମିଲେଟଟ ମିଶନ ଯୋଜନା କାର୍ଯ୍ୟକାରୀ ହେଲାଣି ।  ବିଜେଡି ସରକାର ସେବେ ଥିଲା ଆଜି ବି ଅଛି। ୟା  ଭିତରେ ୫ ରୁ ୬ ବର୍ଷ ବିତିଗଲାଣି । ତଥ୍ୟକୁ ଦେଖିଲେ ଜଣାଯାଏ ୨୦୧୭ ରୁ ୨୦୨୩ ମଧ୍ୟରେ ଓଡ଼ିଶାରେ ବିଭିନ୍ନ ମିଲେଟ ଜାତୀୟ ଶଷ୍ୟ ଉତ୍ପାଦନ ରେ ଆଖିଦୃଷ୍ଟିଆ ଅଗ୍ରଗତି ହୋଇ ନାହିଁ ।  ତେବେ ରାଜ୍ୟର ବିଜେଡି ସରକାର ଙ୍କ ମିଲେଟ ମିଶନ ର ପ୍ରକୃତ ସତ କଣ  ? ଖାଲି ମିଲେଟର ପ୍ରଚାର ନା ରାଜ୍ୟରେ ମିଲେଟ ଜାତୀୟ ଶଷ୍ୟ ଉତ୍ପାଦନ ବୃଦ୍ଧି ପାଇଁ ଚେଷ୍ଟା କରିବା । ତେବେ ତଥ୍ୟ ହିଁ  ସ୍ପଷ୍ଟ କରୁଛି  ବିଜେଡି ସରକାରଙ୍କ  ମିଲେଟ ମିଶନ କେତେ ଦୂର ସତ ଓ ବାସ୍ତବ... 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Sponsored
ରାଜ୍ୟ ସରକାର ତୁଚ୍ଛାଟାରେ ମିଲେଟ୍‌ ଉତ୍ପାଦନରେ ନେଉଛନ୍ତି ବାଃ ବାଃ.. | Argus News