Videos
|
National

Cab Booking / Ola, Uber, Rapido ରାଇଡ୍ ଆରମ୍ଭ ପୂର୍ବରୁ ମାଗି ପାରିବେନି ଟିପ୍

Sushanta Sahoo
Browse all articles by Sushanta Sahoo
·1 hour ago·2 min read
Ola, Uber, Rapido ରାଇଡ୍ ଆରମ୍ଭ ପୂର୍ବରୁ ମାଗି ପାରିବେନି ଟିପ୍
CCPA Takes Action Against Ola, Rapido Over Extra Charges

Key Points

ରାଇଡ୍ ପୂର୍ବରୁ ଆପ୍‌ରେ ମଗାଯାଉଛି ଟିପ୍ । ଏହାକୁ CCPA ବେଆଇନ୍ କହିବା ସହ ଓଲା ଓ ରାପିଡୋ ଉପରେ ଜରିମାନା ଲଗାଇଛି ।
ନୂଆଦିଲ୍ଲୀ: କ୍ୟାବ୍ ବୁକ୍ କରିବା ପରେ ଡ୍ରାଇଭରଙ୍କୁ ଭେଟିବା ପୂର୍ବରୁ କ'ଣ ଆପଣଙ୍କୁ ଟିପ୍ ଅଥବା ଆଡ-ଅନ୍ ନାମରେ ଅତିରିକ୍ତ ଟଙ୍କା ଦେବାକୁ ବିକଳ୍ପ ଆସୁଛି ? ଯଦି ହଁ, ତାହେଲେ କମ୍ପାନୀ ଏଭଳି ପେମେଣ୍ଟ ମାଗି ପାରିବେ ନାହିଁ । କେନ୍ଦ୍ରୀୟ ଉପଭୋକ୍ତା ସଂରକ୍ଷଣ ପ୍ରାଧିକରଣ (CCPA) କ୍ୟାବ୍ କମ୍ପାନୀ ଓଲା (Ola)ର ଏଭଳି ବ୍ୟବସ୍ଥାକୁ ଅନୁଚିତ୍ ବୋଲି କହିଛି ।

ଏଥିସହ ଓଲା କ୍ୟାବ୍ ଉପରେ CCPA ୧୦ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି । ରାଇଡ୍ ସମ୍ପୂର୍ଣ୍ଣ ହେବା ପୂର୍ବରୁ ଅତିରିକ୍ତ ଟଙ୍କା ମାଗିବା ବିକଳ୍ପକୁ ତୁରନ୍ତ ସମ୍ପୂର୍ଣ୍ଣ ଭାବେ ହଟାଇବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । କମ୍ପାନୀର ଏଭଳି ବ୍ୟବସ୍ଥା ଅନୁଚିତ୍ ବ୍ୟବସାୟ ଓ ଡାର୍କ ପାଟର୍ଣ୍ଣ ବୋଲି କହିଛି CCPA ।

ଓଲା କ୍ୟାବ୍ ପରିଚାଳନା କରୁଥିବା ଏଏନ୍ଆଇ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍‌କୁ ୧୦ ଲକ୍ଷ ଫାଇନ୍ କରାଯାଇଛି । CCPA ଅନୁସାରେ, ଓଲା ଆପ୍‌ରେ ଗାଡ଼ି ସର୍ଚ୍ଚ ବେଳେ ବ୍ୟବହାରକାରୀଙ୍କୁ ସୂଚୀତ କରାଯାଉଛି ଟିପ୍ ଦେଲେ ରାଇଡ୍ ଶୀଘ୍ର ମିଳିବାର ସମ୍ଭାବନା ବୃଦ୍ଧି ପାଇବ । ଯାହାର ନାଁ ଟିପ୍‌ରୁ କମ୍ପାନୀ ପରିବର୍ତ୍ତନ କରି ଆଡ୍ ଅନ୍ କରିଛି । କିନ୍ତୁ ଟଙ୍କା ମାଗିବାର ବ୍ୟବସ୍ଥା ବଦଳି ନାହିଁ ।

ଏଥିସହ ପଢ଼ନ୍ତୁ: ଓଡ଼ିଶାରେ ବନ୍ଦ ହେବ ବାଇକ୍ ଟ୍ୟାକ୍ସି ସେବା! Uber ଓ Rapidoକୁ କ୍ରାଇମବ୍ରାଞ୍ଚର କଡ଼ା ନିର୍ଦ୍ଦେଶ 

ଟିପ୍ ଦେଲେ ଶୀଘ୍ର ମିଳିବ କ୍ୟାବ୍ ?

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
CCPA ପକ୍ଷରୁ ଓଲା ଆପ୍‌ର ଭିନ୍ନ ଭିନ୍ନ ଗତିବିଧିର ଯାଞ୍ଚ କରାଯାଇଛି । ଯେଉଁଥିରୁ, ଜଣାପଡ଼ିଛି ଟିପ୍ ଦେଲେ ଶୀଘ୍ର ରାଇଡ୍ ମିଳିବା ସମ୍ଭାବନା ବଢ଼ିଯାଇପାରେ । ଶୀଘ୍ର ରାଇଡ୍ ପାଇବାର ସମ୍ଭାବନା ପାଇଁ ଏବେ ଟିପ୍ ଦିଅନ୍ତୁ । ଶୀଘ୍ର ରାଇଡ୍ ନିଶ୍ଚିତ କରିବାର ସମ୍ଭାବନା ବଢ଼ାନ୍ତୁ ।

ଏସବୁ ମେସେଜ ଆପ୍‌ରେ ରାଇଡ୍ ସର୍ଚ୍ଚ ସମୟରେ ଆସୁଛି । ଆଉ ସର୍ଚ୍ଚର ଠିକ୍ ତଳେ ୧୦, ୨୦ କିମ୍ବା ଅନ୍ୟ ଅର୍ଥ ପେମେଣ୍ଟର ବିକଳ୍ପ ଆସୁଛି । ଯାହାଦ୍ଵାରା ବ୍ୟବହାରକାରୀଙ୍କୁ ଲାଗୁଛି ଅତିରିକ୍ତ ଦେୟ ଦେଲେ ଡ୍ରାଇଭର ଶୀଘ୍ର ରାଇଡ୍ ଗ୍ରହଣ କରିନେବେ । ତେବେ ଏଭଳି ଶବ୍ଦର ବ୍ୟବହାର ଭ୍ରାମାତ୍ମକ ବୋଲି CCPA କହିଛି ।

CCPA ପକ୍ଷରୁ ୧ ଜୁନ୍ ୨୦୨୬ରୁ ନେଇ ୧୫ ଜୁନ୍ ପର୍ଯ୍ୟନ୍ତ ଓଲାକୁ ମିଳିଥିବା ବୁକିଂ ତଥ୍ୟର ଯାଞ୍ଚ କରାଯାଇଛି । ତଦନ୍ତରୁ ଜଣାପଡ଼ିଛି ଯେ, ଆଡ୍ ଅନ୍ ସହ ସ୍ଵୀକାର କରାଯାଇଥିବା ରାଇଡ୍‌ ଠାରୁ ବିନା ଆଡ୍ ଅନ୍ ରାଇଡ୍ ନିବେଦନ ଅଧିକ ରହିଛି ।

ରାପିଡୋକୁ ବି ଫାଇନ୍

ଏଭଳି ଭାବେ CCPA ପକ୍ଷରୁ ଅନ୍ୟ କ୍ୟାବ ଏଗ୍ରିଗେଟର କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରାପିଡୋ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି । Uber ଓ Namma Yatri ବିରୋଧରେ ମାମଲାର ଯାଞ୍ଚ ଚାଲିଛି ।