Bike Taxi Ban / ଓଡ଼ିଶାରେ ବନ୍ଦ ହେବ ବାଇକ୍ ଟ୍ୟାକ୍ସି ସେବା! Uber ଓ Rapidoକୁ କ୍ରାଇମବ୍ରାଞ୍ଚର କଡ଼ା ନିର୍ଦ୍ଦେଶ
·2 hours ago·2 min read

Key Points
ଓଡ଼ିଶାରେ ବନ୍ଦ ହେବ ବାଇକ୍ ଟ୍ୟାକ୍ସି ସେବା!
Uber ଓ Rapidoକୁ କ୍ରାଇମବ୍ରାଞ୍ଚର କଡ଼ା ନିର୍ଦ୍ଦେଶ
ଧଳା ନମ୍ବର ପ୍ଲେଟ୍ ଥିବା ବାଇକ୍ ଟ୍ୟାକ୍ସି ସେବା ଚଳାଇବା ଉପରେ ଲାଗିବ କଟକଣା
ମନ୍ତ୍ରୀ କହିଲେ କ୍ଷତି ହେଉଛି ରାଜସ୍ବ
ପରିବହନ ମନ୍ତ୍ରୀ ବିଭୁତି ଜେନାଙ୍କ ସୂଚନା
Uber ଓ Rapidoକୁ କ୍ରାଇମବ୍ରାଞ୍ଚର କଡ଼ା ନିର୍ଦ୍ଦେଶ
ଧଳା ନମ୍ବର ପ୍ଲେଟ୍ ଥିବା ବାଇକ୍ ଟ୍ୟାକ୍ସି ସେବା ଚଳାଇବା ଉପରେ ଲାଗିବ କଟକଣା
ମନ୍ତ୍ରୀ କହିଲେ କ୍ଷତି ହେଉଛି ରାଜସ୍ବ
ପରିବହନ ମନ୍ତ୍ରୀ ବିଭୁତି ଜେନାଙ୍କ ସୂଚନା
ବ୍ରହ୍ମପୁର,୧୩/୧୧: ଓଡ଼ିଶାରେ Uber ଓ Rapido ଭଳି ରାଇଡ୍-ହେଲିଂ ପ୍ଲାଟଫର୍ମ ପାଇଁ ବଡ଼ ଝଟ୍କା। ଧଳା ନମ୍ବର ପ୍ଲେଟ୍ ଥିବା ଘରୋଇ ଦୁଇଚକିଆ ଯାନରେ ବାଇକ୍ ଟ୍ୟାକ୍ସି ସେବା ଚଳାଇବା ଉପରେ ଲାଗିବ କଟକଣା। ଏନେଇ Uber ଓ Rapidoକୁ କଡ଼ା ନିର୍ଦ୍ଦେଶ ଦେଇଛି ଓଡ଼ିଶା କ୍ରାଇମବ୍ରାଞ୍ଚ। ସମଗ୍ର ରାଜ୍ୟରେ ଘରୋଇ ବା ନନ୍-ଟ୍ରାନ୍ସପୋର୍ଟ ଦୁଇଚକିଆ ଯାନ ବ୍ୟବହାର କରି ଯାତ୍ରୀ ପରିବହନ ବନ୍ଦ କରିବାକୁ କୁହାଯାଇଛି। ପରିବହନ ମନ୍ତ୍ରୀ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି ଯେ ବ୍ୟକ୍ତିଗତ ବ୍ୟବହାର ପାଇଁ ଥିବା ଧଳା ନମ୍ବର ପ୍ଲେଟ୍ ଗାଡ଼ିକୁ ରାଇଡ୍-ହେଲିଂ ପ୍ଲାଟଫର୍ମରେ ବାଣିଜ୍ୟିକ ଯାତ୍ରୀ ପରିବହନ ପାଇଁ ବ୍ୟବହାର କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ଏହାଦ୍ୱାରା ନିୟମର ଉଲ୍ଲଂଘନ ସହ ସରକାରଙ୍କ ରାଜସ୍ୱ କ୍ଷତି ହେଉଛି।
ଭୁବନେଶ୍ୱର ଓ କଟକ ଆରଟିଓର ଯାଞ୍ଚ ରିପୋର୍ଟ ଆଧାରରେ ନଭେମ୍ବର ୧୦, ୨୦୨୬ରେ ଉଭୟ କମ୍ପାନୀକୁ ସରକାରୀ ନୋଟିସ୍ ଜାରି କରାଯାଇଛି। ବୈଧ କମର୍ସିଆଲ୍ ପରମିଟ୍ ନଥାଇ ଘରୋଇ ଗାଡ଼ିକୁ ବ୍ୟବସାୟିକ ଯାତ୍ରୀ ପରିବହନରେ ବ୍ୟବହାର କରିବା ଆଇନର ଉଲ୍ଲଂଘନ ବୋଲି କୁହାଯାଇଛି।
ପଢନ୍ତୁ ଏହି ଖବର: ରାତି ଅଧରେ ଆକ୍ସନ ମୋଡ୍ରେ ଡିସିପି, ବସ୍ତି ଗଳିକନ୍ଦିରେ ଚାଲି ଚାଲି କଲେ ପାଟ୍ରୋଲିଂ
ମୋଟର ଯାନ ଆଇନ, ୧୯୮୮ ଏବଂ ଓଡ଼ିଶା ଅନ୍-ଡିମାଣ୍ଡ ଟ୍ରାନ୍ସପୋର୍ଟେସନ୍ ଟେକ୍ନୋଲୋଜି ଆଗ୍ରିଗେଟର ଗାଇଡ୍ଲାଇନ୍ସ, ୨୦୨୩ ଅନୁସାରେ ଏଭଳି ଯାନ ବ୍ୟବହାର ନିୟମ ବିରୋଧୀ। ତେଣୁ ନିୟମ ଅନୁସାରେ ବୈଧ ପରମିଟ୍ ନଥିବା ଘରୋଇ ଦୁଇଚକିଆ ଯାନକୁ ବାଇକ୍ ଟ୍ୟାକ୍ସି ସେବାରେ ବ୍ୟବହାର କରାଯାଇପାରିବ ନାହିଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଏହି ନିର୍ଦ୍ଦେଶ ପରେ ରାଜ୍ୟରେ Uber ଓ Rapidoର ବାଇକ୍ ଟ୍ୟାକ୍ସି ସେବା ଉପରେ କି ପ୍ରଭାବ ପଡ଼ିବ, ତାହା ଉପରେ ନଜର ରହିଛି। ନିୟମ ଉଲ୍ଲଂଘନ କରି ଘରୋଇ ଗାଡ଼ିରେ ବାଇକ୍ ଟ୍ୟାକ୍ସି ସେବା ଜାରି ରହିଲେ କାର୍ଯ୍ୟାନୁଷ୍ଠାନର ସମ୍ଭାବନା ରହିଛି।
Related Topics
Explore more stories