Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦଶହରାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ଦୁର୍ଗା ମଣ୍ତପ ବୁଲିଲେ

Ritu Das
Browse all articles by Ritu Das
·1 year ago·2 min read
ଦଶହରାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ଦୁର୍ଗା ମଣ୍ତପ ବୁଲିଲେ

ଅର୍ଗସ ବ୍ୟୁରୋ: ଦଶହରାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରେ ଦୁର୍ଗା ମଣ୍ତପ ବୁଲିଲେ। କେନ୍ଦ୍ର ମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତର ଦ୍ବିତୀୟ ଦିନରେ ମା' ସମଲେଶ୍ଵରୀ , ମା' ପାଟଣେଶ୍ଵରୀ ଦର୍ଶନ ସହ ବିଜୟା ଦଶମୀରେ ଦୁର୍ଗା ପୁଜା ମଣ୍ତପ ବୁଲି ଦର୍ଶନ କଲେ । ସକାଳେ ଗ୍ରୀନ ପାର୍କ ବାସ ଭବନରେ  ସମ୍ବଲପୁର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ପ୍ରଥମେ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ବିଭିନ୍ନ ଅନୁଷ୍ଠାନ ସହ ଶିକ୍ଷାନୁଷ୍ଠାନର ସମସ୍ୟା ନେଇ ସାଧାରଣ ଲୋକ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି । 

ପରେ ମା' ସମଲେଶ୍ଵରୀ ମନ୍ଦିର ପହଞ୍ଚି ଦର୍ଶନ କରିଛନ୍ତି । ସେ କହିଛନ୍ତି ଦଶହରାର ଶୁଭ ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ଦର୍ଶନ କରିବା ମୋର ସୌଭାଗ୍ୟ । ମା' ସମସ୍ତଙ୍କ ଉପରେ କୃପା ଅଜାଡ଼ି ଦିଅନ୍ତୁ । ଦଶହରା ଅବସରରେ ମା' ସମଲେଶ୍ଵରୀ ବିଶ୍ଵବାସୀଙ୍କ ମଙ୍ଗଳ କରନ୍ତୁ। `ଦେଶ ତଥା ରାଜ୍ୟର ଆହୁରି ପ୍ରଗତି ହେଉ, ସମ୍ବଲପୁର ଶୀର୍ଷରେ ପହଞ୍ଚୁ' । ମା’  ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ । ତାଙ୍କ ଶୁଭ ଆଶୀର୍ବାଦ ଆମ ସମସ୍ତଙ୍କ ଜୀବନରେ ଖୁସି ଓ ଆନନ୍ଦ ଭରିଦେଉ, ଏହା କାମନା କରିଛନ୍ତି। ମା' ସମଲେଶ୍ଵରୀଙ୍କ ପାଖରେ ସମସ୍ତଙ୍କ ସୁଖ, ସମୃଦ୍ଧି କାମନା କଲେ ଧର୍ମେନ୍ଦ୍ର । 

ପରେ ଦୀପ ଘର ବୁଲି ଦୀପ ପ୍ରଜ୍ଜଳନ ଦର୍ଶନ କରିଥିଲେ । ମନ୍ଦିର ପୁଜକ ସହ ଆଲୋଚନା କରିବା ସହ ବିଭିନ୍ନ ସମସ୍ୟା ନେଇ ଅବଗତ ହୋଇଥିଲେ । ସମଲେଶ୍ଵରୀ ଫେଜ୍-2 ବିକାଶ କାମ ପାଇଁ କଳ୍ପନା ଆରମ୍ଭ ହୋଇଛି। ପ୍ରଶାସନ ସହ ଆଲୋଚନା କରି ମାଁ ସମଲେଶ୍ବରୀ ପୀଠ ଅତ୍ୟାଧୁନିକ କେନ୍ଦ୍ର ହେବା ନେଇ ନିର୍ଦ୍ଦେଶ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ମା' ସମଲେଶ୍ବରୀଙ୍କ ପୀଠ ଅତ୍ୟାଧୁନିକ ଆଧ୍ୟାତ୍ମିକ କେନ୍ଦ୍ର ହେବ । ପରେ ପାଟେଣେଶ୍ବରୀ ମନ୍ଦିର ପହଞ୍ଚି ଦର୍ଶନ କରିଛନ୍ତି । 
ସର୍କିଟ ହାଉସରେ ଜିଲ୍ଲାପ୍ରଶାସନ ସହ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ବିଧାୟଲ ଜୟନାରାୟଣ ମିଶ୍ର ଉପସ୍ଥିତ ରହି ସମୀକ୍ଷା ବୈଠକ କରିଥିଲେ। ପରେ ସହରର ଦଲେଇପଡା, ହାଡପଡା, ନନ୍ଦପଡା, ଝାଡୁଆପଡା ଆଦି ହୀରାକୁଦ ଓ ବୁର୍ଲା ପହଚି ମାତା ଦୁର୍ଗାଙ୍କ ପୂଜା ମଣ୍ତପ ବୁଲି ଦର୍ଶନ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ସାଂସଦ ହେଵା ପରେ ଏହା ତାଙ୍କର ପ୍ରଥମ ଥର ଦଶହରାରେ ସମ୍ବଲପୁର ଗସ୍ତ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
On Dussehra, Union Minister | Argus News