4 ଜୁନରେ ମୁଖ୍ୟମନ୍ତ୍ରୀରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇଯିବେ ନବୀନ

ଭୁବନେଶ୍ୱର: ଗୋଟିଏ ଦିନରେ 3-3ଟି ନିର୍ବାଚନୀ ସଭାରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗର୍ଜନ । ଅମିତ ଶାହଙ୍କ ଟାର୍ଗେଟରେ ନବୀନ ଓ ପାଣ୍ଡିଆନ । ଓଡ଼ିଶାରେ ପରଦା ପଛରେ ଚାଲିଛି ତାମିଲ୍ ଶାସନ । 4 ଜୁନରେ ମୁଖ୍ୟମନ୍ତ୍ରୀରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇଯିବେ ନବୀନ । ଏଥର ଓଡ଼ିଆ ଅସ୍ମିତା ଓ ସ୍ବାଭିମାନର ନିର୍ବାଚନ । 75ରୁ ଅଧିକ ସିଟ୍ ଜିତି ଓଡ଼ିଶାରେ ସରକାର ଗଢ଼ିବ ବିଜେପି । 25 ବର୍ଷ ପରେ ଓଡ଼ିଶାକୁ ମିଳିବ ଓଡ଼ିଆ ଲେଖି ପଢ଼ି ପାରୁଥିବା ମୁଖ୍ୟମନ୍ତ୍ରୀ ।
ଗୋଟିଏ ଦିନ । ତିନି ତିନିଟି ବିଶାଳ ଜନସଭା। ଚାନ୍ଦବାଲି, କୋରେଇ, ନିମାପଡ଼ା। ସବୁଠି ଶାହଙ୍କ ଗର୍ଜନ। ପୂର୍ବରୁ ନବୀନ ସରକାରକୁ ଓପାଡ଼ି ଫିଙ୍ଗି ଦେବାକୁ ଆହ୍ବାନ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ । ଆଉ ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଆଜି ଅମିତ୍ ଶାହ କରିଛନ୍ତି ଦମ୍ଭୋକ୍ତି । 4 ଜୁନରେ ମୁଖ୍ୟମନ୍ତ୍ରୀରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇଯିବେ ନବୀନ ପଟ୍ଟନାୟକ । ଏଥର 75ରୁ ଅଧିକ ବିଧାନସଭା ଆସନରେ ଜିତି ସରକାର ଗଢ଼ିବ ଭାରତୀୟ ଜନତା ପାର୍ଟି । ଆଉ ଓଡ଼ିଆ ଲେଖି ପଢି ପାରୁଥିବା ଜଣେ ଯୁବ ନେତା ହିଁ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ।
ଅମିତ୍ ଶାହ କହିଛନ୍ତି ଓଡ଼ିଶାରେ ପରଦା ପଛରେ ଚାଲିଛି ତାମିଲ୍ ଶାସନ । ରାଜ୍ୟର ବିକାଶ ପାଇଁ ମୋଦି ଦେଇଥିବା 7 ଲକ୍ଷ କୋଟି ଲୁଟି ନେଇଛନ୍ତି ନବୀନଙ୍କ ବାବୁ । ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରସଙ୍ଗରେ ନବୀନ ଓ ପାଣ୍ଡିଆନଙ୍କ ଉପରେ ଘନ ଘନ ଆକ୍ରମଣ କରିଛନ୍ତି ଅମିତ୍ ଶାହ । କହିଛନ୍ତି, ଖଣି ପାଣି ସବୁଥାଇ କାହିଁକି ଗରିବ ଓଡ଼ିଶା, କାହିଁକି ଦାଦନ ଖଟିବାକୁ ଯାଉଛନ୍ତି ଓଡ଼ିଆ। ଏଥିପାଇଁ ଦାୟୀ କିଏ ?
ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ପୁଣି ଘେରିଛନ୍ତି ଅମିତ୍ ଶାହ। ପ୍ରଶ୍ନ କରିଛନ୍ତି କାହିଁକି ତିଆରି ହେଲା ଡୁପ୍ଲିକେଟ୍ ଚାବି, ରତ୍ନଭଣ୍ଡାର ଲୁଟ୍ ହୋଇଛି କି ନା, ଚାବି ହଜିବା ରିପୋର୍ଟ କାହିଁକି ସାର୍ବଜନୀନ କରୁନାହିଁ ନବୀନ ସରକାର ? ଚିଟଫଣ୍ଡରେ ଗରିବଙ୍କୁ ଟଙ୍କା ଲୁଟିଥିବା ଲୋକଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଅମିତ୍ ଶାହ। କହିଛନ୍ତି `ଚିଟ୍ଫଣ୍ଡ ଚୋରଙ୍କୁ ଜେଲ୍ ପଠାଯିବ, ଓଲଟା ଟଙ୍ଗାଯିବ। ଶାହ କହିଛନ୍ତି ଏଥର ନିର୍ବାଚନ ଓଡ଼ିଆ ଅସ୍ମିତା, ଭାଷା, କଳା, ସ୍ବାଭିମାନର ନିର୍ବାଚନ।
📱 Get Argus News App
✨ଅଧିକ ପଢନ୍ତୁ ଓଡ଼ିଶା ଖବର