Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆସନ୍ତା ୧୫ରେ ଓଡ଼ିଶାରେ ଚାଲିବ ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ

Ritu Das
Browse all articles by Ritu Das
·1 year ago
ଆସନ୍ତା ୧୫ରେ ଓଡ଼ିଶାରେ ଚାଲିବ ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ

ଅର୍ଗସ ବ୍ୟୁରୋ: ଆସନ୍ତା ୧୫ରେ ଓଡ଼ିଶାରେ ଚାଲିବ ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ । ଝାଡ଼ଖଣ୍ଡର ଟାଟା ନଗର ଓ ବ୍ରହ୍ମପୁର ମଧ୍ୟରେ ଦୌଡିବ ଏହି ଟ୍ରେନ୍। ଏଥିପାଇଁ ସମସ୍ତ ପ୍ରକ୍ରିୟା ଏକ ପ୍ରକାର ଚୂଡ଼ାନ୍ତ ହୋଇଛି। ମଙ୍ଗଳବାର ବ୍ୟତୀତ ସପ୍ତାହକୁ ୬ ଦିନ ଚାଲିବ ଏହି ଏକ୍ସପ୍ରେସ୍। ଟାଟା ନଗରରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ୫୮୬ କିଲୋମିଟର ଦୂରତା ପାଖାପାଖି ୯ ଘଣ୍ଟାରେ ଅତିକ୍ରମ କରିବ। 

ଆଜି ଏହି ଟ୍ରେନର ପୂର୍ଣ୍ଣ ଟ୍ରାଏଲ ରନ୍ ଆରମ୍ଭ ହୋଇଛି । ଏହା ସକାଳ ୫ଟା ୨୦ରେ ଟାଟା ନଗରରୁ ବାହାରି ସକାଳ ୭ଟା ୪୩ ମିନିଟରେ ଯୋଡ଼ା ସହର ସ୍ଥିତ ବାଂଶପାଣି ରେଳ ଷ୍ଟେସନରେ ପହଞ୍ଚିଥିଲା। ଦୁଇ ମିନିଟର ରହଣି ପରେ ବାଂଶପାଣୀ ଷ୍ଟେସନ ଛାଡ଼ି ବ୍ରହ୍ମପୁର ଉଦ୍ଦେଶ୍ୟରେ ବାହାରିଥିଲା । ଏପଟେ ବନ୍ଦେ ଭାରତ ଚାଲିବା ନେଇ ଯୋଡ଼ା ବାସୀ ଖୁସି ବ୍ୟକ୍ତ କରିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
On the 15th, the | Argus News