Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିବାହ ଦିନ ମହିଳା କର୍ମଚାରୀଙ୍କୁ ଅଫିସରୁ ଆସିଲା ଏପରି ମେଲ...

National

ବିବାହ ଦିନ ମହିଳା କର୍ମଚାରୀଙ୍କୁ ଅଫିସରୁ ଆସିଲା ଏପରି ମେଲ...

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ବିବାହ ଦିନ ମହିଳା କର୍ମଚାରୀଙ୍କୁ ଅଫିସରୁ ଆସିଲା ଏପରି ମେଲ...

ଅର୍ଗସ ବ୍ୟୁରୋ : କମ୍ପାନୀର କର୍ମଚାରୀ ଛଟେଇ କେଉଁ ମୁହୁର୍ତ୍ତରେ କେତେବେଳି ବି ହୋଇପାରେ । ହେଲେ ବିବାହ ଦିନ ଏପରି ମେସେଜ ଆସିବା ନିହାତି ନୈରାଶଜନକ । ଏପରି ଘଟଣା ଜଣେ ମହିଳା କର୍ମଚାରୀଙ୍କ ସହ ହୋଇଛି । ଯେଉଁ ମେସେଜକୁ ନେଇ ସେ ଖୁବ ରାଗିବା ସହ ଦୁଃଖିତ ଥିବା ଶେୟାର କରିଛନ୍ତି । ଇଂଲଣ୍ଡର ଜଣେ ମହିଳା କର୍ମଚାରୀଙ୍କୁ ତାଙ୍କ ବିବାହ ଦିନ ବସଙ୍କ ପାଖରୁ ଏକ ମେଲ ଆସିଛି । ଯେଉଁ ମେଲ ତାଙ୍କ ବିବାହ ଭଳି ଖୁସି ଦିନକୁ ଖରାପ କରି ଦେଇଛି । ବିବାହର ବିଭିନ୍ନ ଉତ୍ସବକୁ ନେଇ ବ୍ୟସ୍ତ ଥିବା ବେଳଏ ତାଙ୍କ ବସ୍ ଙ୍କ ପାଖରୁ ଏକ ମେଲ ଆସିଥିଲା । ଯେଉଁଥିର ସେ ଲେଖିଥିଲେ, " ସମସ୍ତଙ୍କ ସହମତିରେ ଏପରି ନିଷ୍ପତ୍ତି ନିଆଯାଇଛି । ଆଜି ଆପଣଙ୍କ ପାଇଁ ଖୁବ ବଡ ଦିନ । ଏହି ଦିନରେ ଏପରି ମେସେଜ କରିଥିବାରୁ ଆମେ ଦୁଃଖିତ । ହେଲେ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ । ଆଶା କରୁଛୁ ଆପଣ ଆହୁରି ଆଗକୁ ଯାଆନ୍ତୁ , ଏବଂ ଆପଣଙ୍କ ଜୀବନରେ ଉନ୍ନତି କରନ୍ତୁ ।" 

ଅଧିକ ପଢନ୍ତୁ : ଛାତ୍ରଙ୍କୁ ଚୁଟି ନକାଟିବା ପଡିଲା ମହଙ୍ଗା, ଭାଇରାଲ ହେଲା ଭିଡିଓ

ସେ ମହିଳା ଜଣକ କହିଛନ୍ତି, ପ୍ରଥମେ ସେ ବସଙ୍କ ମେଲ ଦେଖିନଥିଲେ , କାରଣ ବିବାହକୁ ନେଇ ଖୁବ ବ୍ୟସ୍ତ ଥିଲେ । ତାପରେ କିଛି ସମୟ ବସିବା ପରେ ଯେତେବେଳେ ନିଜ ଫୋନ ଦେଖିଲେ, ସେତେବେଳେ ତାଙ୍କୁ ଅନେକ ଆଗକୁ ଯିବା ପାଇଁ ଶୁଭେଚ୍ଛା ଜଣାଇଥିଲେ , ଏବଂ ଅଫିସର ସମସ୍ତ ଅଫିଯିଆଲ ହ୍ବାଟସପ ଗ୍ରୁପରୁ ତାଙ୍କୁ ବାହାର କରି ଦିଆଯାଇଥିଲା । ଏହାପରେ ସେ ଯେତେବେଳେ ନିଜ ମେଲ ଚେକ କରିଥିଲେ, ତାଙ୍କ ବସଙ୍କର ଏପରି ମେଲ ଦେଖଇଥିଲେ । ଯେଉଁ ମେସେଜ ତାଙ୍କୁ ବେଶ ଦୁଃଖିତ କରିଥିଲା । ତେବେ ନିଜର ଟାର୍ଗେଟ ପୁରା କରି ପାରିନଥିବାରୁ ତାଙ୍କୁ କମ୍ପାନୀରୁ କଢା ଯାଇଥିବା ସେ କହିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
On the day of the wedding, a female employee received such a mail from the office | Argus News