OpenAI / OpenAI ଲଞ୍ଚ କଲା ନୂଆ ଆପ୍ , ଟିକ୍ଟକ୍ , ଇନ୍ଷ୍ଟାଗ୍ରାମକୁ ଦେବ ଟକ୍କର

Key Points
OpenAI ଲଞ୍ଚ କଲା ନୂଆ ସୋସିଆଲ ମିଡିଆ ଭିଡିଓ ଆପ୍
ଟିକଟକ, ଇନ୍ଷ୍ଟାଗ୍ରାମକୁ ଟକ୍କର ଦେବ ଏହି ଆପ୍
ନିଜର ଅଡିଓ ସହ ହାଇ-ଡେଫିନେସନ୍ ଭିଡିଓ କ୍ଲିପ ତିଆରି କରିପାରିବେ ୟୁଜର୍ସ
OpenAI ଲଞ୍ଚ କରିଛି ନୂଆ ଆଡଭାନ୍ସ ଏଆଇ ଭିଡିଓ ମଡେଲ Sora 2 । ଏହା ସହ ଆଉ ଏକ ଆଫ ମଧ୍ୟ ଲଞ୍ଚ କରିଛି । ଯାହା ୟୁଟ୍ୟୁବ ଏବଂ ଟିକଟକ୍କୁ ଟକ୍କର ଦେବ । ଏହି ଆପରେ ୟୁଜର୍ସମାନେ ଟେକ୍ସ୍ଟ ପ୍ରମ୍ପ୍ଟ ବ୍ୟବାହାର କରି ଅଡିଓ ସହିତ ହାଇ-ଡେଫିନେସନ୍ ଭିଡିଓ କ୍ଲିପ୍ ତିଆରି କରିପାରିବେ ।
sora 2 ସବୁଠୁ ଉତ୍କୃଷ୍ଟ ଧରଣର ଭିଡିଓ ଆପ ବୋଲି ଦାବି କରିଛି OpenAI । ଏହି ମଡେଲ ଆପରେ ଡାଇଲଗ , ସାଉଣ୍ଡ ଇଫେକ୍ଟ ଅଧିକ ବାସ୍ତବ ଲାଗିବ ବୋଲି AI ପକ୍ଷରୁ କୁହାଯାଇଛି । ପୂର୍ବରୁ ଏଆଇ ଜେନେରେଟ କରୁଥିବା କାଳ୍ପନିକ ଭିଡିଓ ଗୁଡିକ ଅବାସ୍ତବ ଲାଗୁଥିବା ବେଳେ ଏହି ଆପରେ ଏହାର ଭିଡିଓ କ୍ଵାଲିଟି ଏବଂ ଶୈଳୀ ସମ୍ପୁର୍ଣ୍ଣ ବାସ୍ତବ ଲାଗେ ବୋଲି ଦାବି କରିଛି ଏଆଇ ।
ଏହି ଆପ ଓପନ ଏଆଇର ଗୁଗଲ , ମେଟା , ବାଇଟ୍ ଡ୍ୟାନ୍ସ ଭଳି ପ୍ଲାଟଫର୍ମକୁ ମୁକାବିଲା କରିବ । ଆପର ମୂଳ ଲକ୍ଷ୍ୟ ହେଉଛି, କଣ୍ଟେଣ୍ଟ କ୍ରିଏଟ କରିବା ଏବଂ ଏହାକୁ ସୋସିଆଲ ମିଡିଆରେ ଶେୟାର କରିବା । ଏହାସହ ଏଥିରେ କେମିଓସ୍ ଭଳି ଏକ ସ୍ଵତନ୍ତ୍ର ଫିଚର୍ ରହିଛି, ଯାହାଦ୍ଵାରା ଆପ ବ୍ୟବହାରକାରୀ ନିଜର ସୁନ୍ଦର ସୁନ୍ଦର ଏଆଇ ଜେନେରେଟେଡ ଭିଡିଓ କରିପାରିବେ । ଏଥିପାଇଁ ପ୍ରଥମେ ୟୁଜର୍ସମାନଙ୍କୁ ନିଜର କିଛି ଭିଡିଓ ଏବଂ ଅଡିଓ ରେକର୍ଡିଂ ଅପଲୋଡ କରିବାକୁ ପଡିବ ।
ଅଧିକ ପଢନ୍ତୁ : OpenAI Office: ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ଖୋଲିବ OpenAI ଅଫିସ, ଆରମ୍ଭ ହେଲାଣି ନିଯୁକ୍ତି ପ୍ରକ୍ରିୟା
📱 Get Argus News App
✨ଏହି ଆପ ଏବେ invite ମୋଡରେ ରହିଛି, ଏବଂ ଆମେରିକା , କାନାଡାରେ ବ୍ୟବହାର କରାଯାଉଛି । ସୋରା ଆପ୍ରେ ଟିକଟକ୍ ଭଳି ଫିଡରେ ମଧ୍ୟ ଭିଡିଓ ଶେୟାର କରାଯିବ । ଯାହା ଆପଣଙ୍କ ଭିଡିଓ ଦେଖିବାର ଟେଷ୍ଟ, ଆପଣଙ୍କ ପସନ୍ଦ ମୁତାବକ ଭିଡିଓର ସଜେସନ ଆସିବ । ଆପରେ ସ୍କ୍ରୋଲ କରିବାର ଲିମିଟ ବି ରହିଛି । ଓପନ ଏଆଇ ଏହି ଆପ୍କୁ ଲଞ୍ଚ କରିବା ପୂର୍ବରୁ ନିଜର କର୍ମଚାରୀଙ୍କ ସହ ପରୀକ୍ଷା କରିଥିଲେ । ଯାହାକୁ ନେଇ ତାଙ୍କ କର୍ମଚାରୀ ମାନେ କହିଥିଲେ, ଏହି ଆପ୍ର ନୂଆ କେମିଓସ୍ ଫିଚର ତାଙ୍କୁ ନୂଆ କନେକ୍ସନ କରିବାରେ ସାହାଯ୍ୟ କରୁଥିଲା ।
ବର୍ତ୍ତମାନ ଏହି ଆପକୁ ବ୍ୟବହାର କରିବା ମାଗଣା ବୋଲି କୁହାଯାଉଛି । ଆଗାମୀ ଦିନରେ ଏଥିରେ ଭିଡିଓ ତିଆରି କରିବା ପାଇଁ ଚାର୍ଜ ଲାଗିପାରେ ବୋଲି କୁହାଯାଉଛି । ସୋରା ଓପନ ଏଆଇ ଦ୍ଵାରା ସିଧା ସୋସିଆଲ ମିଡିଆରେ ନିଜର ପ୍ରଥମ ପାଦ ପକେଇଛି । ଆଗକୁ ଏହା ଇନଷ୍ଟାଗ୍ରାମ ରିଲ୍ସ, ମେଟାର ନୂଆ ଭିଡିଓ ସହ କଡ୍ଡା ଟକ୍କର ଦେବ ବୋଲି କୁହାଯାଉଛି ।