Videos
|
National

Operation Sindoor / ଅପରେସନ୍ ସିନ୍ଦୂରରେ ପାକିସ୍ତାନ ପଛରେ ଥିଲା ଚୀନ୍ ! ଆମେରିକା ରିପୋର୍ଟରେ ବଡ଼ ଖୁଲାସା

Santosh Kumar Sahoo
Browse all articles by Santosh Kumar Sahoo
·46 mins ago·2 min read
ଅପରେସନ୍ ସିନ୍ଦୂରରେ ପାକିସ୍ତାନ ପଛରେ ଥିଲା ଚୀନ୍ ! ଆମେରିକା ରିପୋର୍ଟରେ ବଡ଼ ଖୁଲାସା
Operation Sindoor

Key Points

ଭାରତ ବିରୋଧରେ ଚୀନ୍‌ର ଗୁପ୍ତ ଚାଲ୍
ପାକିସ୍ତାନକୁ ଦେଇଥିଲା ସହଯୋଗ
ଆମେରିକା ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ


ଅପରେସନ୍ ସିନ୍ଦୂର ବେଳେ ସୀମାରେ ଗର୍ଜୁଥିଲା ଭାରତୀୟ ସେନାର ଶକ୍ତି, ଆଉ ପରଦା ପଛରେ ପାକିସ୍ତାନକୁ ସହଯୋଗ କରୁଥିଲା ଚୀନ୍ ! କେବଳ ଅସ୍ତ୍ରଶସ୍ତ୍ର ନୁହେଁ, ସାଇବର ଆକ୍ରମଣଠାରୁ ଆରମ୍ଭ କରି ସମୁଦ୍ରପଥରେ ଗୁଇନ୍ଦାଗିରି ପର୍ଯ୍ୟନ୍ତ, ଭାରତକୁ ଘେରିବାକୁ ଚୀନ୍ ରଚିଥିଲା କି ବଡ଼ ରଣନୀତି ?

ଭାରତର ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନକୁ ସମସ୍ତ ପ୍ରକାର ସହଯୋଗ କରିଥିଲା ଚୀନ୍ । ଭାରତର ବଢ଼ୁଥିବା ଆର୍ଥିକ ଓ ସାମରିକ ଶକ୍ତି ଉପରେ ଚାପ ସୃଷ୍ଟି କରିବା ଚୀନ୍‌ର ଏକ ବଡ଼ ରଣନୈତିକ ଉଦ୍ୟମ ଥିଲା । ଆମେରିକାର ଏକ କମିଶନ ପକ୍ଷରୁ ଆମେରିକୀୟ କଂଗ୍ରେସକୁ ଦାଖଲ କରାଯାଇଥିବା ୨୦୨୬ ବାର୍ଷିକ ରିପୋର୍ଟରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।

US-China Economic and Security Review Commissionର ଏହି ରିପୋର୍ଟରେ ‘ଚୀନ୍‌ର ଦ୍ୱିତୀୟ ମୋର୍ଚ୍ଚା: ଭାରତ ଏବଂ ଇଣ୍ଡୋ-ପାସିଫିକ୍‌ରେ ଆମେରିକାର ରଣନୀତିର ଭବିଷ୍ୟତ’ ଶୀର୍ଷକ ଏକ ସ୍ୱତନ୍ତ୍ର ଅଧ୍ୟାୟରେ ଏହି ସମସ୍ତ ତଥ୍ୟ ଉଲ୍ଲେଖ ରହିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରିପୋର୍ଟ ଅନୁଯାୟୀ, ଭାରତର ବଢ଼ୁଥିବା ଆର୍ଥିକ ଓ ସାମରିକ କ୍ଷମତାକୁ ଚୀନ୍ ନିଜ ପାଇଁ ଏକ ରଣନୈତିକ ଚ୍ୟାଲେଞ୍ଜ ଭାବେ ଦେଖୁଛି । ଏହାକୁ ନିୟନ୍ତ୍ରଣରେ ରଖିବା ଲାଗି ଚୀନ୍ ପାକିସ୍ତାନକୁ ସମର୍ଥନ କରି ଭାରତ ବିରୋଧରେ ଏକ ପରୋକ୍ଷ ରଣନୀତି ଆପଣାଇଥିଲା ।

ପାକିସ୍ତାନର ପ୍ରମୁଖ ଅସ୍ତ୍ର ଯୋଗାଣକାରୀ ଚୀନ୍

ରିପୋର୍ଟରେ କୁହାଯାଇଛି ଯେ, ପାକିସ୍ତାନକୁ ସାମରିକ ସହାୟତା ଯୋଗାଇବା ଚୀନ୍‌ର ଦୀର୍ଘଦିନର ନୀତି । ୧୯୬୨ ମସିହାର ଭାରତ-ଚୀନ୍ ଯୁଦ୍ଧ ପରଠାରୁ ଏହି ରଣନୀତି ଜାରି ରହିଛି । ୨୦୨୦ରୁ ୨୦୨୪ ମଧ୍ୟରେ ପାକିସ୍ତାନ ଆମଦାନୀ କରିଥିବା ମୋଟ ଅସ୍ତ୍ରଶସ୍ତ୍ରର ୮୧ ପ୍ରତିଶତ ଚୀନ୍‌ଠାରୁ ଆସିଥିଲା ।
ଏହି ସାମରିକ ସହଯୋଗ ଭାରତର ଚିନ୍ତା ବଢ଼ାଇଛି । କାରଣ ପାକିସ୍ତାନ ସହ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଲେ ଏହା ଚୀନ୍ ସହ ମଧ୍ୟ ମୁହାଁମୁହିଁ ସ୍ଥିତିକୁ ନେଇପାରେ । ଅପରେସନ୍ ସିନ୍ଦୂର ସମୟରେ ଚୀନ୍ ନିଜେ ଯୁଦ୍ଧରେ ସିଧାସଳଖ ସାମିଲ ନହୋଇ ପାକିସ୍ତାନର ସାମରିକ କ୍ଷମତାକୁ ମଜବୁତ କରିଥିବା ଆମେରିକା କମିଶନ ଉଲ୍ଲେଖ କରିଛି ।

ସାଇବର ଆକ୍ରମଣରେ ମଧ୍ୟ ଚୀନ୍‌ର ସହଯୋଗ !

ରିପୋର୍ଟରେ ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରାଯାଇଛି । ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନ ଚୀନ୍‌ଠାରୁ କିଣିଥିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲା । ଏହା ସହ ଭାରତର କେନ୍ଦ୍ରୀୟ ସରକାରୀ ଆଇଟି ସିଷ୍ଟମ୍, ଟେଲିକମ୍ୟୁନିକେସନ୍ ଏବଂ ଡିଜିଟାଲ୍ ସେବା ଉପରେ ବଡ଼ ଧରଣର ଡିଷ୍ଟ୍ରିବ୍ୟୁଟେଡ୍ ଡିନାଏଲ୍ ଅଫ୍ ସର୍ଭିସ୍ (DDoS) ସାଇବର ଆକ୍ରମଣ ଉଦ୍ୟମ ହୋଇଥିଲା ।

ଚୀନ୍‌ର ହ୍ୟାକର୍‌ମାନେ ଏଥିରେ ସହଯୋଗ କରିଥିବା ରିପୋର୍ଟରେ ଦାବି କରାଯାଇଛି । ତେବେ ଏହି ସାଇବର ଆକ୍ରମଣ ପାଇଁ କିଏ ଦାୟୀ, ତାହା ନିର୍ଦ୍ଦିଷ୍ଟ ଭାବେ ପ୍ରମାଣ କରିବାର କ୍ଷମତା କମିଶନ ପାଖରେ ନଥିବା ସ୍ପଷ୍ଟ କରାଯାଇଛି । ତଥାପି ଭାରତର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରେ ହୋଇଥିବା ସବୁଠାରୁ ଉନ୍ନତ ସାଇବର ଆକ୍ରମଣ ଚୀନ୍‌ରୁ ପରିଚାଳିତ ହୋଇଥିବା ରିପୋର୍ଟରେ କୁହାଯାଇଛି ।

ବଙ୍ଗୋପସାଗରରେ ଚୀନ୍‌ର ଗୁପ୍ତଚର ଗତିବିଧି !

ଅପରେସନ୍ ସିନ୍ଦୂର ସମୟରେ ଚୀନ୍‌ର ସାମୁଦ୍ରିକ ଗତିବିଧିକୁ ନେଇ ମଧ୍ୟ ରିପୋର୍ଟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି । ଭାରତର ସ୍ୱତନ୍ତ୍ର ଆର୍ଥିକ ଜୋନ୍‌ (Exclusive Economic Zone) ନିକଟରେ ଅତ୍ୟାଧୁନିକ ସେନ୍ସର୍‌ ଥିବା ଏକ ସର୍ଭେ ଜାହାଜକୁ ଚୀନ୍ ମୁତୟନ କରିଥିଲା । ଏହା ସହ ବଙ୍ଗୋପସାଗରରେ ଆଉ ଏକ ଜାହାଜ ପଠାଇଥିଲା ।

ରିପୋର୍ଟର ଦାବି ଅନୁଯାୟୀ, ଏହି ଜାହାଜଗୁଡ଼ିକ ଭାରତୀୟ ସେନାର ଗତିବିଧି ଉପରେ ନଜର ରଖିବା ସହ ସାମୁଦ୍ରିକ ପଥରେ ଗୁଇନ୍ଦା ତଥ୍ୟ ସଂଗ୍ରହ କରି ପାକିସ୍ତାନକୁ ପହଞ୍ଚାଇଥିଲେ ।