Videos
|
National

Operation Sindoor Hero / ଅପରେସନ ସିନ୍ଦୂରର ହିରୋ, ବେଷ୍ଟ ଟେଷ୍ଟ ପାଇଲଟ୍… କିଏ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ CEO ଜିତେନ୍ଦ୍ର ମିଶ୍ରା ?

Santosh Kumar Sahoo
Browse all articles by Santosh Kumar Sahoo
·8 hours ago·2 min read
ଅପରେସନ ସିନ୍ଦୂରର ହିରୋ, ବେଷ୍ଟ ଟେଷ୍ଟ ପାଇଲଟ୍… କିଏ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ CEO ଜିତେନ୍ଦ୍ର ମିଶ୍ରା ?
Operation Sindoor Hero

Key Points

ଅପରେସନ ସିନ୍ଦୂରରୁ ରାମ ମନ୍ଦିର ଟ୍ରଷ୍ଟ ପର୍ଯ୍ୟନ୍ତ
ଜାଣନ୍ତୁ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ରଙ୍କ କାହାଣୀ
ଅପରେସନ ସିନ୍ଦୂରରେ ଥିଲା ବଡ଼ ଭୂମିକା
ଅଯୋଧ୍ୟାର ଶ୍ରୀରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ମିଳିଛି ଏହାର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) । ରାମ ମନ୍ଦିରର ପ୍ରଥମ CEO ହେଲେ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ରା । ଏହି ନିଯୁକ୍ତି ଟ୍ରଷ୍ଟର ପ୍ରଶାସନିକ ଓ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି ।

ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ରା ଭାରତୀୟ ବାୟୁସେନାରେ ଦୀର୍ଘ ୩୮ ବର୍ଷ ଧରି ସେବା ପ୍ରଦାନ କରିଛନ୍ତି । ତାଙ୍କର ବିଶାଳ ସାମରିକ ଅଭିଜ୍ଞତା ରହିଛି । ଶ୍ରୀରାମ ମନ୍ଦିରର ନିର୍ମାଣ ଓ ଏହା ସହ ଜଡ଼ିତ ବିଭିନ୍ନ ବିକାଶମୂଳକ ଏବଂ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଭାବେ ପରିଚାଳନା କରିବାରେ ତାଙ୍କର ଅଭିଜ୍ଞତା ଉପଯୋଗୀ ହୋଇପାରେ ।

ଅପରେସନ ସିନ୍ଦୂରରେ ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା

ଅପରେସନ ସିନ୍ଦୂର ସମୟରେ ଜିତେନ୍ଦ୍ର ମିଶ୍ରା ଦିଲ୍ଲୀସ୍ଥିତ ଓ୍ବେଷ୍ଟର୍ଣ୍ଣ ଏୟାର କମାଣ୍ଡର ଦାୟିତ୍ୱରେ ଥିଲେ । ଏହି କମାଣ୍ଡର ଦାୟିତ୍ୱ ଅଧୀନରେ ସିଆଚୀନ୍‌ଠାରୁ ଆରମ୍ଭ କରି ଜମ୍ମୁ-କଶ୍ମୀର, ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀର ଆକାଶ ସୀମାର ସୁରକ୍ଷା ରହିଥାଏ ।

ଅପରେସନ ସିନ୍ଦୂର ସମୟରେ ଦିଲ୍ଲୀ ଉପରେ ହୋଇଥିବା ପାକିସ୍ତାନୀ ଆକ୍ରମଣ ଉଦ୍ୟମକୁ ବିଫଳ କରିବାରେ ଭାରତୀୟ ବାୟୁସେନାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ରିପୋର୍ଟ ଅନୁସାରେ, ପାକିସ୍ତାନ ପକ୍ଷରୁ ଦିଲ୍ଲୀ ଉପରେ ଫତେହ୍ ମିସାଇଲ୍‌ ଦ୍ୱାରା ଆକ୍ରମଣ ଉଦ୍ୟମ କରାଯାଇଥିଲା, ଯାହାକୁ ସିରସା ଆକାଶରେ ଭାରତୀୟ ବାୟୁସେନା ଧ୍ୱଂସ କରିଥିଲା । ଜିତେନ୍ଦ୍ର ମିଶ୍ର ୧ ଜାନୁଆରୀ ୨୦୨୫ରେ ଭାରତୀୟ ବାୟୁସେନାର ଓ୍ବେଷ୍ଟର୍ଣ୍ଣ ଏୟାର କମାଣ୍ଡର ଦାୟିତ୍ବ ଗ୍ରହଣ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୧୯୮୬ରେ ଫାଇଟର ପାଇଲଟ୍ ଭାବେ ଯୋଗ ଦେଇଥିଲେ

ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ର ୬ ଡିସେମ୍ବର ୧୯୮୬ରେ ଫାଇଟର ପାଇଲଟ୍ ଭାବେ ଭାରତୀୟ ବାୟୁସେନାରେ କମିଶନ୍ ହୋଇଥିଲେ । ସେ ପୁଣେସ୍ଥିତ ନ୍ୟାସନାଲ ଡିଫେନ୍ସ ଏକାଡେମୀ, ବେଙ୍ଗାଲୁରୁର ଏୟାର ଫୋର୍ସ ଟେଷ୍ଟ ପାଇଲଟ୍ ସ୍କୁଲ୍, ଆମେରିକାର ଏୟାର କମାଣ୍ଡ ଆଣ୍ଡ ଷ୍ଟାଫ୍ କଲେଜ୍ ଏବଂ ବ୍ରିଟେନର ରୟାଲ କଲେଜ୍ ଅଫ୍ ଡିଫେନ୍ସ ଷ୍ଟଡିଜ୍‌ର ପୂର୍ବତନ ଛାତ୍ର । ଜଣେ ଫାଇଟର କମ୍ବାଟ୍ ଲିଡର୍ ଏବଂ ଏକ୍ସପେରିମେଣ୍ଟାଲ୍ ଟେଷ୍ଟ ପାଇଲଟ୍ ଭାବେ ତାଙ୍କର ୩,୦୦୦ ଘଣ୍ଟାରୁ ଅଧିକ ଉଡ଼ାଣ ଅଭିଜ୍ଞତା ରହିଛି ।

ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ ରହିଛନ୍ତି

୩୮ ବର୍ଷରୁ ଅଧିକ ସେବା କାଳରେ ଜିତେନ୍ଦ୍ର ମିଶ୍ରା ବାୟୁସେନାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କମାଣ୍ଡ ଓ ଷ୍ଟାଫ୍ ପଦବୀରେ କାର୍ଯ୍ୟ କରିଛନ୍ତି । ସେ ଫାଇଟର ସ୍କ୍ୱାଡ୍ରନର କମାଣ୍ଡିଂ ଅଫିସର, ଏୟାରକ୍ରାଫ୍ଟ ଆଣ୍ଡ ସିଷ୍ଟମ୍ସ ଟେଷ୍ଟିଂ ଏଷ୍ଟାବ୍ଲିଶମେଣ୍ଟର ଚିଫ୍ ଟେଷ୍ଟ ପାଇଲଟ୍, ଦୁଇଟି ଫ୍ରଣ୍ଟଲାଇନ୍ ଏୟାର ବେସର ଏୟାର ଅଫିସର କମାଣ୍ଡିଂ ସମେତ ଅନେକ ଦାୟିତ୍ୱ ତୁଲାଇଛନ୍ତି ।

ଏହାଛଡ଼ା ସେ ଅପରେସନାଲ୍ ପ୍ଲାନିଂ ଆଣ୍ଡ ଆସେସମେଣ୍ଟ ଗ୍ରୁପର ନିର୍ଦ୍ଦେଶକ, ପ୍ରିନ୍ସିପାଲ ଡାଇରେକ୍ଟର, ବାୟୁ ମୁଖ୍ୟାଳୟରେ ଆସିଷ୍ଟାଣ୍ଟ ଚିଫ୍ ଅଫ୍ ଏୟାର ଷ୍ଟାଫ୍ ଏବଂ ASTEର କମାଣ୍ଡାଣ୍ଟ ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ ମଧ୍ୟ ରହିଛନ୍ତି। ରାମ ମନ୍ଦିର ଟ୍ରଷ୍ଟର ନୂଆ ଦାୟିତ୍ୱ ନେବା ପୂର୍ବରୁ ସେ ଡେପୁଟି ଚିଫ୍ ଅଫ୍ ଇଣ୍ଟିଗ୍ରେଟେଡ୍ ଡିଫେନ୍ସ ଷ୍ଟାଫ୍‌ (ଅପରେସନ୍ସ) ଭାବେ କାର୍ଯ୍ୟ କରୁଥିଲେ ।

ଦୁଇଟି ବଡ଼ ସମ୍ମାନରେ ସମ୍ମାନିତ

ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ରାଙ୍କୁ ତାଙ୍କ ଉଲ୍ଲେଖନୀୟ ସେବା ପାଇଁ ଅତି ବିଶିଷ୍ଟ ସେବା ମେଡାଲ୍ (AVSM) ଏବଂ ବିଶିଷ୍ଟ ସେବା ମେଡାଲ୍ (VSM) ପ୍ରଦାନ କରାଯାଇଛି ।