Operation Sindoor / 'ଆମେ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଥିଲୁ, କିନ୍ତୁ...' ଅପରେସନ ସିନ୍ଦୂରକୁ ନେଇ ବଡ଼ ଖୁଲାସା
·5 months ago·2 min read

Key Points
ଅପରେସନ ସିନ୍ଦୂର ଉପରେ ବଡ଼ ଖୁଲାସା
‘ଆମେ ଆକ୍ରମଣ ପାଇଁ ପ୍ରସ୍ତୁତ ଥିଲୁ…’
ଶେଷ ମୁହୂର୍ତ୍ତରେ ବଦଳିଗଲା ଯୋଜନା
‘ଆମେ ଆକ୍ରମଣ ପାଇଁ ପ୍ରସ୍ତୁତ ଥିଲୁ…’
ଶେଷ ମୁହୂର୍ତ୍ତରେ ବଦଳିଗଲା ଯୋଜନା
ଭାରତର ଅପରେସନ୍ ସିନ୍ଦୂରକୁ ନେଇ ବଡ଼ ବୟାନ ଦେଇଛନ୍ତି ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ. ତ୍ରିପାଠୀ । ବୁଧବାର ସେ କହିଛନ୍ତି ପାକିସ୍ତାନ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଭାରତୀୟ ନୌସେନା ସମୁଦ୍ରପଥରୁ କେବଳ କିଛି ମିନିଟ୍ ମଧ୍ୟରେ ଆକ୍ରମଣ କରିବାକୁ ପୁରାପୁରି ପ୍ରସ୍ତୁତ ଥିଲା । କିନ୍ତୁ ଠିକ୍ ଏତିକି ବେଳେ ପାକିସ୍ତାନ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ଅନୁରୋଧ କରିଥିଲା ।
ପିଟିଆଇ ଖବର ଅନୁଯାୟୀ, ନୌସେନା ମୁଖ୍ୟ ଏକ ନୌସେନା ସମାରୋହରେ ଉଦବୋଧନ ଦେଇ କହିଥିଲେ ଯେ, ପହଲଗାମ ଆତଙ୍କୀ ଆକ୍ରମଣ ପରେ ଚାଲିଥିବା ‘ଅପରେସନ ସିନ୍ଦୂର’ ସମୟରେ ନୌସେନାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ସେ କହିଥିଲେ, “ଏହା ଏବେ ଗୋପନୀୟ ନୁହେଁ ଯେ, ପାକିସ୍ତାନ ଯେତେବେଳେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ଅନୁରୋଧ କରିଥିଲା, ସେତେବେଳେ ଆମେ ସମୁଦ୍ରପଥରୁ ଆକ୍ରମଣ ପାଇଁ ପ୍ରସ୍ତୁତ ଥିଲୁ ।”
ଭାରତୀୟ ନୌସେନା ଅପରେସନ ସିନ୍ଦୂର ସମୟରେ ସତର୍କ ଥିଲା
ନୌସେନା ମୁଖ୍ୟଙ୍କ ଅନୁଯାୟୀ, ଅପରେସନ ସିନ୍ଦୂର ସମୟରେ ନୌସେନା ସମ୍ପୂର୍ଣ୍ଣ ସତର୍କ ଥିଲା ଏବଂ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଥିଲା। ଏହା ସ୍ପଷ୍ଟ ଭାବରେ ସୂଚାଇ ଦିଏ ଯେ ଯଦି ପରିସ୍ଥିତି ଆହୁରି ବିଗିଡ଼ି ଥାଆନ୍ତା, ତେବେ ଭାରତୀୟ ସେନା, ନୌସେନା ଏବଂ ବାୟୁସେନା ମିଳିତ ଭାବେ ସାମରିକ ଅଭିଯାନରେ ଯୋଗ ଦେଇପାରିଥାନ୍ତେ । କିନ୍ତୁ ସେତେବେଳକୁ ପାକିସ୍ତାନ ଆଣ୍ଠୁ ମାଡ଼ି ଯୁଦ୍ଧବିରାମ ପାଇଁ ଭିକ୍ଷା କରୁଥିଲା ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରତିଶୋଧ
ଏହା ଉଲ୍ଲେଖନୀୟ ଯେ ପାକିସ୍ତାନର ଆତଙ୍କବାଦୀମାନେ ୨୨ ଏପ୍ରିଲ୍ ୨୦୨୫ରେ ପହଲଗାମରେ ଏକ ଆତଙ୍କବାଦୀ ଆକ୍ରମଣ କରିଥିଲେ, ଯେଉଁଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣ ପରେ ଭାରତ ଅପରେସନ୍ ସିନ୍ଦୂର ଆରମ୍ଭ କରି ପ୍ରତିଶୋଧ ନେଇଥିଲା । ୬-୭ ମେ ରାତିରେ ଭାରତୀୟ ବାୟୁସେନା ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିଥିଲା । ଏହି ସାମରିକ ଅପରେସନର ଉଦ୍ଦେଶ୍ୟ ଥିଲା ଆତଙ୍କବାଦୀ ଲଞ୍ଚପ୍ୟାଡ୍ ଏବଂ ଅସ୍ତ୍ରଶସ୍ତ୍ର ନଷ୍ଟ କରିବା । ଏହି ଅପରେସନରେ ୧୦୦ ରୁ ଅଧିକ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପାକିସ୍ତାନ କିପରି ଆଣ୍ଠୁମାଡ଼ି ପଡ଼ିଲା ?
ଅପରେସନ୍ ସିନ୍ଦୂର ଦ୍ୱାରା ବିଚଳିତ ହୋଇ ପାକିସ୍ତାନ ପ୍ରତିଆକ୍ରମଣ ଚେଷ୍ଟା କରିଥିଲା । କିନ୍ତୁ ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ୍ ପାକିସ୍ତାନ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ନଷ୍ଟ କରିଦେଇଥିଲା । ତଥାପି ଭାରତୀୟ କ୍ଷେପଣାସ୍ତ୍ର ଏହାର ଅନେକ ଏୟାରବେସ୍ ନଷ୍ଟ କରିଦେଇଥିଲା । ଲାହୋରରେ ନିୟୋଜିତ ଚୀନ୍ ବାୟୁ ପ୍ରତିରକ୍ଷା ପ୍ରଣାଳୀ, HQ-9 ମଧ୍ୟ ନଷ୍ଟ ହୋଇଯାଇଥିଲା ।

Related Topics
Explore more stories