|
logo
Live

Argus News - Operation Sindoor: ସୁଧୁରିବନି ପାକିସ୍ତାନ ! ମୋତେ ଯେତେ ମାଠିବୁ ମାଠେ... ମୁଁ ସେଇ ଦରପଡ଼ା କାଠେ...

National

Operation Sindoor: ସୁଧୁରିବନି ପାକିସ୍ତାନ ! ମୋତେ ଯେତେ ମାଠିବୁ ମାଠେ... ମୁଁ ସେଇ ଦରପଡ଼ା କାଠେ...

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
Operation Sindoor: ସୁଧୁରିବନି ପାକିସ୍ତାନ ! ମୋତେ ଯେତେ ମାଠିବୁ ମାଠେ... ମୁଁ ସେଇ ଦରପଡ଼ା କାଠେ...

ସୁଧୁରିବନି ପାକିସ୍ତାନ । ପୁଣି ଭାରତ ସୀମାରେ ଉଡ଼ାଇଲା ଡ୍ରୋନ । ଯବାବ ଦେଲା ଭାରତ । ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଲାଗୁହେବା ପରେ ବି ପୁଣି ଥରେ ଜମ୍ମୁ-କାଶ୍ମୀର ସାମ୍ବାରେ ଏକାଧିକ ପାକିସ୍ତାନୀ ଡ୍ରୋନ ଦେଖିବାକୁ ମିଳିଛି । ସେସବୁକୁ ଭାରତୀୟ ସେନା ପକ୍ଷରୁ ନଷ୍ଟ କରି ଦିଆଯାଇଛି । ଯାହାଫଳରେ ସାମ୍ବା ସେକ୍ଟରରେ ବଡ଼ ବିସ୍ଫୋରଣର ଶବ୍ଦ ଶୁଭିଛି ବୋଲି ସୂଚନା ରହିଛି । 'ଅପରେସନ ସିନ୍ଦୂର'କୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ ପରେ ଏହି ପାକିସ୍ତାନୀ ଡ୍ରୋନ ଉଡୁଥିବାର ଦେଖାଯାଇଛି । ଏହାପରେ ପୁରା ସହରକୁ ବ୍ଲାକ୍ ଆଉଟ୍ କରାଯାଇଛି ।

ଏନେଇ ସେନା ପକ୍ଷରୁ କୁହାଯାଇଛି, କିଛି ସମୟ ପୂର୍ବରୁ ପାକିସ୍ତାନ ପଟୁ ବହୁତ କମ୍ ସଂଖ୍ୟାରେ ଡ୍ରୋନ୍ ଆସିଥିଲା । ଆମେ ସବୁ ଡ୍ରୋନ ନଷ୍ଟ କରିଦେଇଛୁ । ତେଣୁ ଚିନ୍ତିତ ହେବାର ନାହିଁ । ଭାରତୀୟ ସେନା ସବୁ ବେଳେ ସଜାଗ ରହିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— ANI (@ANI) May 12, 2025


ସବୁ ଡ୍ରୋନକୁ ବାୟୁ ସେନା ଉଡ଼ାଇଦେବା ପରେ କିଛି ସମୟ ପର୍ଯ୍ୟନ୍ତ ଆଉ ଡ୍ରୋନ ଦେଖିବାକୁ ମିଳିନଥିଲା । ଖବର ଲେଖାଯିବା ପର୍ଯ୍ୟନ୍ତ ପାକିସ୍ତାନ ଆଉ ଅଧିକ ଡ୍ରୋନ ଛାଡ଼ିନି । ତେବେ ଗତକାଲି ମାତ୍ର ଗୋଟିଏ ଦିନ ଚୁପ୍‌ ରହିବା ପରେ ପାକିସ୍ତାନ ପୁଣି ନିଜ ପ୍ରକୃତି ବାହାର କରିଛି । ଏବେ ଦେଖିବାକୁ ବାକି ରହିଲା, ଭାରତ କି ପଦକ୍ଷେପ ନେଉଛି ।

ଅନ୍ୟପଟେ ଆଜି ସନ୍ଧ୍ୟାରେ ଭାରତ-ପାକିସ୍ତାନ ମଧ୍ୟରେ DGMO ସ୍ତରୀୟ କଥାବାର୍ତ୍ତା ସରିଛି । ଅଆଲୋଚନା ପରେ ଯାହା ସୂଚନା ମିଳିଥିଲା, ସୀମାରେ ଆଉ ଗୋଟିଏ ବି ଗୁଳି ଫୁଟିବ ନାହିଁ ବୋଲି ଦୁଇ ପକ୍ଷ ମଧ୍ୟରେ ସହମତି ହୋଇଥିଲା । ପରସ୍ପର ବିରୁଦ୍ଧରେ ଆକ୍ରମଣାତ୍ମକ ଓ ଶତ୍ରୁତାପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ପାଇଁ ମନା କରାଯାଇଥିଲା । ସୀମାରେ ସୈନ୍ୟ ହ୍ରାସ ପାଇଁ ଦୁଇ ଦେଶର DGMOଙ୍କ ମଧ୍ୟରେ ସହମତି ମଧ୍ୟ ରହିଥିଲା ।

Sponsored
Operation Sindoor: ସୁଧୁରିବନି ପାକିସ୍ତାନ ! ମୋତେ ଯେତେ ମାଠିବୁ ମାଠେ... ମୁଁ ସେଇ ଦରପଡ଼ା କାଠେ... | Argus News