ABVP Goa Victory / ଗୋଆ ବିଶ୍ୱବିଦ୍ୟାଳୟରେ ABVPର କ୍ଲିନ୍ ସୁଇପ୍, ସମସ୍ତ ୯ ଆସନରେ ବିଜୟୀ
·Published on: 28 Nov 2026, 18:09:34 IST·2 min read

Key Points
ଗୋଆ ବିଶ୍ୱବିଦ୍ୟାଳୟର ୨୦୨୬-୨୭ ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ବଡ଼ ବିଜୟ ହାସଲ କରିଛି। ସଙ୍ଗଠନ ସମସ୍ତ ୯ଟି ଆସନ ଜିତି କ୍ଲିନ୍ ସୁଇପ୍ କରିଛି। ସଭାପତି, ସଚିବଙ୍କ ସମେତ ସମସ୍ତ ପଦବୀ ହାତେଇଛି। ଦିଲ୍ଲୀ, ପଞ୍ଜାବ, ଲଦାଖ, ଉତ୍ତରାଖଣ୍ଡ ଓ ଓଡ଼ିଶାରେ ମଧ୍ୟ ଏବିଭିପି ନିଜର ସାଂଗଠନିକ ପ୍ରଭାବ ବଢ଼ାଇଛି।
ପାଣାଜୀ, ଗୋଆ: ୨୦୨୬-୨୭ ବର୍ଷରେ ଅନୁଷ୍ଠିତ ହୋଇଥିବା ଗୋଆ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବାଜିମାତ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)। ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ସମସ୍ତ ୯ ଆସନକୁ ଏବିଭିପି (ABVP) ହାତେଇଛି। ଏହି ବିଜୟ ସହିତ ସଙ୍ଗଠନ ପୁଣି ଥରେ ଛାତ୍ର ରାଜନୀତିରେ ନିଜର ଉପସ୍ଥିତିକୁ ଆହୁରି ମଜବୁତ କରିଛି। ନିର୍ବାଚନ ଫଳାଫଳ ପ୍ରକାଶିତ ହେବା ପରେ ABVP କର୍ମକର୍ତ୍ତାଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ବିଜୟ ପଛରେ ଛାତ୍ର ସମାଜର ସକାରାତ୍ମକ ନେତୃତ୍ୱ ଏବଂ ସେମାନଙ୍କ ହିତ ରହିଥିବା ସଙ୍ଗଠନ ପକ୍ଷରୁ କୁହାଯାଇଛି।
ସଭାପତି ଠାରୁ କାର୍ଯ୍ୟନିର୍ବାହୀ ସଦସ୍ୟ ପର୍ଯ୍ୟନ୍ତ ସମସ୍ତ ପଦବୀ ହାତେଇନେଲା ABVP
ଏହି ନିର୍ବାଚନରେ, କଳ୍ପେଶ ସନ୍ତୋଷ ୱାଲକେ ଗୋଆ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ଶ୍ରେୟାନ୍ସ ତୁଳସୀଦାସ ନାଇକ ସଚିବ ନିର୍ବାଚିତ ହୋଇଥିବା ବେଳେ, ପୂର୍ବୀ ବିଜୟ ପରବ ମହିଳା ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି। ଏହା ବ୍ୟତୀତ ୬ ଜଣ କାର୍ଯ୍ୟନିର୍ବାହୀ ସଦସ୍ୟ ନିର୍ବାଚିତ ହୋଇଥିଲେ। ସେମାନେ ହେଉଛନ୍ତି ଅନିଶ ଯଶୋଧନ ଗୌନ୍ସ ଦେଶାଇ, ଆର୍ତିକେଶ ଅଶୋକ ନାଏକ, ମାଧବ ସନ୍ଦେଶ ଦେଶାଇ, ନିଧି ନାମଦେବ ମଲିକ, ସୱାଲୋ ସଞ୍ଜୟ ସେଟ୍ ଏବଂ ଭେଙ୍କଟେଶ ଓରଫ ଶ୍ରେୟାନ୍ସ ଶ୍ରୀରାମ ସେଟ୍ ଭେରେଙ୍କର।
ଏହା ସହ ପଢନ୍ତୁ: କେରଳମ୍ ରେ ବିଜୟ ବାନା ଉଡ଼ାଇଲା ଏବିଭିପି; ଏସଏଫଆଇ କୁ ପରାସ୍ତ କରି ହାତେଇଲା ୧୨ ପଦ
ସମଗ୍ର ଦେଶରେ ଉପସ୍ଥିତି ମଜବୁତ କରିବାରକେ ଲାଗିଛି ABVP
ଚଲିତ ଶିକ୍ଷା ବର୍ଷରେ ABVP ଦେଶର ଅନେକ ବିଶ୍ୱବିଦ୍ୟାଳୟ ଏବଂ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାତ କରିଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ ସଙ୍ଗଠନ ତିନୋଟି ଗୁରୁତ୍ୱପୂର୍ଣ୍ଣ ପଦବୀ ଜିତିଛି। ଏହା ସହିତ ଲଗାତାର ଦ୍ୱିତୀୟ ଥର ପାଇଁ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ସଭାପତି ପଦ ବଜାୟ ରଖିଛି। ସେହିପରି ଉତ୍ତରାଖଣ୍ଡର ୧୧୦ ରୁ ଅଧିକ କଲେଜ ନିର୍ବାଚନରେ ମଧ୍ୟ ବିଜୟୀ ହୋଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଲଦାଖ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ ABVP, ୮ ଆସନରୁ ୫ ଆସନରେ ବିଜୟୀ ହୋଇଛି। କେରଳର ତ୍ରିପୁନିଥୁରା ସରକାରୀ ସଂସ୍କୃତ ମହାବିଦ୍ୟାଳୟରେ, ସଙ୍ଗଠନ ସମସ୍ତ ୬ ପ୍ରମୁଖ ପଦବୀ ଜିତିଛି। ସେହିପରି ABVP ଓଡ଼ିଶାର ଅନେକ ବିଶ୍ୱବିଦ୍ୟାଳୟରେ ମଧ୍ୟ ସଫଳତା ହାସଲ କରିଛି। ଓଡ଼ିଶାର ୮ ବିଶ୍ୱବିଦ୍ୟାଳୟ ଏବଂ ୧୪୧–୧୪୨ କଲେଜ ଛାତ୍ର ସଂସଦ ନିର୍ବାଚନରେ ABVP ବିଜୟୀ ହୋଇଥିଲେ।
ବିଜୟକୁ ଛାତ୍ର ଜନାଦେଶ ବୋଲି କହିଲା ABVP
ଏବିଭିପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବୀରେନ୍ଦ୍ର ସିଂହ ସୋଲାଙ୍କି କହିଛନ୍ତି ଯେ ଗୋଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ସେମାନଙ୍କ ଭୋଟ ମାଧ୍ୟମରେ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ତାଙ୍କ କହିବା ଅନୁସାରେ ଛାତ୍ର ସମାଜ ଏବେ ଗଠନମୂଳକ, ଗଣତାନ୍ତ୍ରିକ ଏବଂ ଦାୟିତ୍ୱପୂର୍ଣ୍ଣ ଛାତ୍ର ନେତୃତ୍ୱକୁ ପ୍ରାଥମିକତା ଦେଇଥାନ୍ତି। ଏହି ସମୟରେ କୋଙ୍କଣ ରାଜ୍ୟ ସମ୍ପାଦକ ରାହୁଲ ରାଜୋରିଆ କହିଛନ୍ତି ଯେ ଏହି ବିଜୟ ଛାତ୍ର ସମାଜର ବିଶ୍ୱାସ ଏବଂ ସଙ୍ଗଠନର ଛାତ୍ର-କୈନ୍ଦ୍ରିକ ପଦକ୍ଷେପର ପରିଣାମ। ନୂତନ ଛାତ୍ର ପରିଷଦ ଛାତ୍ର ସମସ୍ୟାର ସମାଧାନ ଏବଂ ଶୈକ୍ଷିକ ପରିବେଶକୁ ଉନ୍ନତ କରିବା ପାଇଁ କାର୍ଯ୍ୟ କରିବ।