Videos
|
National

Operation Sindoor / ରାତି ୧ଟା୩୦ରେ କାହିଁକି ହୋଇଥିଲା ଅପରେସନ୍ ସିନ୍ଦୂର ? ପ୍ରଥମ ଥର କାରଣ କହିଲେ CDS...

Santosh Kumar Sahoo
Browse all articles by Santosh Kumar Sahoo
·12 months ago·2 min read
ରାତି ୧ଟା୩୦ରେ କାହିଁକି ହୋଇଥିଲା ଅପରେସନ୍ ସିନ୍ଦୂର ? ପ୍ରଥମ ଥର କାରଣ କହିଲେ CDS...

Key Points

ରାତି ୧ଟାରେ କାହିଁକି ହୋଇଥିଲା ‘ଅପରେସନ୍‌ ସିନ୍ଦୂର’। କାରଣ କହିଲେ ସିଡିଏସ୍‌ ଅନୀଲ ଚୌହ୍ବାନ ।

ପହଲଗାମ୍ ଆକ୍ରମଣ ପରେ ଭାରତୀୟ ସେନା ପକ୍ଷରୁ ଅପରେସନ୍ ସିନ୍ଦୂର ଆରମ୍ଭ ହୋଇଥିଲା । ଅପରେସନ୍ ସିନ୍ଦୂର ମାଧ୍ୟମରେ ଭାରତୀୟ ସେନା ବିଶ୍ବ ସମ୍ମୁଖରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲା । ଏହି ଅପରେସନରେ ଭାରତ ନିଜ ସୀମା ମଧ୍ୟରେ ରହି ପାକିସ୍ତାନ ଉପରେ ବଡ଼ ଧରଣର ଆକ୍ରମଣ କରିଥିଲା । ଆଉ ପାକିସ୍ତାନକୁ ବହୁତ କ୍ଷତି ସହିବାକୁ ମଧ୍ୟ ପଡିଲା । ଏହି ଅପରେସନ୍ ସମ୍ପର୍କରେ ଏକ ସାଧାରଣ ପ୍ରଶ୍ନ ଥିଲା ଯେ ଅପରେସନ୍ ସିନ୍ଦୂର କାହିଁକି ରାତି ୧:୩୦ ରେ କରାଯାଇଥିଲା । ଆଉ ଏହି ପ୍ରଶ୍ନର ଉତ୍ତର ଏବେ CDS ଅନୀଲ ଚୌହାନ ରଖିଛନ୍ତି ।


ସିଡିଏସ୍ ଅନୀଲ ଚୌହାନ କହିଥିଲେ ଯେ ଯଦି ଅପରେସନ୍ ସକାଳ ୫ ରୁ ୬ ମଧ୍ୟରେ କରାଯାଇଥାନ୍ତା, ତେବେ ଏହା ଆଜାନ୍ (ମୁସଲମାନଙ୍କ ପ୍ରାର୍ଥନା) ସମୟ ହୋଇଥାନ୍ତା । ସେହି ସମୟରେ ଅନେକ ସାଧାରଣ ଲୋକ ଉପସ୍ଥିତ ଥାଆନ୍ତେ । ତେଣୁ ଆମେ ରାତି ୧:୩୦ରେ ଅପରେସନ୍ କରିଥିଲୁ । ଅପରେସନ୍ ସିନ୍ଦୂର ସମୟରେ ପ୍ରତ୍ୟେକ ଆକ୍ରମଣରେ ପାକିସ୍ତାନକୁ ନିର୍ଣ୍ଣାୟକ ଭାବେ ପରାସ୍ତ କରିଛି ଭାରତ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସିଡିଏସ୍ ଚୌହାନ ରାତିକାଳୀନ ଅପରେସନ୍ ପାଇଁ ସେନାର ପ୍ରଯୁକ୍ତିବିଦ୍ୟା ଉପରେ ପୂରା ଭରସା କରିଥିଲେ । ସାଟେଲାଇଟ୍ ଚିତ୍ର ଏବଂ ଅନ୍ୟାନ୍ୟ ପ୍ରଯୁକ୍ତିବିଦ୍ୟା ସଠିକ୍ ଲକ୍ଷ୍ୟଭେଦକୁ ସକ୍ଷମ କରିଥାଏ । ଅପରେସନ୍ ସିନ୍ଦୂର ଦେଖାଇଥିଲା ଯେ ରାତିରେ ମଧ୍ୟ କିପରି ଦୂରଗାମୀ ଲକ୍ଷ୍ୟଭେଦ କରାଯାଇପାରିବ।


ସେହିପରି CDS ଅନୀଲ ଚୌହାନ ଆହୁରି କହିଛନ୍ତି ଯେ, ଅପରେସନ୍ ସିନ୍ଦୂର ପାରମ୍ପରିକ ଯୁଦ୍ଧ ପରି ନୁହେଁ, ଏହି ଯୁଦ୍ଧ ସ୍ଥଳ, ବାୟୁ, ସମୁଦ୍ର ଏବଂ ସାଇବର୍ ସ୍ପେସରେ ଲଢ଼ାଯାଇଥିଲା । ଜେନେରାଲ ଚୌହାନ କହିଥିଲେ ଯେ ଏଠାରେ ବିଜୟର ଏକ ମାପକାଠି ହେଉଛି ଆମର ଆକ୍ରମଣର ଉନ୍ନତ ପ୍ରଯୁକ୍ତିବିଦ୍ୟା, ଯାହା ସେଠାରେ ପ୍ରଦର୍ଶିତ ହୋଇଥିଲା । ରାତିରେ ଦୂରଗାମୀ ଲକ୍ଷ୍ୟସ୍ଥଳ ଉପରେ ସଠିକ୍ ଆକ୍ରମଣ ପାଇଁ ବିଶେଷ ପ୍ରୟାସ ଆବଶ୍ୟକ ଥିଲା । ଅପରେସନ୍ ସିନ୍ଦୂର ସମୟରେ, ଆମେ ପ୍ରତ୍ୟେକ ଥର ପାକିସ୍ତାନକୁ ନିର୍ଣ୍ଣାୟକ ଭାବରେ ପରାସ୍ତ କରିଥିଲୁ।


ସିଡିଏସ୍ ଅନିଲ ଚୌହାନ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କି, ସଶସ୍ତ୍ର ବାହିନୀ ହେଉଛି ଏକମାତ୍ର ପ୍ରତିଷ୍ଠାନ ଯେଉଁଠାରେ ପରିବାରବାଦର କୌଣସି ସ୍ଥାନ ନାହିଁ । ସେ ପିଲାମାନଙ୍କୁ

ସେନାରେ ଯୋଗଦେବାକୁ ମଧ୍ୟ ଉତ୍ସାହିତ କରିଥିଲେ ।

Related Topics

Explore more stories

Operation Sindoor: Reason Behind India’s 1:30 AM Strike Revealed | Argus News