Videos
|
Odisha

Boat Services Suspended / ୪ ଦିନ ଚାଲିବନି ଡଙ୍ଗା, ନିୟମ ନମାନିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

Bikash Mohanty
Browse all articles by Bikash Mohanty
·1 hour ago·1 min read
୪ ଦିନ ଚାଲିବନି ଡଙ୍ଗା,  ନିୟମ ନମାନିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ
Boat

Key Points

ଚିଲିକାରେ ୪ ଦିନ ଚାଲିବନି ଡ଼ଙ୍ଗା,  ଭାସିବନି ଭସାପୋଲ
କାଲି ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଲଗାତାର ୪ ଡଙ୍ଗା ବନ୍ଦ ରହିବ
‘ଅର୍ଣ୍ଣବ’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଶାସନର ଆଗୁଆ ପଦକ୍ଷେପ
ଚିଲିକା,୨୫/୧୦: ଚିଲିକାରେ ୪ ଦିନ ଚାଲିବନି ଡ଼ଙ୍ଗା। ଭାସିବନି ଭସାପୋଲ। ବାତ୍ୟା ‘ଅର୍ଣ୍ଣବ’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେଇଛି। ଆସନ୍ତା କାଲି ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଲଗାତାର ୪ ଦିନ ଚିଲିକାରେ ସମସ୍ତ ପ୍ରକାର ଡଙ୍ଗା ଚଳାଚଳ ବନ୍ଦ ରହିବ।

ଜିଲ୍ଲାପାଳଙ୍କ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁସାରେ, ଯାତ୍ରୀବାହୀ, ମାଲବାହୀ ଓ ପର୍ଯ୍ୟଟକଙ୍କୁ ନେବା-ଆଣିବା କରୁଥିବା ସମସ୍ତ ଡଙ୍ଗା ସେବା ବନ୍ଦ ରହିବ। ଏହାସହ ଭସାପୋଲ ମଧ୍ୟ ଚାଲିବ ନାହିଁ। କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଇବା ପାଇଁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ଚିଲିକାର ସମସ୍ତ ଘାଟରେ ସତର୍କ ପହରା ଦେବେ। ବିଡିଓମାନଙ୍କୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ପଢନ୍ତୁ ଏହି ଖବର: ଧର୍ମ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ: ହିନ୍ଦୁ ଧର୍ମକୁ ଫେରିଲେ ୨ ଆଦିବାସୀ ପରିବାର

ପ୍ରଶାସନ ସ୍ପଷ୍ଟ କରିଛି ଯେ, ଏହି ନିୟମ ଉଲ୍ଲଂଘନ କରିଲେ ତାହାକୁ ଗୁରୁତର ଅପରାଧ ଭାବେ ଗଣାଯିବ ଏବଂ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ପାଗ ପରିସ୍ଥିତିକୁ ଆକଳନ କରି ଆବଶ୍ୟକ ପଡ଼ିଲେ ଏହି କଟକଣାର ଅବଧି ଆହୁରି ବଢ଼ାଯାଇପାରେ ବୋଲି ପୁରୀ ଜିଲ୍ଲାପାଳଙ୍କ ପକ୍ଷରୁ ଜାରି ହୋଇଥିବା ଚିଠିରେ ଉଲ୍ଲେଖ କରାଯାଇଛି।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: