ବଲାଙ୍ଗିରରୁ ଜବତ ୨ଶହ କୋଟିକୁ ନେଇ ମୋଦିଙ୍କ ଏକ୍ସ ପୋଷ୍ଟ

ଅର୍ଗସ ବ୍ୟୁରୋ : ଝାଡଖଣ୍ଡ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ବଲାଙ୍ଗିର ମଦ ଭାଟ୍ଟି ଓ ଅଫିସରୁ ୨ ଶହ କୋଟି ଟଙ୍କା ଜବତ ପରେ ସାରା ଦେଶରେ ଚର୍ଚ୍ଚା । ଏ ଟଙ୍କାର ଉତ୍ସ କଣ, ବିଜେଡିର ନିର୍ବାଚନ ଖର୍ଚ୍ଚ ପାଇଁ ଥିଲା କି ବଣ୍ଡଳ ବଣ୍ଡଲ ଟଙ୍କା, ନୌକରସାହାଙ୍କ ସୁରକ୍ଷାରେ ଥିଲେ କି ମଦ ବେପାରି, ଏନେଇ ସସପେନ୍ସ ବଢୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସ ପୋଷ୍ଟ କରି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଯିଏ ଜନତାକୁ ଲୁଟିଛି, ତାକୁ ସବୁକିଛି ଫେରାଇବାକୁ ପଡ଼ିବ । ଏହା ମୋଦିଙ୍କ ଗ୍ୟାରେଣ୍ଟି ଲେଖିଛନ୍ତି ପ୍ରଧାନମନ୍ତ୍ରୀ । ମୋଦିଙ୍କ ଗ୍ୟାରେଣ୍ଟି ମାନେ ଗ୍ୟାରେଣ୍ଟିର ଗ୍ୟାରେଣ୍ଟି । ଯାହାକୁ ନେଇ ବିଜେଡି ନେତାଙ୍କ ମନରେ ଛନକା ।
ଅଧିକ ପଢନ୍ତୁ : ଯିଏ ଜନତାକୁ ଲୁଟିଛି, ତାକୁ ସବୁକିଛି ଫେରାଇବାକୁ ପଡ଼ିବ : ମୋଦିଙ୍କ ଗ୍ୟାରେଣ୍ଟି
ସେପଟେ ମଦ ବେପାରୀଙ୍କ ସହ ବିଜେଡି ନେତାଙ୍କ ଲିଙ୍କ ନେଇ ବଡ଼ ଅଭଯୋଗ କରିଛି ବିଜେପି । ଦଳର ମୁଖପାତ୍ର ମନୋଜ ମହାପାତ୍ର ଘଟଣାର ସିବିଆଇ ତଦନ୍ତ ଦାବି ନ କରିଛନ୍ତି । ଅଭିଯୋଗ କରିଛନ୍ତି ନିର୍ବାଚନ ପାଇଁ ସାହୁ ବ୍ରଦର୍ସ ଏବଂ କମ୍ପାନୀଙ୍କ ପାଖରେ ବିଜେଡି ଟଙ୍କା ରଖିଥିଲା । ସାହୁ ବ୍ରଦର୍ସଙ୍କର ଟିଟଲାଗଡ଼, ସୋନପୁର, ବୌଦ୍ଧା ରାୟଗଡ଼ାର ମନ୍ତ୍ରୀ ଏବଂ ବରଗଡ଼ର ପୂର୍ବତନ ମନ୍ତ୍ରୀଙ୍କ ସହ ସମ୍ପର୍କ ଅଛି । ଏବେ ସନ୍ଦେହ ଘେରରେ ମନ୍ତ୍ରୀ ଟୁକୁନି ସାହୁ, ନିରଞ୍ଜନ ପୂଜା, ପ୍ରଦୀପ ଅମାତ, ସୁଶାନ୍ତ ସିଂହ ପ୍ରମୁଖ । ଏବେ ସିବିଆଇ ଇଡି ଘାଣ୍ଟିଲେ ଫସିବେ ବିଜେଡି ନେତା-ମନ୍ତ୍ରୀ-ବିଧାୟକ ।
📱 Get Argus News App
✨ଧୀରଜ ସାହୁ ହେଉଛନ୍ତି ଝାଡଖଣ୍ଡର କଂଗ୍ରେସ ରାଜ୍ୟସଭା ସଦସ୍ୟ । ତାଙ୍କ ଭାଇ ଉଦୟ ସାହୁ, ଶିବ ପ୍ରସାଦ ସାହୁ ବି ବେପାରରେ ସାମିଲ୍ । ତାଙ୍କ ପୁଅ ହର୍ଷିତ ଓ ପୁତୁରା ରିତେଶ ସାହୁ ବି ବୁଝୁଛନ୍ତି ମଦ ବେପାର । ପୁରା ପରିବାରର ଅକ୍ତିଆରରେ ପଶ୍ଚିମ ଓଡ଼ିଶାରେ ମଦ ବେପାର । ବଡ଼ ପ୍ରଶ୍ନ ଏତେ ଟଙ୍କାର ସାମ୍ରାଜ୍ୟ ପଛରେ ପ୍ରୋତ୍ସାହନ କାହାର, ନୌକରସାହାଙ୍କ ସୁରକ୍ଷାରେ ଚାଲିଥିଲା କି ବେପାର, ଶହ ଶହ କୋଟି ବିଜେଡି ଖର୍ଚ୍ଚ କରିଥାନ୍ତା କି ନିର୍ବାଚନରେ ।