Inderjit Sidhu / ରାସ୍ତା ସଫା କଲେ ଅବସରପ୍ରାପ୍ତ IPS ଅଧିକାରୀ, ପାଇବେ ପଦ୍ମଶ୍ରୀ
·7 months ago·3 min read

Key Points
ରାସ୍ତା ସଫା କରି ବଡ଼ ସମ୍ମାନ
ପଦ୍ମଶ୍ରୀ ପାଇବେ ୮୮ ବର୍ଷୀୟ ଇନ୍ଦ୍ରଜିତ୍ ଅବସରପ୍ରାପ୍ତ IPS ଅଧିକାରୀ

ଆମେ ପ୍ରତ୍ୟେକ ଦିନ ଅନେକ ଲୋକଙ୍କୁ ଦେଖୁଛେ ଆଉ ସେମାନଙ୍କ ସହ ମିଶୁଛେ। କିନ୍ତୁ କିଛି ଏପରି ମଣିଷ ରହିଛନ୍ତି ଯେଉଁମାନେ ଏଭଳି କାର୍ଯ୍ୟ କରନ୍ତି ଯାହା ସେମାନଙ୍କୁ ସର୍ବନା ସମ୍ମାନର ପାତ୍ର କରିଥାଏ। ଠିକ ଏପରି ଜଣେ ବ୍ୟକ୍ତି ହେଉଛନ୍ତି ୮୮ ବର୍ଷୀୟ ଇନ୍ଦ୍ରଜିତ । ବୟସର ଅପରାହ୍ନ... ହେଲେ କିଛି କରିବାର ମନୋଭାବ ସବୁବେଳେ ତାଙ୍କୁ ରଖେ ଆକ୍ଟିଭ୍ । ସକାଳୁ ଉଠିବା ମାତ୍ରେ ସେ ପଞ୍ଜାବ ଚଣ୍ଡିଗଡ଼ର ରାସ୍ତା ସଫା କରିବାରେ ଲାଗି ପଡ଼ନ୍ତି । ଆପଣ ଭାବୁଥିବେ ବୋଧହୁଏ କେଉଁ ସଫେଇ କର୍ମଚାରୀ ହୋଇଥିବେ । ନହେଲେ ସକାଳୁ ଉଠି ରାସ୍ତା କିଏ ସଫା କରିବ। କିନ୍ତୁ ଏଠି ଆପଣ ଭୁଲ୍ ଭାବୁଛନ୍ତି ... ଇଏ କେଉଁ ସଫେଇ କର୍ମଚାରୀ ନୁହନ୍ତି ସେ ହେଉଛନ୍ତି ଅବସରପ୍ରାପ୍ତ IPS ଅଧିକାରୀ ଇନ୍ଦ୍ରଜିତ ସିଂହ ସିଦ୍ଧୁ। ଆଉ ତାଙ୍କର ଅନନ୍ୟ ଯାତ୍ରା ତାଙ୍କୁ ପହଞ୍ଚାଇଛି ପଦ୍ମଶ୍ରୀ ପର୍ଯ୍ୟନ୍ତ।
ଏତେ ଭଲ କାମ କରିବା ସତ୍ତ୍ୱେ ମଧ୍ୟ ଇନ୍ଦ୍ରଜିତ ସିଂହ ସିଦ୍ଧୁ ଗଣମାଧ୍ୟମଠାରୁ ବେଶ୍ ଦୂରତା ବଜାୟ ରଖନ୍ତି । କୌଣସି ପ୍ରଦର୍ଶନ ବିନା ସରଳତାର ସହିତ ସେ କାମ କରିଚାଲିଛନ୍ତି। ତାଙ୍କ କାହାଣୀ ଆମକୁ କେବଳ ସ୍ୱଚ୍ଛତାର ଗୁରୁତ୍ୱ ମନେ ପକାଇନି, ବରଂ ଆମକୁ ଏହା ମଧ୍ୟ ଶିଖାଇଛି ଯେ ବୟସ କେବଳ ଏକ ସଂଖ୍ୟା; ପ୍ରକୃତ ଶକ୍ତି ଇଚ୍ଛା ଶକ୍ତି ଓ ସାହସରେ ରହିଛି। ସିଦ୍ଧୁ ୧୯୬୩ ମସିହାରେ ପଞ୍ଜାବ ସେବା କମିଶନରେ ଜଣେ ଇନ୍ସପେକ୍ଟର ଭାବରେ କ୍ୟାରିଅର ଆରମ୍ଭ କରିଥିଲେ। ସେ ୧୯୮୧ ମସିହାରେ ଜଣେ ଆଇପିଏସ୍ ଅଧିକାରୀ ହୋଇଥିଲେ। ଅମୃତସରରେ ସିଟି ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ ଏବଂ ପରେ ଚଣ୍ଡିଗଡ଼ରେ ଡିଆଇଜି ସିଆଇଡି ଭାବରେ ନିଯୁକ୍ତି ପାଇଥିଲେ। ଆତଙ୍କବାଦ ସମୟରେ ଆଇନ ଶୃଙ୍ଖଳା ପରିଚାଳନା କରିଥିବା ସିଦ୍ଧୁ ଅବସର ପରେ ସ୍ୱଚ୍ଛତାକୁ ନିଜର ନୂଆ ମିଶନ କରିଥିଲେ। ସେ ବିଶ୍ୱାସ କରନ୍ତି ଯେ ଏକ ସ୍ୱଚ୍ଛ ସହର ସ୍ୱଚ୍ଛ ଚିନ୍ତାଧାରାକୁ ଜନ୍ମ ଦିଏ।
ଏଥିସହ ପଢ଼ନ୍ତୁ: ସମସ୍ତଙ୍କ ରାସ୍ତାରେ ବାଧକ ସାଜୁଛି ପାକିସ୍ତାନ, ପାକ୍ ପାଇଁ ସ୍କଟଲ୍ୟାଣ୍ଡ ବିପଦରେ
ତାଙ୍କ ସେବା ମନୋଭାବ ପାଇଁ, ତାଙ୍କୁ ଅଗଷ୍ଟ ୧୫ ତାରିଖରେ ରାଜ୍ୟପାଳ ପୁରସ୍କାର ମିଳିବାର ଥିଲା, କିନ୍ତୁ କୌଣସି କାରଣ ବଶତଃ ସେ କାର୍ଯ୍ୟକ୍ରମରେ ଯୋଗ ଦେଇ ନଥିଲେ। ଏବେ ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଉଛି। ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏହି ସମ୍ମାନକୁ ସମାଜ ପାଇଁ ପ୍ରେରଣାଦାୟକ ବୋଲି ବର୍ଣ୍ଣନା କରିଛନ୍ତି। ଚାକିରିରୁ ଅବସର ପରେ ସମସ୍ତେ କ’ଣ ଚାହାନ୍ତି ଟିକେ ବିଶ୍ରାମ । ତା ଛଡ଼ା ପରିବାର ଓ ନାତି ନାତୁଣୀଙ୍କ ସହ ସମୟ ବିତାଇବା। କିନ୍ତୁ ଏଠି ଘଟିଛି ବ୍ୟତିକ୍ରମ। ଇନ୍ଦ୍ରଜିତ ସିଂହ ୮୮ବର୍ଷ ବୟସରେ କିନ୍ତୁ ବିଶ୍ରାମ ନେବା କଥା ଚିନ୍ତା କରି ନାହାନ୍ତି। ସେ ସମାଜ ପାଇଁ କିଛି କରିବାକୁ ଭାବି ସହର ସଫା କରିବା ପାଇଁ ତାଙ୍କ ଜୀବନର ବାକି ସମୟକୁ ଉତ୍ସର୍ଗ କରିଦେଇଛନ୍ତି। ସମାଜ ପ୍ରତି ତାଙ୍କର ଉତ୍ସର୍ଗୀକୃତ ମନୋଭାବ ଲୋକଙ୍କ ନିକଟରେ ପହଞ୍ଚିବା ପରେ ତାଙ୍କୁ ଚାରିଆଡ଼ୁ ଛୁଟୁଛି ପ୍ରଶଂସାର ସୁଅ। ଏବେ ସମାଜକୁ ସ୍ୱଚ୍ଛ ରଖିବାର ତାଙ୍କ ମନୋଭାବ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବାକୁ ଘୋଷଣା କରାଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଇନ୍ଦ୍ରଜିତ ସିଂହ ସିଦ୍ଧୁ ପଞ୍ଜାବ କ୍ୟାଡରର ଜଣେ ଅବସରପ୍ରାପ୍ତ IPS ଅଧିକାରୀ। ଯିଏ 1996 ରେ DIG ଭାବରେ ଅବସର ନେବା ପରେ ମଧ୍ୟ ସେବା ପ୍ରତି ସେ ସମର୍ପିତ ଥିଲେ। ସେ ଚଣ୍ଡିଗଡ଼ର ସେକ୍ଟର 49 ରେ ଥିବା IAS-IPS ସୋସାଇଟିରେ ଏକା ରୁହନ୍ତି। ତାଙ୍କ ପତ୍ନୀ, ଦବିନ୍ଦର ପାଲ କୌରଙ୍କର 2023 ରେ ମୃତ୍ୟୁ ହୋଇଥିଲା। ତାଙ୍କ ପୁଅ ଆମେରିକାରେ ରୁହନ୍ତି ଏବଂ ତାଙ୍କ ଝିଅ ମୋହାଲିରେ ରୁହନ୍ତି। ଏକା ରହିବା ସତ୍ତ୍ୱେ, ସିଦ୍ଧୁ ପ୍ରତିଦିନ ସମାଜ ଏବଂ ଆଖପାଖ ଅଞ୍ଚଳ ସଫା କରନ୍ତି।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅଧିକ ପଢ଼ନ୍ତୁ ଦେଶ ଖବର:
Related Topics
Explore more stories