Videos
|
National

Hashim Moosa Encounter / ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନରେ ଟଳି ପଡ଼ିଲା ହାସିମ ମୁସା; ପହଲଗାମ ଆକ୍ରମଣ ଘଟଣାରେ ଥିଲା ଜଡ଼଼ିତ

Subhramjit Ray
Browse all articles by Subhramjit Ray
·1 hour ago·2 min read
ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନରେ ଟଳି ପଡ଼ିଲା ହାସିମ ମୁସା; ପହଲଗାମ ଆକ୍ରମଣ ଘଟଣାରେ ଥିଲା ଜଡ଼଼ିତ
Hashim Moosa Encounter

Key Points

ବୁଧବାର ସୁରକ୍ଷା ବାହିନୀ ଦ୍ୱାରା ହୋଇଥିବା କାର୍ଯ୍ୟାନୁଷ୍ଠାନରେ ଟଳି ପଡ଼ିଛି ଲସ୍କର-ଏ-ତୋଏବା ଆତଙ୍କବାଦୀ ମହମ୍ମଦ ଆସିଫ ଓରଫ ହାସିମ ମୁସା।
ବୁଧବାର (୩୦ ସେପ୍ଟମ୍ବର) ଜାମୁ-କାଶ୍ମୀରର ବଡଗାମ ଜିଲ୍ଲାରେ ସୁରକ୍ଷା ବାହିନୀକୁ ମିଳିଛି ଏକ ବଡ଼ ସଫଳତା ମିଳିଛି। ଲସ୍କର-ଏ-ତୋଏବା (LeT) ଆତଙ୍କବାଦୀ ମହମ୍ମଦ ଆସିଫ ଓରଫ ହାସିମ ମୁସା ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନରେ ଚଳିପଡ଼ିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ହାସିମ ମୁସା ସବୁଠାରୁ ଅଧିକ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ତାଲିକାରେ ଥିଲା। ବୁଧବାର ସକାଳେ ୟୁସମାର୍ଗ ସ୍ଥିତ ପାଲମୈଦାନ ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ୍ ଚାଲିଥିବା ସମୟରେ ସୁରକ୍ଷା ବାହିନୀକୁ ମୁସାର ମୃତଦେହ ମିଳିଥିଲା। ଚିନାର କର୍ପସ ମଧ୍ୟ ଏହା ନିଶ୍ଚିତ କରିଛି।

କିପରି କରାଯାଇଥିଲା ହାସିମ ମୁସାର ହତ୍ୟା?
ନିର୍ଦ୍ଦିଷ୍ଟ ଗୁପ୍ତ ସୂଚନା ଆଧାରରେ ସୁରକ୍ଷା ବାହିନୀ ୟୁସମାର୍ଗ ଅଞ୍ଚଳରେ 'ଅପରେସନ୍ କୋରାଗ' ଆରମ୍ଭ କରିଥିଲେ। ମିଳିତ ସର୍ଚ୍ଚ ଅପରେସନ୍ ସମୟରେ ସୈନିକ ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଥିଲେ। ସୁରକ୍ଷା ବାହିନୀ ସନ୍ଦିଗ୍ଧଙ୍କୁ ଚ୍ୟାଲେଞ୍ଜ କରିବା ପରେ ଆତଙ୍କବାଦୀ ଗୁଳି ଚଳାଇଥିଲେ। ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ଯେଉଁଥିରେ ହାସିମ ମୁସା ନିହତ ହୋଇଥିଲେ। ସୁରକ୍ଷା ବାହିନୀ କହିବା ଅନୁଯାୟୀ, ଅଞ୍ଚଳରେ ଏବେ ମଧ୍ୟ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଅନ୍ୟ କୌଣସି ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଜାଣିବା, ଅସ୍ତ୍ରଶସ୍ତ୍ର କିମ୍ବା ଅନ୍ୟାନ୍ୟ ଜିନିଷପତ୍ର ଉଦ୍ଧାର କରିବା ପାଇଁ ଆଖପାଖ ଅଞ୍ଚଳରେ ତଲାସ ଚାଲିଛି।

ହାସିମ ମୁସା କିଏ?
ମହମ୍ମଦ ଆସିଫ ଓରଫ ହାସିମ ମୁସା, ପାକିସ୍ତାନ ସ୍ଥିତ ଲସ୍କର-ଏ-ତୈବା (LeT) ସହିତ ଜଡି଼ତ ଜଣେ ଆତଙ୍କବାଦୀ। ଯିଏ ଗତ ବର୍ଷ ଅପ୍ରେଲ ୨୨ ତାରିଖରେ ପହଲଗାମର ବୈସାରଣ ଅଞ୍ଚଳରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଜାମୁ ଏବଂ କାଶ୍ମୀର ପୋଲିସ ଦ୍ୱାରା ତାହାର ସ୍କେଚ୍ ଜାରି ହୋଇଥିଲା। ଏହି ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା।

ଆକ୍ରମଣ ପରେ, ପୋଲିସ ପାକିସ୍ତାନୀ ନାଗରିକ ଏବଂ ଲସ୍କର ଆତଙ୍କବାଦୀ ଆଦିଲ ହୁସେନ ଠୋକର, ଅଲି ଭାଇ ଏବଂ ହାସିମ ମୁସାଙ୍କୁ ସମ୍ପର୍କରେ ସୂଚନା ଦେବା ପାଇଁ ୨୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ସୁରକ୍ଷା ଏଜେନ୍ସି ସୂତ୍ର ଅନୁଯାୟୀ, ମୁସା ପାକିସ୍ତାନର ସ୍ପେଶାଲ ସର୍ଭିସେସ୍ ଗ୍ରୁପ୍ (SSG) ରେ ପାରା-କମାଣ୍ଡୋ ଭାବରେ କାର୍ଯ୍ୟ କରିଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପହଲଗାମ ଆକ୍ରମଣର ତଦନ୍ତରେ ସାମ୍ନାକୁ ଆସିଥିଲା ନାମ
ଜାତୀୟ ତଦନ୍ତ ଏଜେନ୍ସି (NIA) ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ୭ ଜଣ ଅଭିଯୁକ୍ତଙ୍କ ବିରୋଧରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା। ପାକିସ୍ତାନ ସ୍ଥିତ ଲସ୍କର-ଏ-ତୋଏବା ଏବଂ ଏହାର ସହଯୋଗୀ, ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (TRF) କୁ ମଧ୍ୟ ଅଭିଯୁକ୍ତ ଭାବରେ ନାମିତ କରାଯାଇଥିଲା। ଏହାର ୧୫୯୭ ପୃଷ୍ଠାର ଚାର୍ଜସିଟ୍ ରେ, NIA ଆକ୍ରମଣର ଯୋଜନା, ପ୍ରସ୍ତୁତି ଏବଂ କାର୍ଯ୍ୟକାରୀ କରିବାରେ ପାକିସ୍ତାନ ସ୍ଥିତ ଆତଙ୍କବାଦୀ ନେଟୱାର୍କ ଭୂମିକା ବିଷୟରେ ବିସ୍ତୃତ ଭାବରେ ଉଲ୍ଲେଖ କରିଛି।

ପାକିସ୍ତାନୀ ହ୍ୟାଣ୍ଡଲର ଏବଂ ଆତଙ୍କବାଦୀ ସାଜିଦ ଜଟ୍ଟଙ୍କୁ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ ଭାବରେ ନାମିତ କରାଯାଇଛି। ହାସିମ ମୁସାର ହତ୍ୟା ପରେ, ସୁରକ୍ଷା ବାହିନୀ ସ୍ଥାନୀୟ ଅଞ୍ଚଳରେ ଏହାର ଅଭିଯାନ ଜାରି ରଖିଛି। ବର୍ତ୍ତମାନ ସନ୍ଧାନ ଅଭିଯାନ ଅନ୍ୟ କୌଣସି ଆତଙ୍କବାଦୀଙ୍କ ଉପସ୍ଥିତି ଏବଂ ଅତିରିକ୍ତ ଅସ୍ତ୍ରଶସ୍ତ୍ର ଉଦ୍ଧାର ଉପରେ କେନ୍ଦ୍ରୀତ ରହିଛି।