Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପହଲଗାମ୍‌ ଆକ୍ରମଣ: ଲୋକାଲ୍‌ ଗାଇଡ୍‌ ଚାହିଁଥିଲେ ବଞ୍ଚିପାରିଥାନ୍ତା ୨୬ ଜୀବନ ! ଚାର୍ଜସିଟ୍‌ରେ ବଡ଼ ଖୁଲାସା

National

Pahalgam Local Guide Role / ପହଲଗାମ୍‌ ଆକ୍ରମଣ: ଲୋକାଲ୍‌ ଗାଇଡ୍‌ ଚାହିଁଥିଲେ ବଞ୍ଚିପାରିଥାନ୍ତା ୨୬ ଜୀବନ ! ଚାର୍ଜସିଟ୍‌ରେ ବଡ଼ ଖୁଲାସା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ପହଲଗାମ୍‌ ଆକ୍ରମଣ: ଲୋକାଲ୍‌ ଗାଇଡ୍‌ ଚାହିଁଥିଲେ ବଞ୍ଚିପାରିଥାନ୍ତା ୨୬ ଜୀବନ ! ଚାର୍ଜସିଟ୍‌ରେ ବଡ଼ ଖୁଲାସା
Pahalgam Terror Attack

Key Points

ପହଲଗାମ୍ ଆତଙ୍କ ଆକ୍ରମଣ
ପହଲଗାମ୍ ଚାର୍ଜସିଟ୍‌ରେ ବଡ଼ ଖୁଲାସା
ଲୋକାଲ୍ ଗାଇଡ୍ ଚାହିଁଥାନ୍ତେ ବଞ୍ଚିପାରୁଥାନ୍ତା ୨୬ ଜୀବନ
ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ମାମଲାରେ ଚାର୍ଜସିଟ୍‌ ଦାଖଲ କରିଛି NIA । ପାକିସ୍ତାନର ସବୁ ମିଛକୁ ପଦାରେ ପକାଇଛି ଜାତୀୟ ତଦନ୍ତକାରୀ ସଂସ୍ଥା । ତେବେ ଏହି ସ୍ବତନ୍ତ୍ର ଚାର୍ଜସିଟ୍‌ରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି । ପର୍ଯ୍ୟଟକଙ୍କ ଟଙ୍କାରେ ଜୀବିକା ନିର୍ବାହ କରୁଥିବା ଦୁଇ ସ୍ଥାନୀୟ ଗାଇଡ୍ ପରଭେଜ୍ ଏବଂ ବଶିର ଅହମ୍ମଦ ଚାହିଁଥିଲେ ୨୬ ଜଣଙ୍କ ଜୀବନ ବଞ୍ଚାଇ ପାରିଥାନ୍ତେ । କିନ୍ତୁ ସେମାନଙ୍କର ନୀରବତା ଏବଂ ଆତଙ୍କବାଦୀମାନଙ୍କୁ ସେମାନେ ପ୍ରଦାନ କରିଥିବା "ସ୍ଥାନୀୟ ସମର୍ଥନ" କାଶ୍ମୀର ଇତିହାସର ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ।

NIA ଚାର୍ଜସିଟ୍ ଅନୁଯାୟୀ, ଆକ୍ରମଣର ଗୋଟିଏ ଦିନ ପୂର୍ବରୁ ୨୧ ଏପ୍ରିଲ ୨୦୨୫ରେ ତିନି ଜଣ ଆତଙ୍କବାଦୀ - ଫୈସଲ ଜଟ୍ଟ ଓରଫ ସୁଲେମାନ, ହବିବ୍ ତାହିର ଓରଫ ଛୋଟୁ ଏବଂ ହମଜା ଆଫଗାନି - ପହଲଗାମ୍ ଅଞ୍ଚଳରେ ବୁଲୁଥିଲେ । ସେମାନେ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଯୋଗାଯୋଗ କରି ସୁରକ୍ଷିତ ଆଶ୍ରୟ ପାଇଁ ଅନୁରୋଧ କରିଥିଲେ । NIA କୁ ଦେଇଥିବା ତାଙ୍କ ବୟାନରେ ବଶିର ଅହମ୍ମଦ ସ୍ୱୀକାର କରିଛନ୍ତି ଯେ ସେ ତିନି ଜଣଙ୍କୁ ଦେଖିଛନ୍ତି । ଆତଙ୍କବାଦୀମାନେ ତାଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ କହିଥିଲେ । ସେ ସେମାନଙ୍କୁ ଏକ ଗଛ ତଳେ ଅପେକ୍ଷା କରିବାକୁ କହିଥିଲେ ଏବଂ ପରଭେଜଙ୍କ କୁଟୀର ନିକଟକୁ ନେଇଯାଇଥିଲେ । ପରଭେଜ ଏବଂ ତାଙ୍କ ପତ୍ନୀଙ୍କୁ ନୀରବ ରହିବାକୁ ବଶିର ନିର୍ଦ୍ଦେଶ ଦେଇଥିଲେ ।

ସନ୍ଧ୍ୟା ପ୍ରାୟ ୫ଟାରେ, ବଶିର ଆତଙ୍କବାଦୀମାନଙ୍କୁ କୁଟୀରକୁ ଯିବାକୁ ଇଙ୍ଗିତ କରିଥିଲେ । ଚାର୍ଜସିଟ୍ ଅନୁଯାୟୀ, ଆତଙ୍କବାଦୀମାନେ ସଶସ୍ତ୍ର ଥିଲେ ଏବଂ ଅସ୍ତ୍ରଶସ୍ତ୍ର ଭର୍ତ୍ତି ବ୍ୟାଗ ଧରିଥିଲେ । ସେମାନେ ଉର୍ଦ୍ଦୁ କଥା ହେଉଥିଲେ । ପଚରାଉଚରା ସମୟରେ ବଶିର ସ୍ୱୀକାର କରିଛନ୍ତି ଯେ ସେ ସେମାନଙ୍କୁ ଦେଖି ଜାଣିପାରିଥିଲେ ଯେ ସେମାନେ ମୁଜାହିଦ୍ଦିନ, ଅର୍ଥାତ୍ ଆତଙ୍କବାଦୀ । କ୍ଳାନ୍ତ ଏବଂ ତୃଷାର୍ତ୍ତ ବୋଲି କହି ଆତଙ୍କବାଦୀମାନେ ଆଲ୍ଲାହଙ୍କ ନାମରେ ସାହାଯ୍ୟ ପାଇଁ ନିବେଦନ କରିଥିଲେ । ଦୁଇ ଗାଇଡ୍ ସେମାନଙ୍କୁ ପାଣି, ଚା ଏବଂ ଖାଦ୍ୟ ଦେଇଥିଲେ । ତିନି ଜଣ ଆତଙ୍କବାଦୀ ପ୍ରାୟ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ କୁଡ଼ିଆରେ ରହି ଅମରନାଥ ଯାତ୍ରା, ସୁରକ୍ଷା ବାହିନୀର ଶିବିର, ସୈନ୍ୟ ଗତିବିଧି ଏବଂ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ବିଷୟରେ ବହୁ ସୂଚନା ସଂଗ୍ରହ କରିଥିଲେ ।

ଯେତେବେଳେ ରାତି ପ୍ରାୟ ୧୦ ଟାରେ ଆତଙ୍କବାଦୀମାନେ ବାହାରକୁ ଯାଉଥିଲେ, ପରଭେଜ୍ ଏବଂ ବଶିର ସେମାନଙ୍କ ପାଇଁ ୧୦ଟି ରୁଟି ଏବଂ ପନିପରିବା ପ୍ୟାକ୍ କରି ଦେଇଥିଲେ । ଆତଙ୍କବାଦୀମାନେ ପରଭେଜଙ୍କୁ ପ୍ରତିବଦଳରେ ୩୦୦୦ ଟଙ୍କା ଦେଇଥିଲେ ।

ଆକ୍ରମଣ ଦିନ ୨୨ ଏପ୍ରିଲରେ ଦୁଇ ଗାଇଡ୍ ଦୁଇଜଣ ପର୍ଯ୍ୟଟକଙ୍କୁ ବୈସାରନ୍ ଉପତ୍ୟକା ମଧ୍ୟ ନେଇ ଯାଇଥିଲେ । ଫେରିବା ସମୟରେ ସେମାନେ ସେହି ତିନି ଜଣ ଆତଙ୍କବାଦୀଙ୍କୁ ସେଠାରେ ବସିଥିବାର ଦେଖିଥିଲେ । କିଛି ସମୟ ପରେ, ଯେତେବେଳେ ସେମାନେ ପହଲଗାମରେ ପହଞ୍ଚିଲେ, ବୈସାରନ୍ ଉପତ୍ୟକାରେ ଏକ ବଡ଼ ଆକ୍ରମଣର ଖବର ପ୍ରକାଶ ପାଇଲା ।

NIA ଚାର୍ଜସିଟ୍ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛି ଯେ ପରଭେଜ୍ ଏବଂ ବଶିର ସମ୍ପୂର୍ଣ୍ଣ ସଚେତନ ଥିଲେ ଯେ ସେମାନେ ଆତଙ୍କବାଦୀମାନଙ୍କୁ ସାହାଯ୍ୟ କରୁଛନ୍ତି । କିନ୍ତୁ ସବୁ ଜାଣି ମଧ୍ୟ ସେମାନେ ସୁରକ୍ଷାକର୍ମୀଙ୍କୁ ଏନେଇ ଅବଗତ କରିନଥିଲେ । ତେବେ ଏହି ଘଟଣା କେବଳ ପହଲଗାମ ଆକ୍ରମଣର ତଦନ୍ତକୁ ଏକ ନୂତନ ଦିଗଦର୍ଶନ ଦେଉନାହିଁ ବରଂ କାଶ୍ମୀରର ପର୍ଯ୍ୟଟନ କ୍ଷେତ୍ରରେ କାମ କରୁଥିବା ସ୍ଥାନୀୟ ଲୋକଙ୍କ ଦାୟିତ୍ୱ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ସହିତ ସେମାନଙ୍କର ସମନ୍ୱୟ ଉପରେ ମଧ୍ୟ ଗମ୍ଭୀର ପ୍ରଶ୍ନ ଉଠାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
NIA Chargesheet Reveals Local Guide Role in Pahalgam Attack | Argus News