Gas Price Hike / ପାକିସ୍ତାନରେ ମାସକରେ ୩ ଥର ବଢ଼ିଲାଣି LPG ଦାମ; ଭାରତଠୁ ଦର ୪ ଗୁଣା ଅଧିକ
·2 hours ago·2 min read

Key Points
ପାକିସ୍ତାନରେ ୧୧.୮ କିଲୋଗ୍ରାମ ଘରୋଇ ସିଲିଣ୍ଡର ଦାମ ୯୨୩.୭୧ ଟଙ୍କା ବୃଦ୍ଧି ପାଇ ୩ ହଜାର ୫୮୮ ଟଙ୍କା ୫୯ ପଇସା ହୋଇଛି । ବିଜ୍ଞପ୍ତିରେ ଏଲପିଜି ଦର ବଢ଼ିବାର କାରଣ ଦର୍ଶା ଯାଇଛି ।
ନୂଆଦିଲ୍ଲୀ: ଇରାନ ଯୁଦ୍ଧ ପାଇଁ ଦୁନିଆର ଅନେକ ଦେଶରେ ତୈଳ ଓ ଗ୍ୟାସ୍ ସଂକଟ ଦେଖା ଦେଇଛି । ପୂର୍ବରୁ ଖରାପ ଆର୍ଥିକ ସ୍ଥିତିରେ କାଙ୍ଗାଳ ପାକିସ୍ତାନର ଅବସ୍ଥା ସଙ୍ଗୀନ ହୋଇ ପଡ଼ିଲାଣି । ମଧ୍ୟପ୍ରାଚ୍ୟ ସଂକଟ ପାକିସ୍ତାନର ମେରୁଦଣ୍ଡ ହାଡ଼ ଭାଙ୍ଗି ଦେଲାଣି । ଯାହାର ପ୍ରଭାବ ପଡ଼ିଛି ପାକିସ୍ତାନର ରନ୍ଧନ ଗ୍ଯାସ୍ ଉପରେ ।
ଯୁଦ୍ଧ ଆରମ୍ଭରୁ ଏବେ ସୁଦ୍ଧା ମାତ୍ର ଗୋଟିଏ ମାସ ଭିତରେ ପାକିସ୍ତାନ ସରକାର ତୃତୀୟ ଥର ପାଇଁ ରନ୍ଧନ ଗ୍ୟାସ୍ (LPG) ଦର ବୃଦ୍ଧି କରିଛନ୍ତି । ପାକିସ୍ତାନରେ ଏଲପିଜି ଦର ୩୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ଶେହବାଜ ସରିଫଙ୍କ ସରକାର ।
ଏଥିସହ ପଢ଼ନ୍ତୁ: ପୁଣି ମହଙ୍ଗା ହେଲା LPG ସିଲିଣ୍ଡର : କମର୍ସିଆଲ ଗ୍ୟାସ ରେଟ ବଢ଼ି ଏତିକି ହେଲା...
ପାକିସ୍ତାନରେ ଘରୋଇ ଗ୍ୟାସ୍ ଦର ବୃଦ୍ଧି ନେଇ ସେଠାକାର ଅଏଲ୍ ଆଣ୍ଡ ଗ୍ୟାସ୍ ରେଗୁଲେଟରି ଅଥରିଟି (ORGA) ବିଜ୍ଞପ୍ତି ଜାରି କରିଛି । ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ୧୧.୮ କିଲୋଗ୍ରାମ ଘରୋଇ ସିଲିଣ୍ଡର ଦାମ ୯୨୩.୭୧ ଟଙ୍କା ବୃଦ୍ଧି ପାଇ ୩ ହଜାର ୫୮୮ ଟଙ୍କା ୫୯ ପଇସା ହୋଇଛି । ବିଜ୍ଞପ୍ତିରେ ଏଲପିଜି ଦର ବଢ଼ିବାର କାରଣ ଦର୍ଶା ଯାଇଛି ।
ପାକିସ୍ତାନରେ ଇନ୍ଧନ ସଂକଟ
ଘରୋଇ ଗ୍ୟାସ୍ ଦର ବୃଦ୍ଧି ପାକିସ୍ତାନ ପାଇଁ ଏକ ବଡ଼ ଝଟ୍କା ସାବ୍ୟସ୍ତ ହୋଇଛି । କାରଣ ପୂର୍ବରୁ ହିଁ ପାକିସ୍ତାନ ଇନ୍ଧନ ସଂକଟ ଓ ଆର୍ଥିକ ଅସ୍ଥିରତା ଦେଇ ଗତି କରୁଛି । ଏବେ ଏଲପିଜି ଦର ବୃଦ୍ଧି ସାଧାରଣ ଜନତାଙ୍କ ଉପରେ ଅତିରିକ୍ତ ଚାପ ସୃଷ୍ଟି କରିଛି । ବିଶେଷକରି ନିମ୍ନ ଓ ମଧ୍ୟବିତ୍ତ ପରିବାରଙ୍କୁ ଅତିରିକ୍ତ ଖର୍ଚ୍ଚ କରିବାକୁ ପଡ଼ିବ ।
ପାକିସ୍ତାନ ତାର ଆବଶ୍ୟକତାର ୮୦ରୁ ୮୫ ପ୍ରତିଶତ ଅଶୋଧିତ ତୈଳ ସାଉଦି ଆରବ, ୟୁଏଇ ଓ କୁଏତ ଭଳି ଉପସାଗରୀୟ ଦେଶରୁ ଆମଦାନୀ କରିଥାଏ । ଜାହାଜରେ ଏସବୁ ହର୍ମୁଜ ପ୍ରଣାଳୀ ଦେଇ କରାଚି ପହଞ୍ଚି ଥାଏ । କିନ୍ତୁ ଇରାନ ହର୍ମୁଜକୁ ଜଗିବା ପର ଠାରୁ ପାକିସ୍ତାନ ତ୍ରାହି ତ୍ରାହି ଡାକିଲାଣି ।
ଏଥିସହ ପଢ଼ନ୍ତୁ: ପାକିସ୍ତାନରେ ଭୟଙ୍କର ଆର୍ଥିକ ସଂକଟ ! ଖାଦ୍ୟ ପାଇଁ ଲମ୍ବା ଧାଡ଼ି, ପେଟ୍ରୋଲ ଦର ୩୦୦ ପାର
ମାସକରେ ୩ ଥର ବଢ଼ିଲାଣି ଦର
ରିପୋର୍ଟ ଅନୁସାରେ, ଏପ୍ରିଲ୍ ମାସରେ ଗୋଟିଏ କେଜି ଗ୍ଯାସ୍ କିଣିବାକୁ ପାକିସ୍ତାନୀ ଲୋକଙ୍କୁ ୩୦୪ ଟଙ୍କା ଦେବାକୁ ପଡ଼ିବ । ଯେତେବେଳେ କି ମାର୍ଚ୍ଚ ମାସରେ ଗୋଟିଏ କେଜି ଗ୍ୟାସ୍ ପାଇଁ ମାର୍ଚ୍ଚ ମାସରେ ୨୨୫ ଟଙ୍କା ୮୪ ପଇସା ଖର୍ଚ୍ଚ କରିବାକୁ ପଡ଼ୁଥିଲା । ମାର୍ଚ୍ଚରେ ୧୧.୮ କେଜି ସିଲିଣ୍ଡର ଦାମ ୨ ହଜାର ୬୬୪ ଟଙ୍କା ୮୮ ପଇସା ଥିଲା । ଏବେ ତାହା ୩ ହଜାର ୫୮୮ ଟଙ୍କା ୫୯ ପଇସାକୁ ବୃଦ୍ଧି ପାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories