Videos
|
National

Pakistan Minister India Visit / ଭାରତ ଆସିଥିବା ପାକିସ୍ତାନୀ ମନ୍ତ୍ରୀ ମୁସାଦିକଙ୍କୁ ମିଳିଲାନି ତାଜମହଲ ଯିବାକୁ ଅନୁମତି

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଭାରତ ଆସିଥିବା ପାକିସ୍ତାନୀ ମନ୍ତ୍ରୀ ମୁସାଦିକଙ୍କୁ ମିଳିଲାନି ତାଜମହଲ ଯିବାକୁ ଅନୁମତି
Musadik Malik's India Visit: No Taj Mahal Permission

Key Points

ପାକିସ୍ତାନୀ ମନ୍ତ୍ରୀ ମୁସାଦିକ ମଲ୍ଲିକ ଭାରତ ଗସ୍ତ ବେଳେ ଆଗ୍ରାର ତାଜମହଲ ଓ ଦିଲ୍ଲୀର ନିଜାମୁଦ୍ଦିନ ଦରଗାହ ଯିବାକୁ ଅନୁମତି ଲୋଡ଼ିଥିଲେ । ତେବେ, ଭାରତ ସରକାର ଏହି ଦୁଇ ସ୍ଥାନକୁ ଯିବା ଲାଗି ଅନୁମତି ଦେବାକୁ ମନା କରି ଦେଇଛନ୍ତି ।
ନୂଆଦିଲ୍ଲୀ: ପାକିସ୍ତାନର ଜଳବାୟୁ ମନ୍ତ୍ରୀ ମୁସାଦିକ ମଲ୍ଲିକ ଏବେ ଦିଲ୍ଲୀରେ ଅଛନ୍ତି । ଆଉ ତାଙ୍କ ଭାରତ ଗସ୍ତକୁ ନେଇ ହଲଚଲ ଲାଗି ରହିଛି । ଶଂଘାଇ ସହଯୋଗ ସଂଗଠନ (SCO)ର ଏକା କାର୍ଯ୍ୟକ୍ରମରେ ସାମିଲ୍ ହେବାକୁ ଦିଲ୍ଲୀ ଆସିଛନ୍ତି ମୁସାଦିକ ମଲ୍ଲିକ ।

ତାଙ୍କ ଭାରତ ଗସ୍ତ ଭିତରେ ଖବର ଆସିଛି ଯେ, ମୁସାଦିକ ଭାରତରେ ତାଜମହଲ ଓ ନିଜାମୁଦ୍ଦିନ ଦରଗାହ ଯିବାକୁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ କେନ୍ଦ୍ର ସରକାର ଏଥିପାଇଁ ଅନୁମତି ଦେଇ ନାହାନ୍ତି । ଭାରତ ସ୍ପଷ୍ଟ କରିଛି ଯେ, ପାକିସ୍ତାନୀ ମନ୍ତ୍ରୀଙ୍କପ କେବଳ SCO ସମ୍ମିଳନୀରେ ଯୋଗଦେବାକୁ ଅନୁମତି ରହିଛି । ଏହାଛଡ଼ା ସେ ଅନ୍ୟ କୌଣସି ସ୍ଥାନକୁ ଯାଇପାରିବେ ନାହିଁ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ପାକିସ୍ତାନୀ ମନ୍ତ୍ରୀ ମୁସାଦିକ ମଲ୍ଲିକ ଭାରତ ଗସ୍ତ ବେଳେ ଆଗ୍ରାର ତାଜମହଲ ଓ ଦିଲ୍ଲୀର ନିଜାମୁଦ୍ଦିନ ଦରଗାହ ଯିବାକୁ ଅନୁମତି ଲୋଡ଼ିଥିଲେ । ତେବେ, ଭାରତ ସରକାର ଏହି ଦୁଇ ସ୍ଥାନକୁ ଯିବା ଲାଗି ଅନୁମତି ଦେବାକୁ ମନା କରି ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: ବିମାନ ଉପରେ ପଡ଼େ ବିଜୁଳି, ତଥାପି ଯାତ୍ରୀଙ୍କର ହୁଏନି କ୍ଷତି ! ଜାଣନ୍ତୁ ବୈଜ୍ଞାନିକ କାରଣ 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ପାକିସ୍ତାନୀ ମନ୍ତ୍ରୀଙ୍କ ଗସ୍ତର ଉଦ୍ଦେଶ୍ୟ କେବଳ SCO ବୈଠକରେ ସାମିଲ୍ ହେବା । ମୁସାଦିକ ମଲ୍ଲିକ SCO ବୈଠକ ଛଡ଼ା ଅନ୍ୟ କୌଣସି ଗତିବିଧିରେ ସାମିଲ୍ ହୋଇପାରିବେ ନାହିଁ ।

ଦିଲ୍ଲୀରେ ନଭେମ୍ବର ୨୦ ଆଜିଠୁ ନଭେମ୍ବର ୨୨ ପର୍ଯ୍ୟନ୍ତ ପ୍ରଥମ SCO ସିଭିଲାଇଜେନଲ୍ ଡାଇଲଗ୍ ଫୋରମ୍ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଭାଗ ନେବା ଲାଗି ଭାରତ ଆସିଛନ୍ତି ପାକିସ୍ତାନର ଜଳବାୟୁ ମନ୍ତ୍ରୀ ମୁସାଦିକ ମଲ୍ଲିକ ।

ଅପରେସନ୍ ସିନ୍ଦୂର ପରେ ଭାରତରେ ପ୍ରଥମ ପାକିସ୍ତାନୀ ନେତା

ମୁସାଦିକ ମଲ୍ଲିକଙ୍କ ଏହି ଭାରତ ଗସ୍ତ ଗୁରୁତ୍ଵପୂର୍ଣ୍ଣ କୁହାଯାଉଛି । କାରଣ ୨୦୨୩ରେ ଗୋଆରେ ଆୟୋଜିତ SCO ବୈଠକରେ ବିଲାବଲ ଭୁଟ୍ଟୋ ଜରଦାରୀ ସାମିଲ୍ ହେବା ପରେ ପ୍ରଥମଥର ପାକିସ୍ତାନର କୌଣସି ସଂଘୀୟ ମନ୍ତ୍ରୀ ଭାରତ ଆସିଛନ୍ତି ।

୨୦୨୫ ମେରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପକ୍ଷରୁ ଅପରେସନ୍ ସିନ୍ଦୂର ଆରମ୍ଭ ହୋଇଥିଲା । ଅପରେସନ୍ ସିନ୍ଦୂର ପରେ ପ୍ରଥମଥର ପାଇଁ କୌଣସି ପାକିସ୍ତାନୀ ନେତା ଏବେ ଭାରତ ଗସ୍ତରେ ଆସିଛନ୍ତି ।

ଅକ୍ଟୋବର ୨୮ ତାରିଖରେ SCO ସଦସ୍ୟ ରାଷ୍ଟ୍ରଙ୍କୁ ବୈଠକରେ ଭାଗ ନେବା ଲାଗି ଭାରତ ନିମନ୍ତ୍ରଣ ଦେଇଥିଲା । SCOର ସଦସ୍ୟ ରାଷ୍ଟ୍ର ପାକିସ୍ତାନକୁ ମଧ୍ୟ ଆମନ୍ତ୍ରଣ କରାଯାଇଥିଲା । ଯାହାପରେ ପାକିସ୍ତାନ ପକ୍ଷରୁ ମୁସାଦିକ ମଲ୍ଲିକ ଯୋଗ ଦେବା ନେଇ ସୂଚନା ଦିଆଯାଇଥିଲା ।