Airplane Lightning Strike / ବିମାନ ଉପରେ ପଡ଼େ ବିଜୁଳି, ତଥାପି ଯାତ୍ରୀଙ୍କର ହୁଏନି କ୍ଷତି ! ଜାଣନ୍ତୁ ବୈଜ୍ଞାନିକ କାରଣ
·55 mins ago·3 min read

Key Points
ଆକାଶରେ ବିମାନ ଉପରେ ବଜ୍ରପାତ ହେଲେ କ'ଣ ହୁଏ ?
କେମିତି ସୁରକ୍ଷିତ ରୁହନ୍ତି ଯାତ୍ରୀ ?
ଘଡ଼ଘଡ଼ି ଓ ବିଜୁଳି ମଧ୍ୟରେ କେମିତି ଉଡ଼େ ବିମାନ

ବର୍ଷା ଓ ଖରାପ ପାଗ ସମୟରେ ଆକାଶରେ ଘଡ଼ଘଡ଼ି ସହ ବିଜୁଳି ମାରିବା ସାଧାରଣ କଥା । ଏଭଳି ସମୟରେ ଆକାଶରେ ହଜାର ହଜାର ଫୁଟ୍ ଉଚ୍ଚତାରେ ଉଡ଼ୁଥିବା ବିମାନର ଅବସ୍ଥା କ'ଣ ହୁଏ, ତାହା ଅନେକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରେ । ବିମାନ ଉପରେ ବଜ୍ରପାତ ହୁଏ ନା ନାହିଁ, ଯଦି ହୁଏ ତେବେ ଭିତରେ ବସିଥିବା ଯାତ୍ରୀଙ୍କର କିଛି କ୍ଷତି ହୁଏ କି ? ତେବେ ଏହା ପଛରେ ରହିଛି ବିଜ୍ଞାନର ଏକ ବିଶେଷ କୌଶଳ ।
ବର୍ଷକୁ କେତେ ଥର ବିମାନ ଉପରେ ପଡ଼େ ବଜ୍ରପାତ ?
ବିମାନ ଉପରେ ବିଜୁଳି ମାରେ ନାହିଁ ବୋଲି ଅନେକଙ୍କ ଧାରଣା ରହିଛି। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ। ବିମାନ ଉପରେ ମଧ୍ୟ ବଜ୍ରପାତ ହୋଇଥାଏ । ଆମେରିକାର ନ୍ୟାସନାଲ ୱେଦର ସର୍ଭିସ୍ ଏବଂ ବିମାନ ଚଳାଚଳ ବିଶେଷଜ୍ଞଙ୍କ ତଥ୍ୟ ଅନୁସାରେ, ପ୍ରତ୍ୟେକ ବାଣିଜ୍ୟିକ ଯାତ୍ରୀବାହୀ ବିମାନ ଉପରେ ହାରାହାରି ବର୍ଷକୁ ୧ରୁ ୨ ଥର ବଜ୍ରପାତ ହୋଇଥାଏ । ଅର୍ଥାତ୍ ପ୍ରତି ୧,୦୦୦ରୁ ୩,୦୦୦ ଉଡ଼ାଣ ଘଣ୍ଟା ମଧ୍ୟରେ ଥରେ ବିଜୁଳି ମାଡ଼ ହୋଇପାରେ ।
ସାଧାରଣତଃ ବିମାନ ମେଘମାଳା ମଧ୍ୟରେ ଗତି କରୁଥିବା ସମୟରେ କିମ୍ବା ଟେକ୍ଅଫ୍ ଓ ଲ୍ୟାଣ୍ଡିଂ ସମୟରେ ଏଭଳି ଘଟଣା ଘଟିଥାଏ । ଅନେକ ସମୟରେ ଯାତ୍ରୀମାନେ କେବଳ ବାହାରେ ଏକ ଉଜ୍ଜ୍ୱଳ ଆଲୋକ ଓ ସାମାନ୍ୟ ଶବ୍ଦ ଅନୁଭବ କରନ୍ତି । ଏହାପରେ ମଧ୍ୟ ବିମାନ ଯାତ୍ରା ସ୍ୱାଭାବିକ ଭାବେ ଜାରି ରହିଥାଏ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଫାରାଡେ କେଜ୍ ଭଳି କାମ କରେ ବିମାନ
ବିମାନ ଉପରେ ବଜ୍ରପାତ ହେଲେ ମଧ୍ୟ ଯାତ୍ରୀମାନେ କାହିଁକି ସୁରକ୍ଷିତ ରହନ୍ତି, ଏହାର ମୁଖ୍ୟ କାରଣ ହେଉଛି ବିମାନର ବିଶେଷ ନିର୍ମାଣ ଶୈଳୀ । ବିମାନର ବାହ୍ୟ ଅଂଶ ମୁଖ୍ୟତଃ ଆଲୁମିନିୟମ୍ କିମ୍ବା ବିଦ୍ୟୁତ୍ ପରିବହନ କରିପାରୁଥିବା ଧାତବ ଜାଲିଯୁକ୍ତ ମିଶ୍ରିତ ପଦାର୍ଥରେ ତିଆରି ହୋଇଥାଏ ।
ଯେତେବେଳେ ବିମାନ ଉପରେ ବଜ୍ରପାତ ହୁଏ, ସେତେବେଳେ ଏହାର ବାହ୍ୟ ଢାଞ୍ଚା ଫାରାଡେ କେଜ୍ ଭଳି କାମ କରେ । ଫଳରେ ବିଦ୍ୟୁତ୍ ପ୍ରବାହ ବିମାନର ଭିତର କ୍ୟାବିନ୍କୁ ନଯାଇ ବାହାର ଧାତବ ଆବରଣ ଦେଇ ପ୍ରବାହିତ ହୋଇଥାଏ । ଏହି କାରଣରୁ ଭିତରେ ଥିବା ଯାତ୍ରୀମାନେ ବିଦ୍ୟୁତ୍ ଆଘାତରୁ ସୁରକ୍ଷିତ ରହନ୍ତି ।
କେମିତି ବିମାନରୁ ବାହାରିଯାଏ ବିଜୁଳିର ଶକ୍ତି ?
ସାଧାରଣତଃ ବିମାନର ନୋଜ୍ କିମ୍ବା ଡେଣା(Wing) ଅଗ୍ରଭାଗ ଭଳି ସ୍ଥାନରେ ବଜ୍ରପାତ ହୋଇଥାଏ । ଏହାପରେ ବିଦ୍ୟୁତ୍ ପ୍ରବାହ ବିମାନର ବାହ୍ୟ ଆବରଣ ଦେଇ ଗତି କରି ପଛପଟ ଅଂଶ କିମ୍ବା ପକ୍ଷରେ ଲାଗିଥିବା ସ୍ୱତନ୍ତ୍ର ଉପକରଣ ଷ୍ଟାଟିକ୍ ୱିକ୍ସ (Static Wicks) ମାଧ୍ୟମରେ ବାୟୁମଣ୍ଡଳକୁ ଚାଲିଯାଏ । ଏହି ବ୍ୟବସ୍ଥା ବିଦ୍ୟୁତ୍ ଚାର୍ଜକୁ ନିୟନ୍ତ୍ରଣ କରିବାରେ ସହାୟକ ହୁଏ ।
ଇନ୍ଧନ ଟାଙ୍କି ଓ ଇଲେକ୍ଟ୍ରୋନିକ୍ ଉପକରଣର ରହିଛି ସୁରକ୍ଷା ବ୍ୟବସ୍ଥା
ବଜ୍ରପାତ ଯୋଗୁଁ ବିମାନର ଇନ୍ଧନ ଟାଙ୍କିରେ ନିଆଁ ଲାଗିବା କିମ୍ବା କକ୍ପିଟ୍ରେ ଥିବା ଇଲେକ୍ଟ୍ରୋନିକ୍ ଉପକରଣ ନଷ୍ଟ ହେବା ଭଳି ବିପଦକୁ ରୋକିବା ପାଇଁ ନିର୍ମାତାମାନେ ବିଶେଷ ସୁରକ୍ଷା ବ୍ୟବସ୍ଥା କରିଥାନ୍ତି । ଇନ୍ଧନ ଟାଙ୍କି ଓ ଏହାର ସଂଯୋଗ ସ୍ଥାନଗୁଡ଼ିକୁ ଏପରି ଭାବେ ତିଆରି ଓ ସିଲ୍ କରାଯାଏ ଯେପରି ସେଠାରେ ବିଦ୍ୟୁତ୍ ସ୍ଫୁଲିଙ୍ଗ ସୃଷ୍ଟି ନହୁଏ ।
ସେହିପରି ବିମାନର ନାଭିଗେସନ୍ ଓ ଯୋଗାଯୋଗ ଉପକରଣଗୁଡ଼ିକୁ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ସିଲ୍ଡିଂ ମାଧ୍ୟମରେ ସୁରକ୍ଷା ଦିଆଯାଇଥାଏ । ଏହାଛଡ଼ା ପାଇଲଟ୍ମାନେ ବିମାନରେ ଥିବା ୱେଦର ରାଡାର ସହାୟତାରେ ଝଡ଼ବର୍ଷା ଓ ତୋଫାନ ସୃଷ୍ଟି କରୁଥିବା ମେଘମାଳାକୁ ଚିହ୍ନଟ କରି ସମ୍ଭବ ହେଲେ ସେଗୁଡ଼ିକଠାରୁ ଦୂରେଇ ଉଡ଼ାଣ ଭରିଥାନ୍ତି ।
ତେଣୁ ଆକାଶରେ ବିଜୁଳି ମାରିଲେ ମଧ୍ୟ ବିମାନ ଭିତରେ ଥିବା ଯାତ୍ରୀମାନେ ସାଧାରଣତଃ ସୁରକ୍ଷିତ ରହିଥାନ୍ତି। ତେବେ ବଜ୍ରପାତ ପରେ ବିମାନର ବାହ୍ୟ ଅଂଶ ଓ ଆବଶ୍ୟକୀୟ ଉପକରଣଗୁଡ଼ିକୁ ଯାଞ୍ଚ କରାଯାଇଥାଏ ।

Related Topics
Explore more stories