India Pakistan Tensions / ପାକିସ୍ତାନର ବଡ଼ ବୟାନ, "ଭାରତ କିଛି କଲେ କୋଲକାତା ଉପରେ ଆକ୍ରମଣ !"
·5 months ago·2 min read

Key Points
ଭାରତକୁ ଚେତାବନୀ
କୋଲକାତା ପର୍ଯ୍ୟନ୍ତ ଯିବା କଥା କହିଲା ପାକିସ୍ତାନ
ଦୁଇ ପକ୍ଷରୁ ବୟାନବାଜି ଜାରି

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ମଧ୍ୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଗତ ବର୍ଷ ଏପ୍ରିଲ ୨୨ ତାରିଖରେ ହୋଇଥିବା ପହଲଗାମ ଆକ୍ରମଣ ସହିତ ଆରମ୍ଭ ହୋଇଥିଲା । ସେହି ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଚାରି ଦିନିଆ ଯୁଦ୍ଧ ହୋଇଥିଲା । ସେବେଠାରୁ ଉତ୍ତେଜନା ଜାରି ରହିଛି ଏବଂ ଏବେ ପୁଣି ଥରେ ଉଭୟ ପକ୍ଷରୁ ବୟାନ ବାଜି ଆରମ୍ଭ ହୋଇଛି ।
ଶନିବାର ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଲାହୋରରୁ ପ୍ରାୟ ୧୩୦ କିଲୋମିଟର ଦୂରରେ ଅବସ୍ଥିତ ସିଆଲକୋଟରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେ କହିଥିଲେ ଯେ ଯଦି ଭାରତ ଏକ "ନାଟକୀୟ ଷଡ଼ଯନ୍ତ୍ର କରି ଅପରେସନ୍' କରେ, ତେବେ ପାକିସ୍ତାନ ସିଧା କୋଲକାତା ପର୍ଯ୍ୟନ୍ତ ଯିବ । ଖୱାଜା ଆସିଫ ଦାବି କରିଥିଲେ ଯେ ତାଙ୍କ ପାଖରେ ରିପୋର୍ଟ ଅଛି ଯେ ଭାରତ ଏପରି ଷଡ଼ଯନ୍ତ୍ର କରୁଛି ।
ଗୁରୁବାର ଦିନ ଆସିଫ ଏହା ମଧ୍ୟ କହିଥିଲେ ଯେ ଯଦି ଭାରତ ଆକ୍ରମଣ କରେ, ତେବେ ପାକିସ୍ତାନର ଜବାବ "ତ୍ୱରିତ ଏବଂ ନିର୍ଣ୍ଣାୟକ ହେବ ।
ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପୂର୍ବରୁ କହିଥିଲେ ଯେ ଯଦି ପଡ଼ୋଶୀ ଦେଶ କୌଣସି ଭୁଲ ପଦକ୍ଷେପ ନିଏ, ତେବେ ଭାରତର ପ୍ରତିକ୍ରିୟା "ଅଭୂତପୂର୍ବ ଏବଂ ନିର୍ଣ୍ଣାୟକ" ହେବ । ଏହାର ଅର୍ଥ ହେଉଛି ଏପରି ପ୍ରତିକ୍ରିୟା ଯାହା ପୂର୍ବରୁ କେବେ ଦେଖିବାକୁ ମିଳିନି । ଏହାର ଜବାବରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ବୟାନ ଆସିଛି ।
ଉଭୟ ଦେଶ ଖୋଲାଖୋଲି ଭାବରେ ପରସ୍ପରକୁ ଚେତାବନୀ ଦେଉଛନ୍ତି । ଭାରତ କହୁଛି ଯେ ଯେକୌଣସି ଭୁଲର ପରିଣାମ କଠୋର ହେବ । ଆଉ ପାକିସ୍ତାନ ମଧ୍ୟ କୋଲକାତା ପର୍ଯ୍ୟନ୍ତ ଆସିବାକୁ ବୟାନ ଦେଉଛି । କୋଲକାତାର ଉଲ୍ଲେଖ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଭାରତର ଏକ ପୂର୍ବରେ ଅବସ୍ଥିତ ସହର ଏବଂ ପାକିସ୍ତାନୀ ସୀମାଠାରୁ ବହୁତ ଦୂରରେ । ଏହି ନାମ ବ୍ୟବହାର କରି ପାକିସ୍ତାନ ଦେଖାଇବାକୁ ଚାହୁଁଛି ଯେ ଏହା କେବଳ ସୀମା ପର୍ଯ୍ୟନ୍ତ ନୁହେଁ ବରଂ ଭାରତ ଭିତରେ ମଧ୍ୟ ପହଞ୍ଚିପାରିବ, ଯାହା ବାସ୍ତବରେ ସମ୍ଭବ ନୁହେଁ । ପାକିସ୍ତାନ ସବୁବେଳେ ନିଜ ଲୋକଙ୍କୁ ସନ୍ତୁଷ୍ଟ କରିବା ପାଇଁ ଧମକ ଦେଇଆସିଛି । ଏହା କିଛି ନୂଆ କଥା ନୁହେଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ବୟାନବାଜି ଏପରି ସମୟରେ ଆସିଛି ଯେତେବେଳେ ସାରା ବିଶ୍ୱରେ ଉତ୍ତେଜନାର ବାତାବରଣ ରହିଛି। ଦୁଇଟି ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଏପରି ବୟାନ ସମଗ୍ର ବିଶ୍ୱକୁ ଚିନ୍ତିତ କରୁଛି ।
Related Topics
Explore more stories