Videos
|
National

ଗୁଜୁରାଟ ସୀମାରେ ପାକିସ୍ତାନୀ ବୋଟ୍, ବୋଟରୁ ୪୮୦ କୋଟି ଟଙ୍କାର ଡ୍ରଗ୍ସ ଜବତ

Jitendra Dash
Browse all articles by Jitendra Dash
·2 years ago·1 min read
ଗୁଜୁରାଟ ସୀମାରେ ପାକିସ୍ତାନୀ ବୋଟ୍, ବୋଟରୁ ୪୮୦ କୋଟି ଟଙ୍କାର ଡ୍ରଗ୍ସ ଜବତ

ଅର୍ଗସ ବ୍ୟୁରୋ : ପୁଣି ଗୁଜୁରାଟ ସୀମାରୁ ଧରା ପଡ଼ିଲା ପାକିସ୍ତାନୀ ବୋଟ୍ । ଏବଂ ବୋଟରି ମିଳିଲା ୫ଶହ କୋଟି ଟଙ୍କାର ନିଶାଦ୍ରବ୍ୟ । ସମୁଦ୍ରରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ପାକିସ୍ତାନୀ ବୋଟକୁ ଧରିଛି କୋଷ୍ଟଗାର୍ଡ। ଭାରତୀୟ କୋଷ୍ଟଗାର୍ଡକୁ ଦେଖିବା ମାତ୍ରେ ଖସି ଯିବାକୁ ଉଦ୍ୟମ କରିଥିଲା ପାକିସ୍ତାନୀ ବୋଟ। ଡଙ୍ଗାରେ ଥିବା ୬ ଜଣ ପାକିସ୍ତାନୀଙ୍କୁ ଭାରତୀୟ ସୁରକ୍ଷାକର୍ମୀ କାବୁ କରିଥିଲେ।

ସୂଚନା ଅନୁଯାୟୀ, ବୋଟରୁ ୪୮୦ କୋଟି ଟଙ୍କାର ଡ୍ରଗ୍ସ  ଜବତ ହୋଇଛି । ଆରବ ସାଗରରେ ପାଟ୍ରୋଲିଂ ବେଳେ ପାକିସ୍ତାନୀ ବୋଟକୁ ଠାବ କରିଥିଲା ଭାରତୀୟ କୋଷ୍ଟ ଗାର୍ଡ। ଅପରେସନରେ ତଟରକ୍ଷୀ ବାହିନୀ ସହ ଏନସିବି ଓ ଗୁଜରାଟ  ପୋଲିସର ଆତଙ୍କୀ ନିରୋଧ ସ୍କ୍ୱାଡ ସାମିଲ ହୋଇଥିଲେ । 

ଅଧିକ ପଢନ୍ତୁ ଭାରତ ଖବର

ସନ୍ଦିଗ୍ଧ ବୋଟକୁ ଠାବ କରିବା ଡୋର୍ନିଅର ଏୟାରକ୍ରାଫ୍ଟ ମଧ୍ୟ ନିୟୋଜିତ ହୋଇଥିଲା ବଡ଼ଧରଣର ସର୍ଚ୍ଚ ଅପରେସନ ବେଳେ ଗୋଟିଏ ଡଙ୍ଗା ସନ୍ଦିଗ୍ଧ ଭାବେ ବୁଲୁଥିବା ଦେଖିବାକୁ ମିଳିଥିଲା । ଏହାପରେ ସନ୍ଦେହ ବଢିବାରୁ ଡଙ୍ଗାକୁ ଜବତ କରିଥିଲା କୋଷ୍ଟ ଗାର୍ଡ । ଘଟଣାର ଅଧିକ ତଦନ୍ତ କରାଯାଉଥିବା ତଟରକ୍ଷୀ ବାହିନୀ ସୂଚନା ଦେଇଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: