Videos
|
National

ପାଣ୍ଡିଆନଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତାମିଲନାଡୁ ବିଜେପି ସଭାପତି କେ. ଆନ୍ନାମଲାଇ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପାଣ୍ଡିଆନଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତାମିଲନାଡୁ ବିଜେପି ସଭାପତି କେ. ଆନ୍ନାମଲାଇ

ଅର୍ଗସ ବ୍ୟୁରୋ:  ଓଡିଶା ରାଜନୀତିରେ ଭି.କେ. ପାଣ୍ଡିଆନଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତାମିଲନାଡୁ ବିଜେପି ସଭାପତି କେ. ଆନ୍ନାମଲାଇ । ପୂର୍ବତନ ପ୍ରଶାସନିକ ଅଫିସରଙ୍କୁ ପୂର୍ଣ୍ଣ କ୍ଷମତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ ଏଥିପାଇଁ ସେ ଉତ୍ତରଦାୟୀ ନୁହନ୍ତି । ଏହାକୁ ସେ  ସମାଲୋଚନା କରିଛନ୍ତି  । ରାଜନୀତିରେ ସାଧାରଣତଃ ସ୍ଥାନୀୟ ଲୋକମାନେ ଶାସନ କରିଥାନ୍ତି । ଭାରତର ପ୍ରଧାନମନ୍ତ୍ରୀ ଭାରତୀୟ ହେବା ଦରକାର।  କିନ୍ତୁ ବିଜେଡିରେ ଏବେ କଣ ହେଉଛି । ଭି.କେ. ପାଣ୍ଡିଆନ କିଏ ? ସେ ପଞ୍ଜାବ କ୍ୟାଡର ଆଇଏଏସ ଅଧିକାରୀ ।

କିନ୍ତୁ ଓଡ଼ିଶାକୁ ଆସି ସେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ପୁରା କ୍ଷମତାକୁ ଅକ୍ତିଆର କରିଛନ୍ତି । ଓଡିଶାର ଡିଜିପି, ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଦେଖି ପାରୁଛନ୍ତି କି ? ସେମାନେ କେବଳ ପାଣ୍ଡିଆନଙ୍କୁ ଭେଟି ପାରିବେ । ଏହା କଣ ଗଣତନ୍ତ୍ର ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତ ବେଳେ ଏନେଇ ବିଜେଡିକୁ ଟାର୍ଗେଟ କରିଥିଲେ ବୋଲି ବିଜେପି ସଭାପତି କେ. ଆନ୍ନାମଲାଇ କହିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Pandian's role has been questioned by Tamil Nadu BJP president K. Annamalai | Argus News