PM Modi Paper Leak Statement / ପ୍ରଶ୍ନପତ୍ର ଲିକ୍: PM ମୋଦିଙ୍କ ବଡ଼ ବୟାନ; ଗଠନ ହେବ ଫାଷ୍ଟ ଟ୍ରାକ୍ କୋର୍ଟ, ଦୋଷୀଙ୍କୁ ମିଳିବ କଠୋର ଦଣ୍ଡ
·1 hour ago·2 min read

Key Points
ପେପର ଲିକ୍ ମାମଲାରେ ବଡ଼ ଆକ୍ସନ
ଏବେ ଖସି ପାରିବେନି ପେପର ଲିକ୍ ଅଭିଯୁକ୍ତ
ଦୋଷୀଙ୍କୁ ମିଳିବ କଠୋର ଦଣ୍ଡ
ଏବେ ଖସି ପାରିବେନି ପେପର ଲିକ୍ ଅଭିଯୁକ୍ତ
ଦୋଷୀଙ୍କୁ ମିଳିବ କଠୋର ଦଣ୍ଡ
ଏବେ ପେପର ଲିକ୍ କରି ଯୁବପିଢ଼ିଙ୍କ ଭବିଷ୍ୟତ ସହ ଖେଳୁଥିବା ଲୋକଙ୍କୁ ଆଉ ରକ୍ଷା ମିଳିବ ନାହିଁ । ସରକାର ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ କରି ଦୋଷୀଙ୍କୁ ଶୀଘ୍ର ଓ କଠୋର ଦଣ୍ଡ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ କ'ଣ ରହିଛି ପ୍ରଧାନମନ୍ତ୍ରୀଙ୍କ ପୂରା ଘୋଷଣା? କାହିଁକି ନିଆଗଲା ଏହି ବଡ଼ ନିଷ୍ପତ୍ତି ? ଆସନ୍ତୁ ଜାଣିବା...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଦେଶର ଯୁବପିଢ଼ିଙ୍କ କଲ୍ୟାଣ ଏବଂ ଭବିଷ୍ୟତ ଆମର ସର୍ବୋଚ୍ଚ ପ୍ରାଥମିକତା । ଆମ ଯୁବପିଢ଼ିଙ୍କ କଲ୍ୟାଣ ଏବଂ ଭବିଷ୍ୟତ ଅପେକ୍ଷା ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ ।
ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ରେ ପୋଷ୍ଟ କରି କହିଛନ୍ତି, "ଆମେ ପେପର ଲିକରେ ସମ୍ପୃକ୍ତ ଲୋକଙ୍କୁ ଶୀଘ୍ର ଏବଂ କଠୋର ଦଣ୍ଡ ସୁନିଶ୍ଚିତ କରିବା ପାଇଁ ଏକ ଫାଷ୍ଟ-ଟ୍ରାକ୍ କୋର୍ଟ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛୁ ।" ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ ଏ ସମ୍ପର୍କରେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ କରିଛନ୍ତି ଯେ ପେପର ଲିକ୍ ପାଇଁ ଦାୟୀ ଲୋକଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ । ସେ 'X' ପୋଷ୍ଟରେ କହିଛନ୍ତି ଯେ ଏହା ଛାତ୍ରମାନଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ନିଆଯାଉଥିବା ପଦକ୍ଷେପର ଏକ ଅଂଶ । ଯେକେହି ଆମ ଯୁବପିଢ଼ିଙ୍କ ଭବିଷ୍ୟତକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରେ ତାଙ୍କୁ ଛଡ଼ାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Nothing is more important than the welfare and future of our youth!
— Narendra Modi (@narendramodi) July 23, 2026
We have decided to set up fast-track courts to ensure swift and stringent punishment for those involved in paper leaks. Have directed the concerned authorities and officials to take all necessary steps in this…
ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ରେ ପୋଷ୍ଟ କରି କହିଛନ୍ତି, "ଆମେ ପେପର ଲିକରେ ସମ୍ପୃକ୍ତ ଲୋକଙ୍କୁ ଶୀଘ୍ର ଏବଂ କଠୋର ଦଣ୍ଡ ସୁନିଶ୍ଚିତ କରିବା ପାଇଁ ଏକ ଫାଷ୍ଟ-ଟ୍ରାକ୍ କୋର୍ଟ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛୁ ।" ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ ଏ ସମ୍ପର୍କରେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ କରିଛନ୍ତି ଯେ ପେପର ଲିକ୍ ପାଇଁ ଦାୟୀ ଲୋକଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ । ସେ 'X' ପୋଷ୍ଟରେ କହିଛନ୍ତି ଯେ ଏହା ଛାତ୍ରମାନଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ନିଆଯାଉଥିବା ପଦକ୍ଷେପର ଏକ ଅଂଶ । ଯେକେହି ଆମ ଯୁବପିଢ଼ିଙ୍କ ଭବିଷ୍ୟତକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରେ ତାଙ୍କୁ ଛଡ଼ାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories