Modi Shares Instagram Message / ପେପର ଲିକ୍ ଗ୍ୟାଙ୍ଗକୁ ଛଡ଼ାଯିବ ନାହିଁ ,ସଂସଦରେ ବିଲ୍ ପାସ୍ ହେବା ପରେ ମୋଦିଙ୍କ ଇନଷ୍ଟା ମ୍ୟାସେଜ୍
·1 hour ago·2 min read

Key Points
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଭିଡିଓ ବାର୍ତ୍ତା
ପେପର ଲିକ୍ ଗ୍ୟାଙ୍ଗକୁ ଛଡ଼ାଯିବ ନାହିଁ
ସଂସଦ ଏପରି ଏକ ବିଲ୍ ପାସ୍ କରିଛି
ଯାହା ଆମର ପରୀକ୍ଷା ବ୍ୟବସ୍ଥାକୁ ମଜବୁତ କରିବ
ପେପର ଲିକ୍ ଗ୍ୟାଙ୍ଗକୁ ଛଡ଼ାଯିବ ନାହିଁ
ସଂସଦ ଏପରି ଏକ ବିଲ୍ ପାସ୍ କରିଛି
ଯାହା ଆମର ପରୀକ୍ଷା ବ୍ୟବସ୍ଥାକୁ ମଜବୁତ କରିବ
ନୂଆଦିଲ୍ଲୀ,୩୧/୦୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଏକ ନୂଆ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ପିଏମ ମୋଦି କହିଛନ୍ତି ଯେ, ସଂସଦ ଏପରି ଏକ ବିଲ୍ ପାସ୍ କରିଛି, ଯାହା ଆମର ପରୀକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବ। ପ୍ରଧାନମନ୍ତ୍ରୀ ଭିଡିଓରେ କହିଛନ୍ତି -ଏକ ବିଶ୍ୱସନୀୟ ପରୀକ୍ଷା ପଦ୍ଧତି ପାଇଁ ଆମେ କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛୁ। ଟାସ୍କଫୋର୍ସ ଗଠନ ହେଉ କି ଫାଷ୍ଟ-ଟ୍ରାକ୍ କୋର୍ଟ ବ୍ୟବସ୍ଥା ହେଉ କିମ୍ବା ରାଜ୍ୟଗୁଡ଼ିକର ପରାମର୍ଶକୁ ଧ୍ୟାନରେ ରଖିବା ହେଉ। ଗତ କିଛି ଦଶନ୍ଧି ଧରି ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ର ସରକାର ପେପର ଲିକ୍ ସମସ୍ୟାର ସାମ୍ନା କରୁଛନ୍ତି। ଏହି କାରଣରୁ ପିଲାଙ୍କ ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି ହେଉଛି। ଏହି ସବୁକୁ ଧ୍ୟାନରେ ରଖି ଦେଶବ୍ୟାପୀ ସବୁ ରାଜ୍ୟ ଏବଂ କେନ୍ଦ୍ରରେ ମଧ୍ୟ ଶିକ୍ଷା ପଦ୍ଧତିରେ ସୁଧାର ଆଣିବା ଅନିବାର୍ଯ୍ୟ ହୋଇଯାଇଛି।
ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ଟେକ୍ନୋଲୋଜିର ଭରପୂର ବ୍ୟବହାର ଆବଶ୍ୟକ ହୋଇ ପଡ଼ିଛି। ପେପର ମାଫିଆ, ପେପର ଲିକ୍ କରୁଥିବା ଗ୍ୟାଙ୍ଗ୍, ଯେଉଁମାନେ ଦେଶର ପିଲାମାନଙ୍କ ଭବିଷ୍ୟତ ସହ ଖେଳୁଛନ୍ତି, ସେମାନଙ୍କୁ କଦାପି ଛଡ଼ାଯିବ ନାହିଁ। ଏଥିପାଇଁ କଠୋର ଆଇନର ଆବଶ୍ୟକତା ରହିଛି। ଆମେ ସଂସଦକୁ ବିଲ୍ ନେଇ ଯାଇ ଥିଲୁ ଏବଂ ଯେମିତିକା ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଇଥିଲି, ଆଜି ଉଭୟ ଗୃହ (ଲୋକସଭା ଓ ରାଜ୍ୟସଭା) କଠୋର ନିୟମ ଥିବା ଏହି ବିଲକୁ ପାସ୍ କରି ଦେଇଛନ୍ତି। ଏବେ ବିଶ୍ୱସନୀୟ ପରୀକ୍ଷା ପଦ୍ଧତି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏହି କାମ ଆଗକୁ ମଧ୍ୟ ଜାରି ରହିବ। ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଆମେ ଏପରି ପରିସ୍ଥିତିକୁ ଦୀର୍ଘ ସମୟ ଧରି ଚାଲିବାକୁ ଦେବୁ ନାହିଁ। ଏହି ବିଶ୍ୱାସର ସହ ଆସନ୍ତୁ, ଆମେ ସମସ୍ତେ ମିଶି ବିକଶିତ ଭାରତର ସ୍ୱପ୍ନକୁ ପୂରଣ କରିବା ପାଇଁ କାନ୍ଧରେ କାନ୍ଧ ମିଳାଇ ଆଗେଇ ଚାଲିବା।
ପଢନ୍ତୁ ଏହି ଖବର: ରାଜ୍ୟସଭାରେ 'ବନ୍ଦେ ମାତରମ୍' ବିଲ୍ ପାସ୍; ଅପମାନ କଲେ ହୋଇପାରେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍
ସେପଟେ ଆଣ୍ଟି ପେପର ଲିକ୍ ବିଲ୍ ସଂସଦରେ ପାରିତ ହୋଇଛି। ପେପର ଲିକ୍ ଏବଂ ବିଭିନ୍ନ ପରୀକ୍ଷା ଅନିୟମିତତାକୁ ରୋକିବା ପାଇଁ ଆଣାଯାଇଥିବା ‘ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍–୨୦୨୬’ ସଂସଦର ଉଭୟ ସଦନରେ ପାରିତ ହୋଇଛି। ଗୁରୁବାର ରାଜ୍ୟସଭାରେ ବିରୋଧୀ ଦଳର ୱାକଆଉଟ୍ ମଧ୍ୟରେ ବିଲ୍ଟି ଧ୍ୱନିମତରେ ଅନୁମୋଦନ ପାଇଛି। ବର୍ତ୍ତମାନ ଏହା କେବଳ ରାଷ୍ଟ୍ରପତିଙ୍କ ମଞ୍ଜୁରିକୁ ଅପେକ୍ଷା । ବୁଧବାର ଏହି ବିଲ ଲୋକସଭାରେ ବିଲ୍ଟି ପାରିତ ହୋଇଥିଲା। ସରକାରଙ୍କ ମତାନୁସାରେ, ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ ହୋଇଥିବାରୁ ସେମାନଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ କଠୋର ଆଇନଗତ ବ୍ୟବସ୍ଥା ଆବଶ୍ୟକ ଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories