Videos
|
National

Vande Mataram Bill 2026 / ରାଜ୍ୟସଭାରେ 'ବନ୍ଦେ ମାତରମ୍' ବିଲ୍ ପାସ୍; ଅପମାନ କଲେ ହୋଇପାରେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍

Subhramjit Ray
Browse all articles by Subhramjit Ray
·1 hour ago·2 min read
ରାଜ୍ୟସଭାରେ 'ବନ୍ଦେ ମାତରମ୍' ବିଲ୍ ପାସ୍; ଅପମାନ କଲେ ହୋଇପାରେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍
Vande Mataram Bill 2026

Key Points

ଏହି ଆଇନ କାର୍ଯ୍ୟକାରୀ ହେବା ପରେ, ଯଦି କେହି ଉଦ୍ଦେଶ୍ୟମୂଳକ ଭାବରେ "ବନ୍ଦେ ମାତରମ୍" କୁ ଅପମାନ କରନ୍ତି କିମ୍ବା ଏହାକୁ ଗାନ କରିବା ସମୟରେ ବାଧା ସୃଷ୍ଟି କରନ୍ତି, ତାହେଲେ ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ କିମ୍ବା ଜରିମାନା କିମ୍ବା ଉଭୟ ହୋଇପାରେ।
ବୁଧବାର (୨୯ ଜୁଲାଇ) ରାଜ୍ୟସଭାରେ "ଜାତୀୟ ସମ୍ମାନର ଅପମାନ ନିବାରଣ (ସଂଶୋଧନ) ବିଲ୍ ୨୦୨୬" ପାସ୍ ହୋଇଯାଇଛି। ଏହି ସଂଶୋଧନ ଅନୁଯାୟୀ, "ବନ୍ଦେ ମାତରମ୍" ଅପମାନ ସମ୍ପର୍କିତ ବ୍ୟବସ୍ଥାକୁ ଆଇନଗତ ସୁରକ୍ଷା ମିଳିବ। ଏହି ଆଇନ 'ବନ୍ଦେ ମାତରମ୍'କୁ ଜାତୀୟ ସଙ୍ଗୀତ "ଜନ ଗଣ ମନ" ପରି ସମାନ ଆଇନଗତ ସୁରକ୍ଷା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ଏହି ଆଇନ କାର୍ଯ୍ୟକାରୀ ହେବା ପରେ, ଯିଏ ଉଦ୍ଦେଶ୍ୟମୂଳକ ଭାବରେ "ବନ୍ଦେ ମାତରମ୍" କୁ ଅପମାନିତ କଲେ କିମ୍ବା ଏହାକୁ ଗାନ କରିବା ସମୟରେ ବାଧା ସୃଷ୍ଟି କରନ୍ତି ତାହେଲେ ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ କିମ୍ବା ଜରିମାନା ଅଥବା ଉଭୟ ହୋଇପାରେ।

ଏହି ବିଲ୍ ଉପରେ ହୋଇଥିବା ଚର୍ଚ୍ଚାରେ ଭାଗ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ ଏହି ବିଲ୍‌ର ସଂଶୋଧନ କେବଳ କୌଣସି ଏକ ବୈଧାନିକ ପରିବର୍ତ୍ତନ ନୁହେଁ। ସେ କହିଛନ୍ତି ଯେ ଏହା ଭାରତ ବର୍ଷର ଆତ୍ମା, ଜାତୀୟ ଚେତନା, ସାଂସ୍କୃତିକ ଐତିହ୍ୟ ଏବଂ ସ୍ୱାଧିନତା ସଂଗ୍ରାମର ଆଦର୍ଶ ପ୍ରତି ସାମୂହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

ଏହା ସହ ପଢନ୍ତୁ: 'ବନ୍ଦେ ମାତରମ୍' କୁ ନେଇ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି; ଅପମାନ କଲେ ଯିବେ ଜେଲ୍!

ବିଜେପି ସାଂସଦ ବିନୋଦ ତାୱଡେ ଏକ "ଏକ୍ସ" (X) ପୋଷ୍ଟ ସେୟାର କରି କହିଛନ୍ତି, " ବନ୍ଦ ମାତରମ୍ ପ୍ରତି ସମ୍ମାନ, ଭାରତର ଅଭିମାନ!" ଦେଶର ସ୍ୱାଧିନତା ଆନ୍ଦୋଳନକୁ ପ୍ରେରଣା ଦେଇଥିବା ଏବଂ ତ୍ୟାଗ ଏବଂ ବଳିଦାମର ପଥ ଦେଖାଇଥିବା ଜାତୀୟ ଗୀତ, ବନ୍ଦେ ମାତରମ୍, ମନ୍ତ୍ର ଏବଂ ବିଜୟ ଧ୍ୱନିକୁ ଗର୍ବର ସହିତ ମନେ ରଖିବା ଆମର ମହାନ ସୌଭାଗ୍ୟ। "ଆଜି ରାଜ୍ୟସଭାରେ ଗୃହୀତ 'ଜାତୀୟ ସମ୍ମାନର ଅପମାନ ନିବାରଣ (ସଂଶୋଧନ) ବିଲ୍, ୨୦୨୬' ଭାରତ ବର୍ଷର ସାଂସ୍କୃତିକ ଗୌରବକୁ ପୁନରୁଦ୍ଧାର କରିବା ପାଇଁ ମୋଦି ସରକାରଙ୍କ ସଂକଳ୍ପର ପ୍ରତିଫଳନ।"

ଲୋକସଭାରେ କାଗଜ ଲିକ୍ ବିରୋଧୀ ବିଲ୍ ଗୃହୀତ
ଏହି ସମୟରେ, ଲୋକସଭାରେ "ଆଣ୍ଟି ପେପର୍ ଲିକ୍" ବିଲ୍ (Anti Paper Leak Bill 2026) ମଧ୍ୟ ପାରିତ ହୋଇଛି। ମୌସୁମୀ ଅଧିବେଶନରେ ବେଶ ଲମ୍ବା ଚର୍ଚ୍ଚା ଆଲୋଚନା ପରେ ଏହି ବିଲ୍ ଧ୍ୱନିମତରେ ଗୃହୀତ ହୋଇଥିଲା। ଏହି ସମୟରେ ଶାସକ-ବିରୋଧି ଦଳ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ଜୋରଦାର ବାକ୍ୟଯୁଦ୍ଧ ହୋଇଥିଲା। ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣକୁ ନେଇ ଲୋକସଭାରେ ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା। ବାଚସ୍ପତି ଓମ୍ ବିର୍ଲା "ପେପର୍ ଲିକ୍ ବିରୋଧି ବିଲ୍" ଗୃହୀତ ହେବାର ଘୋଷଣା କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: