Videos
|
National

ପାର୍ସଲ୍‌ ବୋମା ବିସ୍ଫୋରଣରେ ବାପା-ଝିଅଙ୍କ ମୃତ

Rashmita Mishra
Browse all articles by Rashmita Mishra
·2 years ago
ପାର୍ସଲ୍‌ ବୋମା ବିସ୍ଫୋରଣରେ ବାପା-ଝିଅଙ୍କ ମୃତ

ଅର୍ଗସ ବ୍ୟୁରୋ: ଦିଲ୍ଲୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବୋମା ବିସ୍ଫୋରଣ ଧମକ ମିଳିବା ପରେ ଏଵେ ଆହୁରି ଦ୍ଵନ୍ଦ ଦେଖାଦେଇଛି । ଆଜି ଗୁଜରାଟର ସବରକନ୍ଥ ଜିଲ୍ଲାରେ ଏକ ପାର୍ସଲ୍‌ ବୋମା ବିସ୍ଫୋରଣରେ ବାପା-ଝିଅଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଆତଙ୍କ ଖେଳି ଯାଉଛି ।

ଭଦାଲି  ଥାନାର ଏସ୍‌ଆଇ ଜିତେନ୍ଦ୍ର ରାବରୀଙ୍କ କହିଛନ୍ତି କି ଏହି ଘଟଣାଟି ବେଦ ଗାଁରେ ଘଟିଛି । ଏକ ଅଜଣା ବ୍ୟକ୍ତି ଏକ ଗାଡିରେ ଆସି ଜିତୁ ବନ୍‌ଜାରାଙ୍କୁ ଏକ ପାର୍ସଲ ଦେଇଥିଲା। ପାର୍ସଲ ‌ଖୋଲିବା ବେଳେ ତାଙ୍କ ପାଖରେ ତାଙ୍କର ତିନି ଝିଅ ଥିଲେ। ପାର୍ସଲ୍‌ଟି ଖୋଲିବା କ୍ଷଣି ବ‌ିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ଜିତୁଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ଜଣେ ଝିଅଙ୍କର ମୃତ୍ୟୁ ଘଟିଥିଲା ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। 
ଅଧିକ ପଢ଼ନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
parcel-bomb-blast-leaves-father-daughter-dead | Argus News