Videos
|
National

ପ୍ୟାରିସ ଅଲମ୍ପିକ୍ସ ; କ୍ୱାର୍ଟରରେ ପ୍ରବେଶ କଲେ ଭାରତୀୟ ମହିଳା ତୀରନ୍ଦାଜୀ ଦଳ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ପ୍ୟାରିସ ଅଲମ୍ପିକ୍ସ ; କ୍ୱାର୍ଟରରେ ପ୍ରବେଶ କଲେ ଭାରତୀୟ ମହିଳା ତୀରନ୍ଦାଜୀ ଦଳ

ଅର୍ଗସ ବ୍ୟୁରୋ : ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ମହିଳା ତୀରନ୍ଦାଜୀ ଦଳର କମାଲ ।  କ୍ୱାର୍ଟରରେ ପ୍ରବେଶ କରିଛି ଭାରତୀୟ ମହିଳା ତୀରନ୍ଦାଜୀ ଦଳ । ଆଜିଠାରୁ ବିଧିବଦ୍ଧ ଭାବେ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହେବ। ପ୍ରତିଯୋଗିତାରେ ଭାରତୀୟ ମହିଳା ଟିମ ରାଙ୍କିଙ୍ଗ ରାଉଣ୍ଡରେ ଦମଦାର ପ୍ରଦର୍ଶନ କରି ସିଧା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ରାଙ୍କିଙ୍ଗ ରାଉଣ୍ଡରେ ଭାରତୀୟ ଦଳ ୪ର୍ଥ ସ୍ଥାନରେ ନିଜର ଅଭିଯାନ ଶେଷ କରିଛି।

ଅଧିକ ପଢନ୍ତୁ : ଷ୍ଟାଡିୟମ୍‌ ନୁହେଁ ନଈ ଭିତରେ ଅଲିମ୍ପିକ୍ସ ଉଦଘାଟନ

ଭାରତୀୟ ଦଳରେ ଡେବ୍ୟୁଟାଣ୍ଟ ଅଙ୍କିତା ଭକତ, ଭଜନ କୌର ଓ ଦୀପିକା କୁମାରୀ ମିଳିତ ଭାବେ ୧୯୮୩ ପଏଣ୍ଟ ହାସଲ କରି କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। କୋରିଆ ନୂଆ ଅଲିମ୍ପିକ୍ସ ରେକର୍ଡ ୨୦୪୬ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି। ଚାଇନା ୧୯୯୬ ପଏଣ୍ଟ ସହ ଦ୍ୱିତୀୟ ଓ ମେକ୍ସିକୋ ୧୯୮୬ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Paris Olympics; The Indian women's archery team entered the quarters | Argus News