Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Parliament / କାଲିଠୁ ସଂସଦର ମୌସୁମୀ ଅଧିବେଶନ; ହଙ୍ଗାମା ନକରିବାକୁ ସରକାରଙ୍କ ପକ୍ଷରୁ ଅପିଲ୍

Sushanta Sahoo
Browse all articles by Sushanta Sahoo
·17 hours ago·2 min read
କାଲିଠୁ ସଂସଦର ମୌସୁମୀ ଅଧିବେଶନ; ହଙ୍ଗାମା ନକରିବାକୁ ସରକାରଙ୍କ ପକ୍ଷରୁ ଅପିଲ୍
Government Seeks Cooperation from Opposition

Key Points

ସୋମବାର ଠାରୁ ସଂସଦର ମୌସୁମୀ ଅଧିବେଶନ
ହଙ୍ଗାମା ନକରି ଗୃହକାର୍ଯ୍ୟ ଚଳାଇବାକୁ ସରକାରଙ୍କ ଅପିଲ୍
ନୂଆଦିଲ୍ଲୀ: ସୋମବାର ଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଅଧିବେଶନ ଯେପରି ସୁରୁଖୁରୁରେ ଚାଲିବ ସେଥିପାଇଁ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି ।

ଗୃହରେ ହଙ୍ଗାମା ନକରି ଶୃଙ୍ଖଳିତ ଭାବେ କାର୍ଯ୍ୟ ଚଳାଇବାକୁ ସରକାରଙ୍କ ପକ୍ଷରୁ ସମସ୍ତ ଦଳକୁ ଅପିଲ୍ କରାଯାଇଛି । ଅନ୍ୟପଟେ ବିରୋଧୀମାନେ ବିଭିନ୍ନ ପ୍ରସଙ୍ଗ ଉଠାଇ ଗୃହକୁ ଅଚଳ କରିବାକୁ ରଣନୀତି କରୁଥିବା ବେଳେ 'ହଟ୍ଟଗୋଳ କଲେ ସଂସଦର ମର୍ଯ୍ୟାଦା ହାନି ହେବ' ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି ।

ଏଥିସହ ପଢ଼ନ୍ତୁ: ପୌର ଭୋଟ୍‌ ପୂର୍ବରୁ ଖାଲି ହେଉଛି ବିରୋଧୀଙ୍କ ପକେଟ୍ 

ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ସେସନରେ ୧୯ଟି କାର୍ଯ୍ୟ ଦିବସ ରହିଛି । ଏହାରି ଭିତରେ ଅନେକ ଗୁରୁତ୍ଵପୂର୍ଣ୍ଣ ବିଲ୍ ପାରିତ କରାଇବାକୁ ଚାହୁଁଛନ୍ତି ମୋଦି ସରକାର । ତେଣୁ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ । ଶାସକ ଦଳର ଏହି ଆଭିମୁଖ୍ୟରୁ ସ୍ପଷ୍ଟ ହେଉଛି ଯେ, ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାକୁ ଚାହୁଁଛନ୍ତି ସରକାର ।

ଆଜିର ସର୍ବଦଳୀୟ ବୈଠକକୁ TMCରୁ ବିଦ୍ରୋହ କରି ଅଲଗା ହୋଇଥିବା ସାଂସଦ ଗୋଷ୍ଠୀଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଏମାନେ TMCରୁ ଅଲଗା ହୋଇ ନ୍ୟାସନାଲିଷ୍ଟ ସିଟିଜେନ୍ ପାର୍ଟି ଅଫ୍ ଇଣ୍ଡିଆ ନାଁରେ ଏକ ଅଲଗା ଦଳ ଗଢ଼ିଛନ୍ତି । ହେଲେ ଏହାକୁ ବିରୋଧ କରି ସର୍ବଦଳୀୟ ବୈଠକକୁ ବୟକଟ୍ କରିଥିଲେ ବିରୋଧୀ 'ଇଣ୍ଡି' ମେଣ୍ଟ ।

କିନ୍ତୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ସ୍ପଷ୍ଟ କିରଣ ରିଜିଜୁ କହିଛନ୍ତି, "TMCର ୨୦ ଜଣ ଲୋକସଭା ସାଂସଦ ଏକ ନୂଆ ଦଳ NCPIରେ ସାମିଲ ହୋଇଛନ୍ତି । ସଂସଦରେ ସ୍ୱତନ୍ତ୍ର ଆସନ ବ୍ୟବସ୍ଥା ପାଇଁ ଏମାନେ ବାଚସ୍ପତିଙ୍କୁ ସ୍ୱାକ୍ଷର ସମ୍ବଳିତ ପତ୍ର ଦେଇଛନ୍ତି । ଲୋକସଭା ସମସ୍ତଙ୍କର, ତେଣୁ ସମସ୍ତଙ୍କୁ ଆଲୋଚନା ପାଇଁ ଡାକିବା ସରକାରଙ୍କ କର୍ତ୍ତବ୍ୟ ।"

ମିଳିଥିବା ସୂଚନା ଅନୁସାରେ ବିରୋଧୀ ଦଳଗୁଡ଼ିକ- ସୋନମ ୱାଙ୍ଗଚୁକ୍ ଆନ୍ଦୋଳନ, ରାମ ମନ୍ଦିର ବିବାଦ, ମୁଦ୍ରାସ୍ଫୀତି, ଇଥାନଲ୍ ବ୍ଲେଣ୍ଡିଂ, ବୈଦେଶିକ ନୀତି ଆଦି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ।

ଏଥିସହ ପଢ଼ନ୍ତୁ: କିଏ ଏହି ହରଜିତ ସିଂହ ଗ୍ରେୱାଲ? ଯିଏ ହେଲେ ଜାତୀୟ ସଂଖ୍ୟାଲଘୁ ଆୟୋଗ ଅଧ୍ୟକ୍ଷ 

ହେଲେ ଗତ ଏପ୍ରିଲ ମାସରୁ ଏପର୍ଯ୍ୟନ୍ତ ସଂସଦର ସମୀକରଣ ବଦଳି ଯାଇଛି । ବିରୋଧୀ କ୍ୟାମ୍ପର ପ୍ରାୟ ୩୭ ଜଣ ସାଂସଦ ବିଜେପି ନେତୃତ୍ଵାଧୀନ NDA ମେଣ୍ଟକୁ ସମର୍ଥନ କରିଛନ୍ତି । ଏହାଦ୍ଵାରା ଶାସକ ଦଳର ବଳ ବଢ଼ିଛି ।

ତେବେ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଥିବା ଆଭ୍ୟନ୍ତରୀଣ ମତଭେଦର ଫାଇଦା ନେବାକୁ ସରକାର 'ୱେଟ୍ ଆଣ୍ଡ ୱାଚ୍' ନୀତି ଆପଣାଇଥିବା ଚର୍ଚ୍ଚା ହେଉଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ବର୍ତ୍ତମାନ ପାଇଁ ଲୋକସଭା ଓ ରାଜ୍ୟସଭା ସେକ୍ରେଟେରିଏଟ୍ ପକ୍ଷରୁ ୮ଟି ବିଲ୍‌ର ତାଲିକା ଜାରି କରାଯାଇଛି । ଯଦି ସରକାର କୌଣସି ନୂଆ ବିଲ୍ ଆଣିବାକୁ ଚାହାନ୍ତି, ତେବେ ପ୍ରଥମେ 'ବିଜନେସ୍ ଆଡଭାଇଜରୀ କମିଟି'ରେ ଏହା ଉପରେ ଆଲୋଚନା କରାଯିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Parliament Monsoon Session Begins Monday; Government Urges Smooth Proceedings | Argus News | Argus News