Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Politics / ପୌର ଭୋଟ୍‌ ପୂର୍ବରୁ ଖାଲି ହେଉଛି ବିରୋଧୀଙ୍କ ପକେଟ୍

Sushanta Sahoo
Browse all articles by Sushanta Sahoo
·16 hours ago·2 min read
ପୌର ଭୋଟ୍‌ ପୂର୍ବରୁ ଖାଲି ହେଉଛି ବିରୋଧୀଙ୍କ ପକେଟ୍
BJP Expands Base with Opposition Leaders Joining

Key Points

ଦଳ ଛାଡୁଛନ୍ତି ସହରୀ ନେତା
ପଦ୍ମ ମୁଁହା ଏନଏସିର ଅଧ୍ୟକ୍ଷ, କାଉନସିଲର
ନେତା ଓ କର୍ମୀଙ୍କୁ ଅଟକାଇବାରେ ବିଫଳ ବିଜେଡି-କଂଗ୍ରେସ
ଭୁବନେଶ୍ଵର: ରାଜ୍ୟରେ ପୌର ନିର୍ବାଚନ ପାଇଁ ଏକପ୍ରକାର ବିଗୁଲ୍ ବାଜି ସାରିଥିବା ବେଳେ ଏହା ପୂର୍ବରୁ ବିରୋଧୀ ଶିବିରରେ ବଡ଼ ଧରଣର ଭୂକମ୍ପ ସୃଷ୍ଟି ହୋଇଛି । ପୌର ଭୋଟ୍ ଆସିବା ଆଗରୁ ଖାଲି ହେବାରେ ଲାଗିଛି ବିରୋଧୀଙ୍କ ପକେଟ୍ ।

ଖଡ଼ିଆଳ, ଗୁଣୁପୁର, କଟକ, ଚୌଦ୍ଵାର, ଯୋଡ଼ା ଏବଂ ବେଲପାହାଡ଼ରେ ଦଳ ଡିଆଁ ରାଜନୀତି ସରଗରମ ହୋଇଥିବା ବେଳେ ବିରୋଧୀ ଶିବିରରେ ତେଜିଛି ଅସନ୍ତୋଷ । ଏହି ନେତା ବଦଳ ପ୍ରକ୍ରିୟା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ବିଜେଡି ଓ କଂଗ୍ରେସ ଯୁକ୍ତି ବାଢୁଥିଲେ ସୁଦ୍ଧା ରାଜ୍ୟ ବିଜେପି ସଭାପତିଙ୍କ ବୟାନ ବିରୋଧୀଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି ।

ଏଥିସହ ପଢ଼ନ୍ତୁ: ଏପ୍ରିଲ କିମ୍ବା ମେ'ରେ ପଞ୍ଚାୟତ ଏବଂ ପୌର ନିର୍ବାଚନ, ମାର୍ଚ୍ଚରେ ହେବ ନୋଟିଫିକେସନ୍ 

୧୭ ଜୁଲାଇ
ହାତ ଛାଡ଼ି ପଦ୍ମ ଧରିଲେ ଖଡ଼ିଆଳ ଏନଏସି ଅଧ୍ୟକ୍ଷ ଉଜ୍ୱଳ ଗୁପ୍ତା । ସାଥିରେ ଆହୁରି ୭ କାଉନସିଲର । ସେହିଦିନ ଗୁଣୁପୁର ମ୍ୟୁନସିପାଲଟି ଅଧ୍ୟକ୍ଷ ମମତା ଗୌଡ଼, ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼ଙ୍କ ସହ ୧୦ କାଉନସିଲର ବି ବିଜେପିରେ ସାମିଲ୍ ହୋଇଛନ୍ତି ।

୧୨ ଜୁଲାଇ
ପୂର୍ବତନ ବିଧାୟକ ତଥା ଭେଟେରାନ୍ ନେତା ପ୍ରଭାତ ବିଶ୍ବାଳଙ୍କ ସହ କଟକ ମହାନଗର ଓ ଚୌଦ୍ୱାର ମ୍ୟୁନସିପାଲିଟିର କିଛି କାଉସିଲର ପଦ୍ମ ଧରିଥିଲେ । ସେହିଦିନ ଯୋଡ଼ା ମ୍ୟୁନସିପାଲଟିର ଅଧ୍ୟକ୍ଷ ଜଗଦୀଶ ସାହୁ ଓ ୬ କାଉନସିଲର ମଧ୍ୟ ବିଜେପିରେ ମିଶିଲେ । ସେତିକି ନୁହେଁ ଝାରସୁଗୁଡା ବେଲପାହାଡ଼ର ୧୦ କାଉନସିଲର ବିଜେଡିରୁ ଇସ୍ତଫା ଦେଇଛନ୍ତି । ଚର୍ଚ୍ଚା ହେଉଛି ସମସ୍ତେ ବିଜେପିରେ ମିଶିବେ ।

ପୌର ନିର୍ବାଚନ ପାଇଁ ଏକପ୍ରକାର ବିଗୁଲ୍ ବାଜିଥିବା ବେଳେ ନେତାଙ୍କ ଏଭଳି ଦଳ ଡିଆଁ ବିରୋଧୀ ଶିବିରରେ କମ୍ପନ ସୃଷ୍ଟି କରିଛି । କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କଂଗ୍ରେସ ଓ ବିଜେଡି ଯୁକ୍ତି ବାଢିଛନ୍ତି । ହେଲେ ରାଜ୍ୟ ବିଜେପି ସଭାପତିଙ୍କ ବୟାନ ବଢାଇ ଦେଇଛି ବିରୋଧୀଙ୍କ ଚିନ୍ତା ।

ଏଥିସହ ପଢ଼ନ୍ତୁ: ଝାରସୁଗୁଡ଼ାରେ BJDକୁ ଝଟ୍‌କା; ନିଲମ୍ବନକୁ ବିରୋଧ କରି ଦଳ ଛାଡ଼ିଲେ ୧୦ କାଉନସିଲର୍ 

ଗତ ପୌର ନିର୍ବାଚନରେ କଟକ, ଭୁବନେଶ୍ଵର ଓ ବ୍ରହ୍ମପୁରରେ ମେୟର ଆସନ ବିଜେଡି ଖାତାକୁ ଯିବା ସହ ସର୍ବାଧିକ ୧୧୬ କର୍ପୋରେଟର ଜିତି ପ୍ରଥମ ସ୍ଥାନରେ ଥିଲା ବିଜେଡି । ଅଧିକାଂଶ ମ୍ୟୁନସିପାଲଟି ଓ ଏନଏସି ଅଧ୍ୟକ୍ଷ ଆସନ ବିଜେଡି ଅକ୍ତିଆର କରିଥିଲା ।

ଢେଙ୍କାନାଳ, ଫୁଲବାଣୀ, ଟିଟିଲାଗଡ଼ ଓ ସୋର ଭଳି ଆସନ ପଦ୍ମ ଖାତାକୁ ଯାଇଥିଲା । ତେବେ ସାଧାରଣ ନିର୍ବାଚନରେ ବିଜେପି ସରକାର ଆସିବା ପରେ ଅନେକ କର୍ପୋରେଟର ଏବେ ପଦ୍ମ କ୍ୟାମ୍ପରେ ସାମିଲ୍ ହୋଇଛନ୍ତି । ଏଭଳି ସ୍ଥିତିରେ ଏବେ ବିରୋଧୀଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ନିଜ ଦଳରେ ନିଜ ନେତାଙ୍କୁ ବାନ୍ଧି ରଖିବା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored