Parliament winter session / ସଂସଦର ଶୀତ ଅଧିବେଶନ: ଡିସେମ୍ବର ପହିଲାରୁ ୧୯ ଯାଏ ଚାଲିବ ସେସନ୍

Key Points
ସଂସଦର ଶୀତ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ରବିବାର ଏକ ସର୍ବଦଳୀୟ ବୈଠକ ହୋଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଏଥିଲାଗି ସବୁ ଦଳର ନେତାଙ୍କୁ ଚିଠି ଲେଖିଛନ୍ତି । ରବିବାର ପୂର୍ବାହ୍ନ ୧୧ଟାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ସେଥିରେ ସରକାର ସଂସଦ କାର୍ଯ୍ୟପ୍ରକ୍ରିୟା ସମୟରେ ଯେଉଁ ବିଲ୍ ଗୁଡିକ ସଂପର୍କରେ ଚର୍ଚ୍ଚା କରାଯିବାର ଅଛି ସେଥିନେଇ ବିରୋଧୀ ଦଳର ନେତାଙ୍କୁ ଜଣାଯାଇଛି । ଏଥିସହ ଅଧିବେଶନକୁ ସୂଚାରୂ ରୂପେ ଚଲାଇବା ଲାଗି ବିରୋଧୀ ଦଳଙ୍କର ସହଯୋଗ କାମନା କରାଯାଇଛି ।
ସଂସଦର ଶୀତ ଅଧିବେଶନ ଡିସେମ୍ବର ୧ରୁ ୧୯ ତାରିଖ ଯାଏ ଚାଲିବ । ୧୯ ଦିନର ଅଧିବେଶନରେ ମୋଟ ୧୫ଟି କାର୍ଯ୍ୟଦିବସ ରହିବ । ଏହି ସମୟରେ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିବେ । ସେପଟେ ଶୀତ ଅଧିବେଶନ ପୂର୍ବରୁ ‘ଇଣ୍ଡିଆ’ ବ୍ଲକ୍ର ନେତାମାନେ ମଧ୍ୟ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ଅଫିସ୍ରେ ଏକ ବୈଠକ କରିବେ । ଡିସେମ୍ବର ୧ ଅର୍ଥାତ୍ ସୋମବାର ତାହା ଆୟୋଜିତ ହେବ । ସେଥିରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ ହେବ ।
ସେପଟେ ଓଡ଼ିଶା ବିଧାନସଭା ପାଇଁ ଐତିହାସିକ ମୁହୂର୍ତ୍ତ । ଗୃହକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ କହିଛନ୍ତି, 'ଆପଣଙ୍କ ଗହଣରେ ଉପସ୍ଥିତ ରହି ବହୁତ ଆନନ୍ଦିତ । ପୂର୍ବରୁ ଅନେକ ରାଜ୍ୟର ବିଧାନସଭାକୁ ସମ୍ବୋଧିତ କରିଛି । କିନ୍ତୁ ଓଡ଼ିଶା ବିଧାନସଭାକୁ ସମ୍ବୋଧିତ କରିବା ମୋ ପାଇଁ ନିଶ୍ଚିତ ନିଆରା । ଆଜି ମୁଁ ଯେଉଁଠି ଅଛି ତାହାର ଶ୍ରେୟ ନିଶ୍ଚିତ ଭାବେ ଏହି ଓଡ଼ିଶା ବିଧାନସଭା ଗୃହର । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନଥିଲେ ଏଠି ପହଞ୍ଚି ପାରି ନଥାନ୍ତି' ।
'ଏହି ଓଡ଼ିଶା ବିଧାନସଭା ଗୃହରେ ବିଧାୟିକା ଭାବେ ପ୍ରଶ୍ନ ପଚାରିଛି । ଏହି ଗୃହରେ ମନ୍ତ୍ରୀ ଭାବେ ପ୍ରଶ୍ନର ଉତ୍ତର ଦେଇଛି । ଗ୍ୟାଲେରୀରେ ବସିଥିବା କିଛି ପୂର୍ବତନ ବିଧାୟକଙ୍କ ସହ କାମ କରିଛି । ଆଜି ମୁଁ ସେମାନଙ୍କୁ ପାଖରେ ପାଇ ଅବିଭୂତ। ଏହି କଳିଙ୍ଗ, ଚଣ୍ଡାଶୋକଙ୍କୁ ଧର୍ମାଶୋକ କରିଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories