Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆମାଜନରେ ମିଳୁଛି ପତିତପାବନ ବାନା, ଦର ୨୧୧୯ ଟଙ୍କା

Smruti Parija
Browse all articles by Smruti Parija
·2 years ago·1 min read
ଆମାଜନରେ ମିଳୁଛି ପତିତପାବନ ବାନା, ଦର ୨୧୧୯ ଟଙ୍କା

ପୁରୀ: ଆମାଜନ ଆପ୍ ରେ ଶ୍ରୀଜଗନ୍ନାଥଙ୍କ ପତିତପାବନ ବାନା ବିକ୍ରିର ପୋଷ୍ଟିଂ ରହିଛି । ପତିତପାବନ ବାନା ବିକ୍ରି କରିବାର ଅଧିକାର କେବଳ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଓ ଚୂନରା ସେବକଙ୍କର ରହିଥାଏ । କିଭଳି ଭାବରେ ଆମାଜନରେ ପତିତପାବନ ବାନା ବିକ୍ରି କରାଯାଉଛି ତାକୁ ନେଇ ଉଠିଛି ପ୍ରଶ୍ନ । 

ଗୋଟିଏ ୧୪ ହାତିଆ ବାନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ୩୦୦ଟଙ୍କା ନେଉଥିବା ବେଳେ ଆମାଜନରେ ପତିତପାବନ ୨୧୧୯ ଟଙ୍କା ରହିଛି । ପୁଣି ୩୧ ପ୍ରତିଶତ ଡିସକାଉଣ୍ଟ କରାଯାଇଥିବା ପୋଷ୍ଟିଂ କରାଯାଇଛି । ଆମାଜନ ଆପରେ ଜଗନ୍ନାଥ ଫ୍ଳାଗ୍ ଲେଖିଲେ ପତିତପାବନ ବାନା ଓ ଶ୍ରୀଜଗନ୍ନାଥ ମନ୍ଦିରର ଫଟୋ ଦେଖାଯାଉଛି ।

ପୂର୍ବରୁ ଆମାଜନରେ ନିର୍ମାଲ୍ୟ ବିକ୍ରି ହେଉଥିବାର ଖବର ସାମନାକୁ ଆସିଥିଲା । ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ତେବେ ବାରମ୍ବାର ଏଭଳି ଘଟଣାକୁ ନିନ୍ଦା କରାଯାଉଥିବା ସହ ବିନା ଅନୁମତିରେ ଆମାଜନ କିପରି ବିକ୍ରି କରୁଛି ତାକୁ ନେଇ ଉଠୁଛି ପ୍ରଶ୍ନ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
patita-pabana-bana-available-in-amazon- | Argus News