Shocking Brain Surgery / ପବନ କଲ୍ୟାଣଙ୍କ ଏମିତି ଫ୍ୟାନ…ଫିଲ୍ମ ଦେଖୁଥିବା ସମୟରେ ମହିଳାଙ୍କର ହେଲା ମସ୍ତିଷ୍କ ଅସ୍ତ୍ରୋପଚାର
·1 hour ago·2 min read

Key Points
ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି
ଯାହା ଶୁଣିଲେ ଆପଣ ନିହାତି ଆଶ୍ଚର୍ଯ୍ୟ ହେବେ
ଯାହା ଶୁଣିଲେ ଆପଣ ନିହାତି ଆଶ୍ଚର୍ଯ୍ୟ ହେବେ
ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯାହା ଶୁଣିଲେ ଆପଣ ନିହାତି ଆଶ୍ଚର୍ଯ୍ୟ ହେବେ। କାରଣ ଜଣେ ମହିଳାଙ୍କର ଯେତେବେଳେ କ୍ରିଟିକାଲ ଅପରେସନ ଚାଲିଥିଲା ସେ କହିଥିଲେ ଯେ, ମୁଁ ମୋ ପ୍ରିୟ ଷ୍ଟାରଙ୍କର ମୁଭି ଦେଖିବି। ସେ ହେଲେ ସାଉଥର ଷ୍ଟାର ପବନ କଲ୍ୟାଣ। ଣେ 45 ବର୍ଷୀୟ ମହିଳା ବ୍ରେନ ଅପରେସନ ସମୟରେ କେବଳ ଚେତାଶୂନ୍ୟ ରହିନଥିଲେ ବରଂ ତାଙ୍କର ପ୍ରିୟ ଅଭିନେତା ପବନ କଲ୍ୟାଣଙ୍କ ଫିଲ୍ମ "OG" ମଧ୍ୟ ଦେଖୁଥିଲେ।
ଏହି ବିରଳ ଅସ୍ତ୍ରୋପଚାର ଭାଡଲାମୁଡି ଗାଁର ଡିଭିସି ହସ୍ପିଟାଲ ଏବଂ ରିସର୍ଚ୍ଚ ସେଣ୍ଟରରେ କରାଯାଇଥିଲା। ଡାକ୍ତରମାନେ ମହିଳାଙ୍କ ମସ୍ତିଷ୍କରୁ ଟ୍ୟୁମରକୁ ସଫଳତାର ସହ ବାହାର କରିଥିଲେ ଯେତେବେଳେ ଏହି ଅପରେସନ ହୋଇଥିଲା ସେ ଡାକ୍ତରଙ୍କ ସହ କଥା ହେଉଥିଲେ।
ଏହାସହ ପଢ଼ନ୍ତୁ: ଦିଲ୍ଲୀ ବିମାନବନ୍ଦରରେ ପ୍ରକୃତିର ତାଣ୍ଡବ; ପବନରେ ଉଡ଼ିଗଲା ଲୁହା ଷ୍ଟାଣ୍ଡ୍
କୋଟେଶ୍ୱରମ୍ମା ନାମ୍ନୀ ଏହି ମହିଳା ବାରମ୍ବାର ଅଚେତ୍ ହେବା ଯୋଗୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏମ୍ଆରଆଇ ସ୍କାନ୍ରୁ ଜଣାପଡ଼ିଲା ତାଙ୍କ ମସ୍ତିଷ୍କରେ ଏକ ଟ୍ୟୁମର ଅଛି, ଯାହା ଶରୀରର ଗତିବିଧି ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ନାୟବିକ କାର୍ଯ୍ୟକୁ ନିୟନ୍ତ୍ରିତ କରୁଥିବା ମସ୍ତିଷ୍କର ଅତି ସମ୍ବେଦନଶୀଳ ଅଂଶ ନିକଟରେ ଥିଲା । ଏହାର ଜଟିଳ ସ୍ଥିତିକୁ ଦେଖି ଡାକ୍ତର ଜାଗ୍ରତ ଅବସ୍ଥାରେ ମହିଳାଙ୍କର ସ୍ୱତନ୍ତ୍ର ସର୍ଜରି କରିବାକୁ ନିଷ୍ପତ୍ତି ନେଲେ।
ଏଥିରେ ରୋଗୀକୁ ସମ୍ପୂର୍ଣ୍ଣ ଅଚେତ୍ କରାଯାଏ ନାହିଁ, ଯାହା ଦ୍ୱାରା ଡାକ୍ତର ଅପରେସନ୍ ସମୟରେ ମସ୍ତିଷ୍କ ଗତିବିଧି ଉପରେ ନଜର ରଖିପାରନ୍ତି ଏବଂ କୌଣସି ଗମ୍ଭୀର ବିପଦର ଆଶଙ୍କା ଦୂର ହୋଇପାରେ । ଅପରେସନ୍ ସମୟରେ ଡାକ୍ତର ଜାଣିବାକୁ ପାଇଲେ ଯେ କୋଟେଶ୍ୱରମ୍ମା ଅଭିନେତା ଓ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣଙ୍କର ଜଣେ ବଡ଼ ପ୍ରଶଂସକ । ତାଙ୍କୁ ଶାନ୍ତ ଓ ସହଜ ସ୍ଥିତିରେ ରଖିବା ପାଇଁ ସେମାନେ ସର୍ଜରି ସମୟରେ ତାଙ୍କ ପସନ୍ଦର ଫିଲ୍ମ ‘ଓଜି’ ଦେଖାଇଲେ । ଫିଲ୍ମ ଦେଖିବା ସମୟରେ କୋଟେଶ୍ୱରମ୍ମା ଲଗାତାର ଡାକ୍ତରଙ୍କ ପ୍ରଶ୍ନର ଉତ୍ତର ଦେଉଥିଲେ । ବେଳେବେଳେ ହାତ-ଗୋଡ଼ ହଲାଇବାକୁ ଏବଂ ସାଧାରଣ ନିର୍ଦ୍ଦେଶ ପାଳନ କରିବାକୁ ଡାକ୍ତର ତାଙ୍କୁ କହୁଥିଲେ । ଏହି ମାମଲା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories