Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦିଲ୍ଲୀ ବିମାନବନ୍ଦରରେ ପ୍ରକୃତିର ତାଣ୍ଡବ; ପବନରେ ଉଡ଼ିଗଲା ଲୁହା ଷ୍ଟାଣ୍ଡ୍

National

Delhi Airport Storm / ଦିଲ୍ଲୀ ବିମାନବନ୍ଦରରେ ପ୍ରକୃତିର ତାଣ୍ଡବ; ପବନରେ ଉଡ଼ିଗଲା ଲୁହା ଷ୍ଟାଣ୍ଡ୍

Subhramjit Ray
Browse all articles by Subhramjit Ray
·1 hour ago·3 min read
ଦିଲ୍ଲୀ ବିମାନବନ୍ଦରରେ ପ୍ରକୃତିର ତାଣ୍ଡବ; ପବନରେ ଉଡ଼ିଗଲା ଲୁହା ଷ୍ଟାଣ୍ଡ୍
Delhi Airport Storm

Key Points

ଗତକାଲି ସନ୍ଧ୍ୟାରେ ହୋଇଥିବା ବର୍ଷା ପବନରେ କମ୍ପି ଉଠିଛି ଦିଲ୍ଲୀ ବିମାନ ବନ୍ଦର। ପ୍ରକୃତିର ତାଣ୍ଡବ ଯୋଗୁଁ ଏଠାରେ ବ୍ୟପକ କ୍ଷୟକ୍ଷତି ହୋଇଥିବାର ଖବର ଆସିଛି।
Delhi Airport Terminal 2 flight incident: ଗତକାଲି ସନ୍ଧ୍ୟାରେ (ଜୁନ୍ ୭) ଦିଲ୍ଲୀ ବିମାନବନ୍ଦରରେ ଦେଖିବାକୁ ମିଳିଛି ପ୍ରକୃତିର ତାଣ୍ଡବ।
ହଠାତ୍ ଝଡ଼ ଏବଂ ବର୍ଷା ଯୋଗୁଁ ବିମାନବନ୍ଦରର ୨ ନମ୍ବର ଟର୍ମିନାଲ ଠାରେ ଲୁହା ଷ୍ଟାଣ୍ଡ୍ ପବନରେ ଉଡ଼ି ଯାଇ ୩ ଏୟାର ଇଣ୍ଡିଆ ବିମାନରେ ପିଚି ହୋଇ ଯାଇଥିଲା। ଏହି ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଗ୍ରାଉଣ୍ଡ ସପୋର୍ଟ ଉପକରଣକୁ ପବନ ଠେଲି ନେଉଛି। ଯାହା ପାଖରେ ଛିଡା ହୋଇଥିବା ବିମାନ ରହ ପିଟି ହେଉଛି।

୩ ବିମାନ ସହ ପିଟିହେଲା ଗ୍ରାଉଣ୍ଡ ସପୋର୍ଟ ଉପକରଣ
ବିମାନବନ୍ଦରର ସୂତ୍ର ଅନୁଯାୟୀ ରବିବାର ଅପରାହ୍ନ ପ୍ରାୟ ୪:୪୦ ସମୟରେ ପ୍ରବଳ ପବନ ବହିଥିଲା। ଏହି ସମୟରେ ଏକ ଷ୍ଟେପ୍ ଲ୍ୟାଡ଼ର୍ (Stepladder), ଏକ ଟ୍ରେସ୍ଟଲ୍ (Trestle) ଅର୍ଥାତ ମେଣ୍ଟେନାନ୍ସ ପ୍ଲାଟଫର୍ମ (Maintenance Platform) ପବନ ଯୋଗୁଁ ସେମାନଙ୍କୁ ରଖା ଯାଇଥିବା ସ୍ଥାନରୁ ଖସିଯାଇ ପାଖରେ ଛିଡା଼ ହୋଇଥିବା ତିନୋଟି ଏୟାର ଇଣ୍ଡିଆ ବିମାନ ସହିତ ଧକ୍କା ହୋଇଥିଲା। ଏହି ଘଟଣା ପରେ ତୁରନ୍ତ ସେହି ବିମାନକୁ ଯାଞ୍ଚ ଏବଂ ମରାମତି ପାଇଁ ଗ୍ରାଉଣ୍ଡ କରାଯାଇଥିଲା। ଏନେଇ କୁହାଯାଉଛି ଗୋଟିଏ ବିମାନ ଏହା ଦ୍ୱାରା ବହୁତ କ୍ଷତିଗ୍ରସ୍ତ ହୋଇଛି। ଏହାର ମରାମତି ପାଇଁ ଆହୁରି କିଛି ଦିନ ଲାଗିପାରେ। ହେଲେ ତଥାପି ଏହି ସପ୍ତାହ ମଧ୍ୟରେ ବାକି ଦୁଇଟି ବିମାନ ପୁନର୍ବାର ଉଡ଼ାଣ ଆରମ୍ଭ କରିପାରନ୍ତି।

ଏହା ସହ ପଢନ୍ତୁ: ଦିଲ୍ଲୀ ବିମାନବନ୍ଦରରେ ଲାଗିଲା 'ସ୍କାଏକାଷ୍ଟ ସିଷ୍ଟମ'; ଜାଣନ୍ତୁ ଏହାର ବିଶେଷତ୍ୱ

DGCA ପକ୍ଷରୁ ତଦନ୍ତ ଆରମ୍ଭ
ଏହି ଘଟଣା ସାମ୍ନାକୁ ଆସିବା ପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଦିଲ୍ଲୀ ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନର ହୋଇଥିବା କ୍ଷତିର ତଦନ୍ତ ଆରମ୍ଭ କରିଛି। ଜୁନ୍ ୭ ତାରିଖ ରବିବାର ଅପରାହ୍ନ ପ୍ରାୟ ୪:୩୦ ସମୟରେ, ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ ୨ ଠାରେ ପାର୍କିଂ ହୋଇଥିବା ତିନୋଟି ଏୟାର ଇଣ୍ଡିଆ A320 ବିମାନ ଖରାପ ପାଗ ଏବଂ ପ୍ରବଳ ପବନ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିଲା। ପ୍ରବଳ ପବନ ଯୋଗୁଁ ଗ୍ରାଉଣ୍ଡ ସପୋର୍ଟ ଉପକରଣ ଭାଙ୍ଗି ଯାଇଥିଲା। ଯାହା ଦୁଇଟି ପୃଥକ ବିମାନକୁ ଧକ୍କା ଦେଇଥିଲା। ଏନେଇ ଡିଜିସିଏ (DGCA) ପକ୍ଷରୁ କୁହାଯାଇଛି ଯେ ଗ୍ରାଉଣ୍ଡ ସପୋର୍ଟ ଉପକରଣ ଧକ୍କା ହେବା ଯୋଗୁଁ ଉଭୟ ବିମାନର ବିଭିନ୍ନ ଅଂଶ କ୍ଷତିଗ୍ରସ୍ତ ହୋଇଛି। ଅନ୍ୟ ଏକ ବିମାନର ଡାହାଣ ଭାଗରେ ରହିଥିବା ସ୍ଲାଇଡିଂ ୱିଣ୍ଡୋ (Sliding Window) ଉଡ଼ୁଥିବା ଭଗ୍ନାବଶେଷ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣାରେ ପ୍ରଭାବିତ ସମସ୍ତ ତିନୋଟି ବିମାନକୁ ଯାଞ୍ଚ ଏବଂ ମରାମତି ପାଇଁ ଗ୍ରାଉଣ୍ଡ କରାଯାଇଛି ଏବଂ ଏହାର ତଦନ୍ତ କରାଯାଉଛି।


ଘଟଣା ପରେ ଉଠିବାରେ ଲାଗିଛି ପ୍ରଶ୍ନ
ଏହି ଘଟଣା ସାମ୍ନାକୁ ଆସିବା ପରେ, ଝଡ଼ ପୂର୍ବରୁ କାହିଁକି କୌଣସି ପାଣିପାଗ ଜନିତ ସତର୍କତା ଜାରି କରାଯାଇ ନଥିଲା ସେ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ହେଲେ ତଥାପି ଏପରି ଖରାପ ପାଗ ସମ୍ପର୍କରେ ଆଗୁଆ ଖବର ଆସି ଯାଇଥାଏ। ଯାହା ବିମାନବନ୍ଦରରେ ରହିଥିବା ଷ୍ଟେପ୍ ଲ୍ୟାଡ଼ର୍, ଟ୍ରେସ୍ଟଲ୍ ଏବଂ ଅନ୍ୟାନ୍ୟ ଉପକରଣକୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆ ଯାଇଥାଏ। ଯାହା ଦ୍ୱାରା ପ୍ରବଳ ପବନରେ ଏପରି ଉପକରଣ ଦ୍ୱାରା ବିମାନ କ୍ଷତିଗ୍ରସ୍ତ ହେବାରୁ ରକ୍ଷା ପାଇ ଯାଇଥାଏ। ହେଲେ ତଥାପି ଏପରି ଘଟଣା ବିମାନବନ୍ଦରର ପାଣିପାଗ ପୂର୍ବାନୁମାନ ପ୍ରଣାଳୀ ଏବଂ ଭୂମିଗତ ପରିଚାଳନା ଉପକରଣର (Airport Ground Handling Equipment) ସୁରକ୍ଷା ଉପରେ ପୁଣି ଥରେ ପ୍ରଶ୍ନ ଉଠାଇଛି।

ଏହା ଉଲ୍ଲେଖ ଯୋଗ୍ୟ ବିଗତ କିଛି ମାସ ଧରି ଏୟାର ଇଣ୍ଡିଆ ବିମାନ ଏପରି ଅସ୍ୱାଭାବିକ ଦୁର୍ଘଟଣାର ସାମ୍ନା କରୁଛନ୍ତି। ଗତ ଜାନୁଆରୀ ମାସରେ, ଦିଲ୍ଲୀ ବିମାନବନ୍ଦରରେ ଘନ କୁହୁଡ଼ିରେ ଟ୍ୟାକ୍ସି କରୁଥିବା ସମୟରେ ଏକ ଅସୁରକ୍ଷିତ ଲଗେଜ କଣ୍ଟେନର ଏହାର ଇଞ୍ଜିନରେ ପ୍ରବେଶ କରିବାରୁ ଏକ ନୂତନ ଏୟାର ଇଣ୍ଡିଆ ଏୟାରବସ୍ A350 ବିମାନ କ୍ଷତିଗ୍ରସ୍ତ ହୋଇଥିଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Delhi Airport Storm: Air India Planes Damaged by Flying Ground Equipment | Argus News