Videos
|
National

Three Marriages at 55 / ୫୫ ବର୍ଷରେ ୩ ବିବାହ, ଟ୍ରୋଲ ହେଲେ ଏହି ସୁପରଷ୍ଟାର୍

Bikash Mohanty
Browse all articles by Bikash Mohanty
·1 hour ago·2 min read
୫୫ ବର୍ଷରେ ୩ ବିବାହ, ଟ୍ରୋଲ ହେଲେ ଏହି ସୁପରଷ୍ଟାର୍
Pawan Kalyan

Key Points

୫୫ ବର୍ଷରେ ୩ ବିବାହ, ଟ୍ରୋଲ ହେଲେ ପବନ କଳ୍ୟାଣ
ଏବେ ତାଙ୍କ ତୃତୀୟ ବିବାହ ମଧ୍ୟ ଭାଙ୍ଗିଥିବା ଖବର ସାମ୍ନାକୁ ଆସିଛି
ସୁପରଷ୍ଟାର ତଥା ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ

ହାଇଦ୍ରାବାଦ୍‍୧୧/୧୧: ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ତଥା ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚା। ତିନି ତିନିଟି ବିବାହ ଏବଂ ବୈବାହିକ ଜୀବନକୁ ନେଇ ଅନେକ ଥର ଟ୍ରୋଲ୍ ହୋଇଛନ୍ତି ଏହି ଅଭିନେତା। ଏବେ ତାଙ୍କ ତୃତୀୟ ବିବାହ ମଧ୍ୟ ଶେଷ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି। ପତ୍ନୀ ଆନ୍ନା ଲେଝନେଭାଙ୍କଠାରୁ ଅଲଗା ହେବା ନେଇ ଚର୍ଚ୍ଚା ମଧ୍ୟରେ ୨୦୨୩ ମସିହାରେ ତିନୋଟି ବିବାହକୁ ନେଇ ପବନ ଦେଇଥିବା ବୟାନ ପୁଣି ଚର୍ଚ୍ଚାକୁ ଆସିଛି।

ତିନି ବିବାହକୁ ନେଇ କ'ଣ କହିଲେ ପବନ?

୨୦୨୩ ମସିହାରେ ନନ୍ଦମୁରୀ ବାଳକୃଷ୍ଣଙ୍କ ଲୋକପ୍ରିୟ ଚାଟ୍ ଶୋ' 'ଅନଷ୍ଟପେବଲ୍ ୱିଥ୍ NBK 2'ରେ ନିଜ ବୈବାହିକ ଜୀବନକୁ ନେଇ ଖୋଲାଖୋଲି ମତ ରଖିଥିଲେ ପବନ କଲ୍ୟାଣ। ତିନିଥର ବିବାହ କରିଥିବା କଥାକୁ ସ୍ୱୀକାର କରିବା ସହ ଏହା ପଛର କାରଣ ମଧ୍ୟ କହିଥିଲେ। ପବନ କହିଥିଲେ, "ମୁଁ ତିନିଥର ବିବାହ କରିଛି। କିନ୍ତୁ ଏକାସାଙ୍ଗରେ ତିନି ଜଣଙ୍କୁ ବିବାହ କରିନାହିଁ। ପୂର୍ବ ସମ୍ପର୍କ ସଫଳ ନହେବାରୁ ମୋତେ ପୁଣି ବିବାହ କରିବାକୁ ପଡ଼ିଥିଲା। ଏହା ମୋର ଇଚ୍ଛା କିମ୍ବା ଆକର୍ଷଣ ପାଇଁ ହୋଇନଥିଲା। ପରିସ୍ଥିତି ଏପରି ଥିଲା। ଏଥିରୁ ମୁଁ କେବଳ ଯନ୍ତ୍ରଣା ପାଇଛି।"

ପଢନ୍ତୁ ଏହି ଖବର: ପାୟଲଙ୍କ ଜୀବନରେ ଏମିତି କ’ଣ ଘଟିଥିଲା? ମଦ ନିଶାରେ ବୁଡ଼ିଥିଲେ ଅଭିନେତ୍ରୀ!

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୧୩ ବର୍ଷର ବୈବାହିକ ଜୀବନରେ ପଡ଼ିଲା ପୂର୍ଣ୍ଣଚ୍ଛେଦ!

ପବନ କଲ୍ୟାଣ ଏବଂ ଆନ୍ନା ଲେଝନେଭାଙ୍କ ବିବାହ ୨୦୧୩ ମସିହାରେ ହୋଇଥିଲା। ପ୍ରାୟ ୧୩ ବର୍ଷର ବୈବାହିକ ଜୀବନ ପରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିବା ନେଇ ଚର୍ଚ୍ଚା ହେଉଛି। ଏହି ଖବର ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ଦୁହେଁ ଏକାଠି ନିଜ ପିଲାମାନଙ୍କ ଦାୟିତ୍ୱ ତୁଲାଇବେ ବୋଲି ଏକ ମିଳିତ ବିବୃତ୍ତିରେ କୁହାଯାଇଥିବା ଦାବି କରାଯାଉଛି।

ତିନିଟି ବିବାହ, ତିନୋଟି ଅଧ୍ୟାୟ!


ପବନ କଲ୍ୟାଣଙ୍କ ପ୍ରଥମ ବିବାହ ୧୯୯୭ ମସିହାରେ ନନ୍ଦିନୀଙ୍କ ସହ ହୋଇଥିଲା। ପରେ ୨୦୦୮ରେ ରେଣୁ ଦେଶାଇଙ୍କୁ ବିବାହ କରିଥିଲେ। ଏହି ସମ୍ପର୍କ ମଧ୍ୟ ଦୀର୍ଘସ୍ଥାୟୀ ହୋଇନଥିଲା। ଏହାପରେ ୨୦୧୩ରେ ଆନ୍ନା ଲେଝନେଭାଙ୍କ ହାତ ଧରିଥିଲେ। ଅଭିନୟରୁ ରାଜନୀତି ପର୍ଯ୍ୟନ୍ତ ନିଜର ଦବଦବା ଜାହିର କରିଥିବା ପବନ କଲ୍ୟାଣଙ୍କ ବ୍ୟକ୍ତିଗତ ଜୀବନ ଏବେ ପୁଣି ଚର୍ଚ୍ଚାରେ।