Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଉପମୁଖ୍ୟମନ୍ତ୍ରୀ ହେବାପରେ ୧୧ ଦିନ ଉପବାସ ରହିବେ ପଓ୍ବନ କଲ୍ୟାଣ

Ritu Das
Browse all articles by Ritu Das
·2 years ago
ଉପମୁଖ୍ୟମନ୍ତ୍ରୀ ହେବାପରେ ୧୧ ଦିନ ଉପବାସ ରହିବେ ପଓ୍ବନ କଲ୍ୟାଣ

ଅର୍ଗସ ବ୍ୟୁରୋ: ଆନ୍ଧ୍ରପ୍ରଦେଶର ଉପମୁଖମନ୍ତ୍ରୀ ତଥା ଜନସେନା ମୁଖ୍ୟ ପଓ୍ବନ କଲ୍ୟାଣ ବିଜୟ ପରେ ଆଜିଠୁ ଉପବାସ ଆରମ୍ଭ କରିଛନ୍ତି। ପଓ୍ବନ କଲ୍ୟାଣ ବରାହୀ ଉମ୍ମାଓ୍ବରୀ ଦିକ୍ଷା ପାଇଁ ଅମରାବତୀ ଯାଇଛନ୍ତି। ଡେପୁଟି ସିଏମ ପଓ୍ବନ କଲ୍ୟାଣ ୧୧ଦିନ ପାଇଁ ବରାହୀ ଉମାଓ୍ବରୀ ଦୀକ୍ଷା ନେଇଛନ୍ତି। ଅର୍ଥାତ ଏହି ଉପବାସ ସମୟରେ ସେ କେବଳ କ୍ଷୀର, ଫଳ ଏବଂ ତରଳ ଖାଦ୍ୟ ଖାଇବେ। 

ବାସ୍ତବରେ ନିର୍ବାଚନରେ ବିପୁଳ ବିଜୟ ପରେ ପଓ୍ବନ କଲ୍ୟାଣ ମାତା ଦାବୀଙ୍କୁ ଧନ୍ୟବାଦ ଦେବାପାଇଁ ଏଠାକୁ ଆସିଛନ୍ତି। ପଓ୍ବନ ଗତବର୍ଷ ଜୁନରେ ବରାହୀ ବିଜୟ ଯାତ୍ରା ମଧ୍ୟ କରିଥିଲେ। ଏହି ଅବସରରେ ସେ ବରାହୀ ଦେବୀଙ୍କୁ ପୂଜା କରିଥିଲେ ଏବଂ ଦୀକ୍ଷା ନେଇଥିଲେ। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored