Bhojpuri Politics / ଖେସାରୀଙ୍କ ସାହାଯ୍ୟ ଲୋଡିଲେ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପବନ ସିଂଙ୍କ ପତ୍ନୀ ଜ୍ୟୋତି
·8 months ago·2 min read

Key Points
କିଛି ଦିନ ହେଲା ଭୋଜପୁରୀର ଲୋକପ୍ରିୟ ଅଭିନେତା ପବନ ସିଂଙ୍କ ପତ୍ନୀ ଜ୍ୟୋତି ସିଂ ବେଶ ଚର୍ଚ୍ଚାରେ ଅଛନ୍ତି। ଜ୍ୟୋତି ବିହାର ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି।
କିଛି ଦିନ ହେଲା ଭୋଜପୁରୀର ଲୋକପ୍ରିୟ ଅଭିନେତା ପବନ ସିଂଙ୍କ ପତ୍ନୀ ଜ୍ୟୋତି ସିଂ ବେଶ ଚର୍ଚ୍ଚାରେ ଅଛନ୍ତି। ଜ୍ୟୋତି ବିହାର ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି। ନିର୍ବାଚନ ପୂର୍ବରୁ ସେ ଘର ଘର ଯାଇ ଭୋଟ ଭିକ୍ଷା କରୁଛନ୍ତି। ଏଥିରେ ସେ ତାଙ୍କ ସ୍ବାମୀ ପବନ ସିଂଙ୍କ ସାହାଯ୍ୟ ଲୋଡ଼ିଛନ୍ତି। ବାରମ୍ବାର ସାହାଯ୍ୟ ଲୋଡ଼ିଥିଲେ ଉଭୟଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଥିବାରୁ ପବନ ତାଙ୍କୁ କୌଣସି ସାହାଯ୍ୟ କରି ନାହାନ୍ତି। ଏଥିରେ ନିରାଶ ହୋଇ ସେ ଖେସାରୀ ଲାଲଙ୍କୁ ସାହାଯ୍ୟ କରିବାକୁ ନିବେଦଦନ କରିଛନ୍ତି।
ଖେସାରୀ ଭାଇ ମୋ ପାଇଁ ପ୍ରଚାର କର। କାରାକାଟ ଆସନରୁ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭୋଜପୁରୀ ସୁପରଷ୍ଟାର ପବନ ସିଂଙ୍କ ପତ୍ନୀ ଜ୍ୟୋତି ସିଂହ ଏଭଳି ନିବେଦନ କରିଛନ୍ତି। ସୁପରଷ୍ଟାର ଖେସାରୀ ଲାଲ ଯାଦବ ଏବେ ରାଷ୍ଟ୍ରିୟ ଜନତା ଦଳ (ଆରଜେଡି)ଟିକେଟରେ ନିର୍ବାଚନ ଲଢ଼ୁଛନ୍ତି। ପବନ ଓ ଜ୍ୟୋତିଙ୍କ ମଧ୍ୟରେ ବ୍ୟକ୍ତିଗତ ବିବାଦ ଚାଲିଥିବା ବେଳେ ଖେସାରୀ ଜ୍ୟୋତିଙ୍କୁ ସମର୍ଥନ କରିଥିଲେ। ଏବେ ନିର୍ବାଚନ ଲଢ଼ିବାରେ ମଧ୍ୟ ଖେସରୀ ତାଙ୍କୁ ସମର୍ଥନ କରନ୍ତୁ ବୋଲି କହିଛନ୍ତି ଜ୍ୟୋତି।
ଏହାସହ ପଢ଼ନ୍ତୁ : ଫୁଲ ଦମ୍ରେ ପ୍ରଚାର ମୈଦାନରେ BJP, ଆଗକୁ ବଢ଼ିପାରୁନି ମହାଗଠବନ୍ଧନ !
ପବନ ବି ମୋ ପାଇଁ ପ୍ରଚାର କରନ୍ତୁ ବୋଲି ଚାହେଁ
କାରାକାଟ ଆସନରୁ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜ୍ୟୋତି ନିର୍ବାଚନ ପୂର୍ବରୁ ଘରକୁ ଘର ଯାଇ ଭୋଟ୍ ମାଗୁଛନ୍ତି। ଏହି ସମୟରେ ନିର୍ବାଚନରେ ପବନ ସିଂ ତାଙ୍କ ପାଇଁ ପ୍ରଚାର କରିବାକୁ ଆସିବେ କି ନାହିଁ ବୋଲି ଜ୍ୟୋତି ସିଂଙ୍କୁ ପଚରାଯାଇଥିଲା। ଉତ୍ତର ଦେଇ ସେ କହିଥିଲେ ଯେ, "ଦେଖ, ମୁଁ ଏହା ଉପରେ କିଛି କହି ପାରିବି ନାହିଁ। ଯେତେବେଳେ ତାଙ୍କ ସହିତ ମୋର କୌଣସି ସମ୍ପର୍କ ନାହିଁ, ମୁଁ ଏହା ଉପରେ କ’ଣ ଉତ୍ତର ଦେବି? ମୁଁ ତାଙ୍କ ପାଇଁ ପ୍ରଚାର କରିଥିଲି। କିନ୍ତୁ ବର୍ତ୍ତମାନ ତାଙ୍କ ସହିତ ମୋର କୌଣସି ସମ୍ପର୍କ ନାହିଁ। ତେଣୁ ମୁଁ ନିଜେ ଜାଣି ନାହିଁ ଯେ, ସେ ମୋତେ ସମର୍ଥନ କରିବେ କି ନାହିଁ। ଯେହେତୁ ମୁଁ ତାଙ୍କ ପାଇଁ ପ୍ରଚାର କରିଥିଲି, ସେ ବି କରନ୍ତୁ ବୋଲି ମୁଁ ଚାହୁଁଛି। କିନ୍ତୁ ମୁଁ ବର୍ତ୍ତମାନ ଏହି ବିଷୟରେ ମୁଁ କିଛି କହିପାରିବି ନାହିଁ।"
ଏହାସହ ପଢ଼ନ୍ତୁ : ଆଜି ବିହାରରେ ପ୍ରଚାର ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ମୋଦି
ଖେସାରୀଙ୍କ ସମର୍ଥନ ଆଶା କରୁଛନ୍ତି କି ବୋଲି ପ୍ରଶ୍ନ କରାଯିବାରୁ ସେ କହିଥିଲେ, "ମୁଁ ଖେସାରୀ ଭାଇଙ୍କ ସହ ଫୋନରେ କଥା ହୋଇଥିଲି। ସେ ମୋତେ କହିଥିଲେ ଯେ, ଭାଉଜ, ତୁମେ ଯେଉଁଠି ଦରକାର, ମୋତେ କହିପାରିବ। ମୁଁ ଆସିବି। ଗୋଟିଏ ଦିନ ସମୟ ବାହାର କରି ମୋ ପ୍ରଚାର ଅଭିଯାନକୁ ଆସିବାକୁ ମୁଁ ଖେସାରୀ ଭାଇଙ୍କୁ ଅନୁରୋଧ କରିବି।"
ପ୍ରଚାରର ଗୋଟିଏ ଦିନ ପୂର୍ବରୁ ଜ୍ୟୋତି ସିଂ ଇନଷ୍ଟାରେ ଏକ ପୋଷ୍ଟ କରିଥିଲେ। ସେ ନିଜ ବ୍ୟାଙ୍କ ଆକାଉଣ୍ଟର ଡିଟେଲ ଶେୟାର କରିଥିଲେ। ଯେଉଁଥିରେ ସେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଉଲ୍ଲେଖ କରିଥିଲେ। ସେ ଲେଖିଥିଲେ ଯେ, "ନିର୍ବାଚନ ପ୍ରଚାର ପାଇଁ ତାଙ୍କ ପାଖରେ ସେତିକି ଅର୍ଥ ନାହିଁ।" କିନ୍ତୁ କିଛି ଘଣ୍ଟା ମଧ୍ୟରେ ସେ ସେହି ପୋଷ୍ଟକୁ ଡିଲିଟ କରିଦେଇଥିଲେ। ଏବେ ଖେସାରୀ ଲାଲ ଯାଦବ, ପବନ ସିଂଙ୍କ ବିପକ୍ଷରେ ଯାଇ ଜ୍ୟୋତିଙ୍କ ପାଇଁ ପ୍ରଚାର କରିବାକୁ କାରାକାଟ ଯାଉଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories