Videos
|
National

bold image and controversies / ବୋଲ୍ଡନେସ୍‌ରେ ମତୁଆଲା କରନ୍ତି ପୁନମ, ତାଙ୍କ ଗ୍ଲାମରସ୍ ଅନ୍ଦାଜ ପଛରେ ଲୁଚିଛି ଏହି କାହାଣୀ!

Bikash Mohanty
Browse all articles by Bikash Mohanty
·2 hours ago·2 min read
ବୋଲ୍ଡନେସ୍‌ରେ ମତୁଆଲା କରନ୍ତି ପୁନମ, ତାଙ୍କ ଗ୍ଲାମରସ୍ ଅନ୍ଦାଜ ପଛରେ ଲୁଚିଛି ଏହି କାହାଣୀ!
Poonam

Key Points

ବୋଲ୍ଡନେସ୍‌ରେ ମତୁଆଲା କରନ୍ତି ପୁନମ
ଗ୍ଲାମରସ୍ ଅନ୍ଦାଜ ପଛରେ ଲୁଚିଛି ଏହି କାହାଣୀ!
ବୋଲ୍ଡନେସ୍, ଗ୍ଲାମର ଆଉ ବିବାଦ
ଏହି ତିନୋଟି ଶବ୍ଦ ସହ ଯୋଡ଼ି ହୋଇ ରହିଛି ଅଭିନେତ୍ରୀ ପୁନମଙ୍କ ନାଁ
ମୁମ୍ବାଇ,୦୮/୧୧: ବୋଲ୍ଡନେସ୍, ଗ୍ଲାମର ଆଉ ବିବାଦ... ଏହି ତିନୋଟି ଶବ୍ଦ ସହ ଯୋଡ଼ି ହୋଇ ରହିଛି ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ନାଁ। ନିଜର ହଟ୍ ଅନ୍ଦାଜ ହେଉ କିମ୍ବା ସାହସିକ ବୟାନ, ପ୍ରତିଥର ଚର୍ଚ୍ଚାର ଶିରୋନାମା ପାଲଟନ୍ତି ପୁନମ। କିନ୍ତୁ ତାଙ୍କ ଗ୍ଲାମରସ୍ ଇମେଜ୍ ପଛରେ ରହିଛି ସଂଘର୍ଷର ଏକ ଭିନ୍ନ କାହାଣୀ। ନିକଟରେ ନିଜ କ୍ୟାରିୟର ଏବଂ ବ୍ୟକ୍ତିଗତ ଅନୁଭୂତିକୁ ନେଇ ଖୋଲାଖୋଲି କଥା ହୋଇଛନ୍ତି ସେ।

ପୁନମଙ୍କ କହିବା ଅନୁସାରେ, କିଙ୍ଗଫିଶର କ୍ୟାଲେଣ୍ଡରରେ ସୁଟିଂ କରିବା ତାଙ୍କ ପାଇଁ ଥିଲା ଏକ ବଡ଼ ବ୍ରେକ୍। ସେ ଭାବିଥିଲେ, ଏହି ଗ୍ଲାମରସ୍ ପ୍ଲାଟଫର୍ମ ତାଙ୍କୁ ବଲିଉଡ୍‌ରେ ନୂଆ ପରିଚୟ ଦେବ। ବଡ଼ ବଡ଼ ଫିଲ୍ମରେ କାମ କରିବାର ସୁଯୋଗ ମିଳିବ। ହେଲେ ତାଙ୍କ ଆଶା ଅନୁଯାୟୀ କ୍ୟାରିୟର ଆଗକୁ ବଢ଼ିନଥିଲା।

ସେ କହିଛନ୍ତି, ଫିଲ୍ମ ଇଣ୍ଡଷ୍ଟ୍ରିରେ ନୂଆ ଚେହେରାଙ୍କ ପାଇଁ ନିଜର ପରିଚୟ ତିଆରି କରିବା ଏତେ ସହଜ ନୁହେଁ। କେବଳ ଭଲ ଅଭିନୟ କିମ୍ବା କାମ କରିଦେଲେ ସ୍ୱୀକୃତି ମିଳିଯାଏ ନାହିଁ। ଏହି କାରଣରୁ ନିଜକୁ ଲାଇମଲାଇଟ୍‌ରେ ରଖିବା ପାଇଁ ସେ ବିବାଦ ଏବଂ ସାହସିକ ବୟାନର ସାହାଯ୍ୟ ନେଇଥିଲେ।

ପଢନ୍ତୁ ଏହି ଖବର: ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟକୁ ନେଇ ବଢ଼ିଲା ଚିନ୍ତା, ସପ୍ତାହେ ହେଲାଣି ବନ୍ଦ KBC ସୁଟିଂ

୨୦୧୧ ବିଶ୍ୱକପ୍ ସମୟରେ ପୁନମଙ୍କ ଏକ ବୟାନ ତାଙ୍କୁ ରାତାରାତି ଚର୍ଚ୍ଚିତ କରିଦେଇଥିଲା। ଭାରତ ବିଶ୍ୱକପ୍ ଜିତିଲେ ଷ୍ଟାଡିୟମରେ ପୋଷାକ ଖୋଲିବେ ବୋଲି କହି ସେ ହଇଚଇ ସୃଷ୍ଟି କରିଥିଲେ। ଏହାପରଠାରୁ ତାଙ୍କ ବୋଲ୍ଡ ଇମେଜ୍ ଏବଂ ବିବାଦୀୟ ଅନ୍ଦାଜ ତାଙ୍କ ପରିଚୟର ଏକ ଅଂଶ ପାଲଟିଯାଇଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୧୩ରେ 'ନଶା' ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ପୁନମ। ଅନେକ ଫିଲ୍ମ ଅଫର ମିଳିଥିଲେ ମଧ୍ୟ ପ୍ରତ୍ୟେକ ପ୍ରୋଜେକ୍ଟକୁ ନେଇ ସେ ଭଲଭାବେ ଚିନ୍ତା କରୁଥିଲେ। ତଥାପି ତାଙ୍କୁ ଆଶାନୁରୂପ ସଫଳତା ମିଳିନଥିଲା। ତେବେ ଫିଲ୍ମ ପରଦା ହେଉ କି ସୋସିଆଲ ମିଡିଆ, ନିଜର ବୋଲ୍ଡ ଲୁକ୍, ଗ୍ଲାମରସ୍ ଷ୍ଟାଇଲ୍ ଏବଂ ଚର୍ଚ୍ଚିତ ବୟାନ ଜରିଆରେ ଆଲୋଚନାରେ ରହିବାକୁ ଭଲଭାବେ ଜାଣନ୍ତି ପୁନମ ପାଣ୍ଡେ। ତାଙ୍କ ପାଇଁ ଗ୍ଲାମର କେବଳ ଷ୍ଟାଇଲ୍ ନୁହେଁ, ବରଂ ନିଜ ପରିଚୟକୁ ଜୀବନ୍ତ ରଖିବାର ଏକ ଉପାୟ ପାଲଟିଛି।