Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ତିନୋଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ପିଡିପି

Ritu Das
Browse all articles by Ritu Das
·2 years ago
ତିନୋଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ପିଡିପି

ଅର୍ଗସ ବ୍ୟୁରୋ: କାଶ୍ମୀର ତିନୋଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ପିଡିପି । କାଶ୍ମୀରର ଅନନ୍ତନାଗ-ରଜୌରୀ, ଶ୍ରୀନଗର ଏବଂ ବାରାମୁଲା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ତେବେ ଅନନ୍ତନାଗ-ରଜୌରୀ ଆସନରୁ ଦଳର ମୁଖ୍ୟ ମେହବୁବା ମୁଫତିଙ୍କୁ ପ୍ରାର୍ଥୀ କରିଛି ପିଡିପି । ଯେଉଁଠି କି ସେ ପୂର୍ବ ମୁଖ୍ୟମନ୍ତ୍ରୀ ଗୁଲାମ ନବି ଆଜାଦଙ୍କ ସହ ମୁହାଁମୁହିଁ ହେବେ। ସେହିପରି ଶ୍ରୀନଗରରେ ଦଳ ଯୁବ ନେତା ମହମ୍ମଦ ୱହିଦ୍ ପାରା ଏବଂ ବାରାମୁଲା ଆସନରେ ଫୟାଜ୍ ମିରଙ୍କୁ ପ୍ରାର୍ଥୀ କରିଛି । 

ମେହବୁବା ମୁଫତି ପୂର୍ବରୁ ମଧ୍ୟ ଅନନ୍ତନାଗ ଆସନରୁ ସାଂସଦ ରହିସାରିଛନ୍ତି । ତା ସହ ଜାମ୍ମୁକାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବି ଆଜାଦ୍ ମଧ୍ୟ ଏହି ଆସନରୁ ସାଂସଦ ରହିସାରିଛନ୍ତି। ତେଣୁ ଏହି ଆସନରେ ଏଥର ଏକ ରୋଚକ ଲଢେଇ ଦେଖିବାକୁ ମିଳିପାରେ। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PDP announced | Argus News