୧୮ ବର୍ଷରୁ ଅଧିକ ବୟସ୍କ ଆଉ କରିପାରିବେନି ନୂଆ ଆଧାର କାର୍ଡ, ଜାଣନ୍ତୁ କ'ଣ ରହିଛି ଏହା ପଛର କାରଣ...

Key Points
ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି
ବୟସ୍କ ଆଉ କରିପାରିବେନି ନୂଆ ଆଧାର କାର୍ଡ
ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି । ମଙ୍ଗଳବାର ରାଜ୍ୟ କ୍ୟାବିନେଟ ବୈଠକରେ ଆସାମ ସରକାର ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ରାଜ୍ୟରେ ପ୍ରଥମ ଥର ପାଇଁ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କ ଆଧାର କାର୍ଡ କରାଯିବ ନାହିଁ । ଏହି ପଦକ୍ଷେପ ନିଆଯାଇଛି ଯାହା ଦ୍ୱାରା ଅବୈଧ ପ୍ରବାସୀମାନେ ଭାରତୀୟ ନାଗରିକତା ନେଇପାରିବେ ନାହିଁ ।
ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି ଯେ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ କେବଳ ଗୋଟିଏ ମାସର ସମୟ ଦିଆଯିବ । ଯଦି କାହା ପାଖରେ ଏପର୍ଯ୍ୟନ୍ତ ଆଧାର କାର୍ଡ ନାହିଁ, ତେବେ ସେ ଏହି ସମୟ ମଧ୍ୟରେ ଆବେଦନ କରିପାରିବେ। ଏହା ପରେ ନୂତନ ଆଧାର କାର୍ଡ ତିଆରି କରାଯିବ ନାହିଁ ।
📱 Get Argus News App
✨ତଥାପି, ଆସାମ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଚା ବଗିଚା ସମ୍ପ୍ରଦାୟ, ଅନୁସୂଚିତ ଜାତି (SC) ଏବଂ ଅନୁସୂଚିତ ଜନଜାତି (ST)ର ଲୋକମାନେ ଏହି ନିୟମରୁ ମୁକ୍ତ ରହିବେ। ଏହି ସମ୍ପ୍ରଦାୟର ୧୮ ବର୍ଷରୁ ଅଧିକ ବୟସର ଲୋକମାନେ ଆଗାମୀ ଗୋଟିଏ ବର୍ଷ ପାଇଁ ଆଧାର କାର୍ଡ ପାଇପାରିବେ ।
ଗୁରୁବାର ବସିଥିବା କ୍ୟାବିନେଟ ବୈଠକ ପରେ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଆସାମକୁ IIM ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହା ବ୍ୟତୀତ, ଉରିୟମଘାଟରେ ଉଚ୍ଛେଦ କାର୍ଯ୍ୟ ପରେ, ସରକାର ନିଷ୍ପତ୍ତି ନେଇଛନ୍ତି ଯେ ସେହି ଅଞ୍ଚଳର ୧୨ ହଜାର ବିଘା ଜମିରେ ବୃକ୍ଷରୋପଣ କରାଯିବ। ଏହା ସହିତ, ଆସାମ ସରକାର ଏହା ମଧ୍ୟ ନିଷ୍ପତ୍ତି ନେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ଅଧୀନରେ ୩ ଲକ୍ଷ ୧୪ ହଜାର 773 ନୂତନ ହିତାଧିକାରୀଙ୍କୁ ଘର ଯୋଗାଇ ଦିଆଯିବ।