Videos
|
National

ଲଗାତାର ମୁଣ୍ଡବିନ୍ଧା ହୋଇପାରେ ବ୍ରେନ ବ୍ଲିଡିଙ୍ଗର କାରଣ, ଜାଣନ୍ତୁ ପ୍ରକୃତ ଲକ୍ଷଣ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ଲଗାତାର ମୁଣ୍ଡବିନ୍ଧା ହୋଇପାରେ ବ୍ରେନ ବ୍ଲିଡିଙ୍ଗର କାରଣ, ଜାଣନ୍ତୁ ପ୍ରକୃତ ଲକ୍ଷଣ

ଅର୍ଗସ ବ୍ୟୁରୋ : ଦୁନିଆର ଶ୍ରେଷ୍ଠ ଆଧ୍ୟାତ୍ମିକବାଦୀ ତଥା ଜ୍ଞାନି ଭାବରେ ସଦଗୁରୁ ଜଗ୍ଗି ବାସୁଦେବ ପରିଚିତ । ଅନେକ ବୈଜ୍ଞାନିକ ତଥା ଡକ୍ଟର ତାଙ୍କ ପାଖକୁ ନିଜ ସମସ୍ୟାର ସମାଧାନ ପାଇଁ ଆସିଥାନ୍ତି । କିନ୍ତୁ ଗତ କିଛିଦିନ ହେଲା ସଦଗୁରୁଙ୍କ ଇମରଜେନ୍ସି ବ୍ରେନ ସର୍ଜରୀ କରାଯାଇଛି । ବାରମ୍ବାର ମୁଣ୍ଡରେ ଯନ୍ତ୍ରଣା ହେଉଥିବାରୁ ତାଙ୍କର ଏମଆରଆଇ କରାଯାଇଥିଲା । ଯେଉଁଥିରେ ତାଙ୍କର ବ୍ରେନ ବ୍ଲିଡିଙ୍ଗ ହୋଇଥିବା ଜଣାପଡିଛି । 
 

'କିପରି ହୁଏ ବ୍ରେନ ବ୍ଲିଡିଙ୍ଗ ? 
ତେବେ ଏହି ବ୍ରେନ ବ୍ଲିଡିଙ୍ଗ ଖୁବ ଭୟଙ୍କର ରୋଗ ବୋଲି ମେଡିକାଲ ସାଇନ୍ସରେ ପ୍ରମାଣିତ ହୋଇଛି । ଏପରି ସ୍ଥିତିରେ ରୋଗୀର ତୁରନ୍ତ ଚିକିତ୍ସା କରିବାକୁ ପଡେ ନହେଲେ ବ୍ୟକ୍ତିର ମୃତ୍ୟୁ ହେବାର ସମ୍ଭାବନା ଥାଏ । ନଚେତ ରୋଗୀ କୋମାକୁ ଆଶିବାର ସମ୍ଭାବନା ଥାଏ । ବ୍ରେନ ହାମରେଜ ଯୋଗୁଁ ବ୍ରେନର ଟିସୁ ଏବଂ ଖପୁରୀ ମଧ୍ୟରେ ବ୍ଲିଡିଙ୍ଗ ହୋଇଥାଏ କିମ୍ବା ବ୍ରେନ ଟିସୁ ମଧ୍ୟରେ ବ୍ଲିଡିଙ୍ଗ ହୋଇଥାଏ । ଯାହାଦ୍ବାରା ମସ୍କିକ ଏଂ ଖପୁରୀ ମଧ୍ୟରେ ରକ୍ତ ଜମା ହୋଇ ଏହି ରୋଗ ହୋଇଥାଏ ।
ତେବେ ଏହାକୁ ନେଇ ମେଡିକାଲ ବିଶେଷଜ୍ଞ ସୁଧୀର କୁମାର କହିଛନ୍ତି, ଏପରି ହେବାଦ୍ବାରା ମସ୍କିଷ୍କର ମଧ୍ୟ ରେଖା ଉପରେ ପ୍ରଭାବ ପଡିପାରେ । ଯାହାଦ୍ବାରା ମଧ୍ୟରେଖା ବିପରୀତ ଦିଗରେ ଯିବାର ସମ୍ଭାବନା ଥାଏ । ତେବେ ଏଭଳି ସ୍ଥିତିରେ ତୁରନ୍ତ ବ୍ରେନ ସର୍ଜରୀ କରାଇନେବା ଆବଶ୍ୟକ । 
 

କେଉଁମାନଙ୍କୁ ହୁଏ ବ୍ରେନ ବ୍ଲିଡିଙ୍ଗ ?
ଯେଉଁମାନଙ୍କର ଅତ୍ୟଧିକ ବ୍ଲଡପ୍ରେସର ଥାଏ, ସେମାଙ୍କର ଏହି ବ୍ରେନ ବ୍ଲିଡିଙ୍ଗ ହେବାର ସମ୍ଭାବନା ଥାଏ । ଏହା ସହ ବ୍ରେନ ଇନଫେକସନ, ବ୍ରେନ ଟ୍ୟୁମର ମଧ୍ୟ ହେବାର ସମ୍ଭାବନା ଥାଏ ।
 

ବ୍ରେନ ବ୍ଲିଡିଙ୍ଗର ଲକ୍ଷଣ 
ଲଗାତାର ଭାବେ ମୁଣ୍ଡବିନ୍ଧା ଏହି ରୋଗର ଲକ୍ଷଣ ଅଟେ । ମୁଣ୍ଡବିନ୍ଧା ବ୍ୟତୀତ ହାତ, ଗୋଡ, ଶରୀରର କୌଣସି ଅଙ୍ଗ ଯଦି ପାରାଲିସିସ ହୋଇଥାଏ ତେବେ ଏହି ରୋଗ ହେବାର ସମ୍ଭାବନା ଥାଏ । ଏତଦ୍ ବ୍ୟତୀତ ଶରୀରର ଥକ୍କାପଣ, ବାନ୍ତିହେବା , ମୁଣ୍ଡ ବୁଲାଇବା , ନିଦ ଆସିବା ଏବଂ କଥା କହିବାରେ ଅସୁବିଧା ହେବା ଆଦି ବ୍ରେନ ବ୍ଲିଡିଙ୍ଗର ଲକ୍ଷଣ ଅଟେ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କିପରି ରୋକିବେ ? 
ଏପରି ଭୟାନକ ରୋଗରୁ ରକ୍ଷା ପାଇବା ପାଇଁ ହେଲେ ପ୍ରଥମେ ନିଜର ବ୍ଲଡ ପ୍ରେସର କଣ୍ଟ୍ରୋଲ ରଖିବା ଆବଶ୍ୟକ । ଏଥିସହ ଧୂମ୍ରପାନରୁ ନିଜକୁ ଦୂରେଇ ରଖିବାକୁ ପଡିବ ।