Heart Attack / ଗାଡ଼ି ଧରି ଯାଉଥିଲେ ଅଚାନକ ରାସ୍ତାରେ ଟଳି ପଡ଼ିଲେ
·7 months ago·2 min read

Key Points
ଜୀବନ ପାଣି ଫୋଟକା ପରି । କେତେବେଳେ ଯେ କେଉଁଠି ମୃତ୍ୟୁ ବାଟ ଜଗିଥାଏ, ଏହା କାହାକୁ ବି ଜଣା ନଥାଏ ।
ମୃତ୍ୟୁ... କେତେବେଳେ,କେଉଁଠି ଆଉ କେଉଁ ସମୟରେ ବି ଆସିପାରେ । କୁହାଯାଏ ଜୀବନ ପାଣି ଫୋଟକା ପରି । କେତେବେଳେ ଯେ କେଉଁଠି ମୃତ୍ୟୁ ବାଟ ଜଗିଥାଏ, ଏହା କାହାକୁ ବି ଜଣା ନଥାଏ । ଏମିତି ଏକ ଘଟଣା ଦୁଃଖଦ ଘଟଣା ଇନ୍ଦୋରରୁ ସାମ୍ନାକୁ ଆସିଛି । ଗତ ସୋମବାର ସକାଳେ ପରଦେଶିପୁରା ଅଞ୍ଚଳରେ ଜଣେ ୨୭ ବର୍ଷିୟ ଯୁବକ ତାଙ୍କ ସ୍କଟୁରର ପମ୍ପଚର ଠିକ୍ କରାଇବାକୁ ଯାଉଥିଲେ । ଏହି ସମୟରେ ତାଙ୍କର ହୃଦଘାତ ହୋଇଥିଲା । ତାପରେ ତାଙ୍କ ଜୀବନ ଚାଲି ଯାଇଥିଲା।
ଉକ୍ତ ଘଟଣାର ସିସିଟିଭି ଫୁଟେଜ୍ ସୋସିଆଲ ମିଡ଼ିଆରେ ଭାଇରାଲ ହେଇଛି, ଯେଉଁଥିରେ ସଂପୃକ୍ତ ଯୁବକ ଜଣଙ୍କ ତାଙ୍କର ଦୁଇ ଚକିଆ ଗାଡ଼ିକୁ ଧରି ଚାଲି ଚାଲି ଯାଉଛନ୍ତି ଏବଂ ହଠାତ୍ ରାସ୍ତାରେ ହିଁ ଯନ୍ତ୍ରଣା ଅନୁଭବ କରି ତଳେ ଖସି ପଡ଼ୁଛନ୍ତି । ପାଖରେ ଥିବା ଏକ କାରରେ ତାଙ୍କ ମୁଣ୍ଡ ମାଡ଼ ହୋଇ ଯାଉଛି । ଏହାପରେ ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇ ଥିଲା । ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷିତ କରିଥିଲେ। ପୋଲିସ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୋଷ୍ଟମର୍ଟମ କରାଇଥିଲେ ।इंदौर के जनता क्वार्टर क्षेत्र का यह वीडियो दिल दहलाने के लिए काफी है. जहां अपनी पंचर एक्टिवा को घसीटकर ले जा रहे इस युवक कि साइलेंट हार्ट अटैक से मौत हो गई. युवक की उम्र 27 साल बताई जा रही है.#Indore #HeartAttack pic.twitter.com/n8rWvQBqJQ
— Nandini Laxakar (@LaxakarNandini) December 2, 2025
ଏଥିସହ ପଢ଼ନ୍ତୁ: ସାରା ବିଶ୍ବରେ ମୋଦି-ପୁଟିନଙ୍କ ବନ୍ଧୁତାକୁ ନେଇ ଚର୍ଚ୍ଚା: ଗୀତା ଉପହାର ଦେଲେ ପ୍ରଧାନମନ୍ତ୍ରୀ
ପୋଲିସଙ୍କ ସୂଚନା ଅନୁସାରେ, ମୃତକ ଜଣଙ୍କ ହେଉଛନ୍ତି ଜନତା କ୍ୱାର୍ଟର ନିବାସୀ ବିନୀତ କୁଚେକର । ତାଙ୍କ ପରିବାରର କହିବାନୁସାରେ, ସେ ସକାଳ ପାଖାପାଖି ୧୧.୩୦ ଟା ସମୟରେ ପମ୍ପଚର ଠିକ୍ କରାଯାଇବା ପାଇଁ ଘରୁ ବାହାରି ଯାଇ ଥିଲେ ଆଧା ରାସ୍ତାରେ ଖସି ପଡ଼ିବା ପୂର୍ବରୁ ,ସେ ବଡ଼ ମୁସ୍କିଲରେ ୩୦୦ ମିଟର ହିଁ ଚାଲି ଚାଲି ଯାଇଥିଲେ । ସେ ତାଙ୍କ ବାପାଙ୍କ ସହ ପ୍ରପର୍ଟି ଡିଲିଂର କାମ କରୁଥିଲେ । ତାଙ୍କ ବାପା କହିଛନ୍ତି ଯେ, ବିନୀତଙ୍କୁ ପୂର୍ବରୁ କେବେ ହାର୍ଟ ସମ୍ୱନ୍ଧୀୟ ରୋଗ ନଥିଲା ।
ଅଧିକ ପଢ଼ନ୍ତୁ ଦେଶ ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories